www.samajalive.in
Saturday, December 6, 2025
26.1 C
Bhubaneswar

ଶିଶୁ ସୁରକ୍ଷା ଦିଗରେ ସମ୍ମିଳିତ ଉଦ୍ୟମ ଲୋଡ଼ା : ଜିଲ୍ଲାପାଳ

ଯାଜପୁର : ଯାଜପୁର ଜିଲାପାଳଙ୍କ ସମ୍ମିଳନୀ କକ୍ଷରେ ମଣ୍ଡଳ ଉନ୍ନୟନ ଅଧିକାରୀ ଓ ଜିଲାସ୍ତରୀୟ ଅଧିକାରୀମାନଙ୍କୁ ନେଇ ସରକାରଙ୍କ ଶିଶୁ ସୁରକ୍ଷା ସମ୍ପର୍କିତ ବିଭିନ୍ନ ଯୋଜନା ଓ କାର୍ୟ୍ୟକ୍ରମ ଉପରେ ଏକ ଆଭିମୁଖିକରଣ କାର୍ୟ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଜିଲାପାଳ ଚକ୍ରବର୍ତ୍ତି ସିଂ ରାଠୋରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ଜିଲାରେ ଗଠିତ ହୋଇଥିବା ବ୍ଲକ ଓ ପଞ୍ଚାୟତସ୍ତରୀୟ ଶିଶୁ ସୁରକ୍ଷା କମିଟିର ପୁନର୍ଗଠନ ଓ ତ୍ରୟମାସିକ ବୈଠକ ନିୟମିତ ଆହୁତ କରିବା ପାଇଁ ଜିଲାରେ ସମସ୍ତ ମଣ୍ଡଳ ଉନ୍ନୟନ ଅଧିକାରୀମାନଙ୍କୁ ପରାମର୍ଶ ଦେଇଥିଲେ । ଏଥିସହିତ ଜିଲାରେ କାର୍ୟ୍ୟକାରୀ ହେଉଥିବା ବେଟି ବଚାଓ, ବେଟି ପଢ଼ାଓ, ବାଲ୍ୟବିବାହ ନିରାକରଣ ପାଇଁ ମଣ୍ଡଳ ସ୍ତରରେ ଟାସ୍କଫୋର୍ସ ଗଠନ ଓ ବୈଠକ ନେଇ ଆଲୋଚନା କରିଥିଲେ ।

ସରକାରଙ୍କ ନିର୍ଦ୍ଦେଶାବଳି ଅନୁଯାୟୀ, ଅସୁରକ୍ଷିତ ସ୍ଥାନରେ ଥିବା ଶିଶୁମାନଙ୍କୁ ଉଦ୍ଧାର ଓ ଥଇଥାନ କରିବା ଉପରେ ଆଲୋଚନା କରିଥିଲେ । ଏହି କ୍ଷେତ୍ରରେ ବ୍ଲକ ଅଧ୍ୟକ୍ଷ, ସରପଞ୍ଚ, ସମନ୍ୱିତ ଶିଶୁ ବିକାଶ ପ୍ରକଳ୍ପ ଅଧିକାରୀ ଓ ପଞ୍ଚାୟତରାଜ ବିଭାଗର କର୍ମକର୍ତ୍ତାଙ୍କୁ ନେଇ ବ୍ଲକସ୍ତରରେ ଆଲୋଚନା କରିବା ସହ ଶିଶୁମାନଙ୍କର ବିକାଶ ଓ ସୁରକ୍ଷା ପ୍ରତି ଧ୍ୟାନ ଦେବାକୁ ସୁନିଶ୍ଚିତ କରିବା ଏକ ପ୍ରଶାସନିକ ଦାୟିତ୍ୱବୋଧ ଅଟେ । ଏହି କାର୍ୟ୍ୟକ୍ରମରେ ସମ୍ମାନୀତ ଅତିଥି ରୂପେ ଯୋଗ ଦେଇ ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ଇନ୍ଦ୍ରମଣି ନାୟକ ପଂଚାୟତରାଜ ବ୍ୟବସ୍ଥାରେ ରାଜ୍ୟସରକାର ଶିଶୁ ସୁରକ୍ଷାକୁ ଅଧିକ ପ୍ରାଧାନ୍ୟ ଦେଇଛନ୍ତି । ସରପଞ୍ଚମାନେ ପଞ୍ଚାୟତସ୍ତରୀୟ କମିଟିର ଅଧ୍ୟକ୍ଷ ରହିଛନ୍ତି । ଶିଶୁ ସୁରକ୍ଷା ଦିଗରେ ସେମାନେ ଅଧିକ ଯତ୍ନଶୀଳ ହେବା ପାଇଁ ପରାମର୍ଶ ଦେଇଥିଲେ । ଅନ୍ୟତମ ଅତିଥି ଭାବେ ଅତିରିକ୍ତ ଜିଲାପାଳ ମିହିର ପ୍ରସାଦ ମହାନ୍ତି ଶିଶୁ ବିକାଶ ଓ ସୁରକ୍ଷାକୁ ଗୁରୁତ୍ୱ ଦେବାକୁ ହେଲେ ବିଭିନ୍ନ ବିଭାଗ ମଧ୍ୟରେ ସମନ୍ୱୟ ଆଣିବା ସହ ତୃଣମୂଳ ସ୍ତରରେ ପଂଚାୟତରାଜ ବିଭାଗ, ସ୍ୱାସ୍ଥ୍ୟ ବିଭାଗ, ମହିଳା ଓ ଶିଶୁ କଲ୍ୟାଣ ବିଭାଗ ଓ ଶିକ୍ଷା ବିଭାଗର ପ୍ରମୁଖ ଦାୟିତ୍ୱ ରହିଛି । ଭାରତ ବର୍ଷର ଜନସଂଖ୍ୟାର ୩୯ପ୍ରତିଶତ ଶିଶୁ ହୋଇଥିବା ବେଳେ ସେମାନଙ୍କ ସୁରକ୍ଷା ଓ ବିକାଶ ଦିଗରେ ସମ୍ମିଳିତ ଭାବେ ଉଦ୍ୟମ ଆବଶ୍ୟକ । ମଣ୍ଡଳ ଉନ୍ନୟନ ଅଧିକାରୀ ମାନେ ଏ କ୍ଷେତ୍ରରେ ଯତ୍ନବାନ ହେବା ପାଇଁ ମତପ୍ରକାଶ ପାଇଥିଲା । ଜିଲା ଶିଶୁ ସୁରକ୍ଷା ଅଧିକାରୀ ନିରଞ୍ଜନ କର ପ୍ରତି ବ୍ଲକ ଓ ପଞ୍ଚାୟତ ସ୍ତରରେ ଶିଶୁ ସୁରକ୍ଷାକୁ ସୁନିଶ୍ଚିତ କରିବା ସହିତ ସମନ୍ୱିତ ଶିଶୁ ସୁରକ୍ଷା ଯୋଜନା, ବାଲ୍ୟବିବାହ ନିଶେଧ ଆଇନ୍ ଓ କନ୍ୟା ସନ୍ତାନର ସୁରକ୍ଷା ପାଇଁ ଆବଶ୍ୟକୀୟ ପ୍ରଶିକ୍ଷଣ ଓ ଜନସଚେତନତା ପାଇଁ ଆଗାମୀ ଦିନରେ ପଦକ୍ଷେପ ନିଆଯିବ କହିଥିଲେ । ବିଶେଷ ଭାବେ ଶିଶୁ ବିକାଶ ପ୍ରକଳ୍ପ ଅଧିକାରୀମାନଙ୍କ ପ୍ରତ୍ୟେକ୍ଷ ସହଯୋଗରେ ଜିଲାରେ ଅନେକ ବାଲ୍ୟବିବାହ କରାଯିବା ସହିତ ଥଇଥାନ କରାଯାଇ ପାରିଛି । ଶେଷରେ ଶିଶୁ ସୁରକ୍ଷା ୟୁନିଟର କାଳିପ୍ରସାଦ ସାହୁ ଧନ୍ୟବାଦ ଦେଇଥିଲେ ।

Hot this week

ଯାତ୍ରୀଙ୍କୁ ଟଙ୍କା ଫେରାଇବ ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ସମସ୍ତ ଯାତ୍ରୀଙ୍କୁ ଟିକେଟ ବାବଦ ଟଙ୍କା ଫେରସ୍ତ କରିବ...

ବାବ୍ରି ମସଜିଦ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କଲେ ଟିଏମସିରୁ ନିଲମ୍ବିତ ବିଧାୟକ

ସମାଜଲାଇଭ ଡେସ୍କ: ଟିଏମସିରୁ ନିଲମ୍ବିତ ହୋଇଥିବା ବିଧାୟକ ହୁମାୟୁନ କବିର ବାବ୍ରି...

ଇଣ୍ଡିଗୋ ବିମାନ ସଙ୍କଟ : ସୁପ୍ରିମକୋର୍ଟରେ ଜନସ୍ୱାର୍ଥ ମାମଲା ଦାୟର

ନୂଆଦିଲ୍ଲୀ: ଇଣ୍ଡିଗୋ ବିମାନ ବାରମ୍ବାର ବାତିଲ ଯୋଗୁଁ ଯାତ୍ରୀ ମାନଙ୍କ ମଧ୍ୟରେ...

ବିଗ୍ ବସ୍ ୧୯ ଗ୍ରାଣ୍ଡ ଫିନାଲେ; କିଏ ହେବେ ବିଜେତା ?

ନୂଆଦିଲ୍ଲୀ: ସଲମାନ ଖାନଙ୍କ ରିଆଲିଟି ଶୋ, ବିଗ୍ ବସ୍ ୧୯ର ଗ୍ରାଣ୍ଡ...

ନିୟମିତ କରନ୍ତୁ ଏହି ଯୋଗାସନ, ଦୂର ହେବ ମଧୁମେହ…

ନୂଆଦିଲ୍ଲୀ: ସୁସ୍ଥ ଏବଂ ନିରୋଗ ରହିବାକୁ ଲୋକେ ବିଭିନ୍ନ ଉପାୟ ଅବଲମ୍ବନ...

Related Articles

Popular Categories