www.samajalive.in
Saturday, December 6, 2025
14.1 C
Bhubaneswar

ଜାଣନ୍ତୁ, ଘରେ ତୁଳସୀ ଗଛ ଲଗାଇବାର ସଠିକ ଦିଗ

ହିନ୍ଦୁ ଧର୍ମରେ ଘରେ ତୁଳସୀ ଗଛ ଲଗାଇବା ଦ୍ୱାରା ଅନେକ ଶୁଭ ମିଳିଥାଏ। ତୁଳସୀଙ୍କୁ ମାଆ ଲକ୍ଷ୍ମୀଙ୍କ ଅବତାର ବୋଲି କୁହାଯାଇଛି। ମାନ୍ୟତା ଅନୁସାରେ ତୁଳସୀ ଗଛ କୁପ୍ରଭାବରୁ ରକ୍ଷା କରିଥାଏ। ଏହାଦ୍ବାରା ଘରେ ସୁଖ-ସମୃଦ୍ଧି ବୃଦ୍ଧି ହୋଇଥାଏ। ବାସ୍ତୁଶାସ୍ତ୍ର ଅନୁସାରେ ଘରର କିଛି ବିଶେଷ ସ୍ଥାନରେ ତୁଳସୀ ଗଛ ଲଗାଇବା ଦ୍ୱାରା ଏହାର ପ୍ରଭାବ ପରିବାର ସଦସ୍ୟଙ୍କ ଉପରେ ପଡିଥାଏ। ଆସନ୍ତୁ ଜାଣିବା ଘରର କେଉଁଠି ତୁଳସୀ ଗଛ ଲଗାଇବା ଉଚିତ୍‍..
ଘରର ମୁଖ୍ୟଦ୍ୱାର:
ଘରର ମୁଖ୍ୟଦ୍ୱାର ନିକଟରେ ତୁଳସୀ ଗଛ ଲଗାଇବା ଉଚିତ୍। ଏହାକୁ ଠିକ ଘରର ଅଗଣା ନିକଟରେ କବାଟ ପାଖରେ ରଖନ୍ତୁ। ଏପରି କରିବା ଦ୍ୱାରା ଘରେ ନକାରାତ୍ମକ ଶକ୍ତି ପ୍ରବେଶ କରିପାରି ନଥାଏ।
ବିଷ୍ଣୁ ପୁରାଣ ଅନୁସାରେ ତୁଳସୀ ଗଛକୁ ମୁଖ୍ୟଦ୍ୱାର ନିକଟରେ ରଖିବା ସହ ପ୍ରତ୍ୟେକ ଦିନ ପାଣି ଦିଅନ୍ତୁ। ସନ୍ଧ୍ୟା ସମୟରେ ତୁଳସୀ ଗଛ ସମ୍ମୁଖରେ ଦୀପ ଜଳାନ୍ତୁ। ଏହାଦ୍ୱାରା ଘରେ ସୁଖ ଓ ଶାନ୍ତି ବଜାୟ ରହିଥାଏ।
ବାସ୍ତୁଦୋଷ ଦୂର:
ଘରେ କୌଣସି ପ୍ରକାରର ବାସ୍ତୁ ଦୋଷ ଥିଲେ ତୁଳସୀ ଗଛ ଲଗାଇବା ଦ୍ୱାରା ଏହା ଦୂର ହୋଇ ଯାଇଥାଏ।
ତୁଳସୀ ଗଛ ଘରେ ରହିବା ଦ୍ୱାରା ସକାରାତ୍ମକ ଶକ୍ତି ବୃଦ୍ଧି ପାଇଥାଏ।
ତୁଳସୀ ଗଛ ରହିଥିବା ସ୍ଥାନକୁ ସର୍ବଦା ସଫା ରଖନ୍ତୁ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories