www.samajalive.in
Friday, December 5, 2025
27.1 C
Bhubaneswar

ଗାୟକ ମୀକା ସିଂହଙ୍କ ଘରେ ଚୋରି

ନୂଆଦିଲ୍ଲୀ : ସୋମବାର ବଲିଉଡ଼ର ପ୍ରସିଦ୍ଧ ଗାୟକ ମୀକା ସିଂହଙ୍କ ଘରେ ଚୋରି ହୋଇଥିବାର ସୂଚନା ମିଳିଛି। ଏ ନେଇ ସେ ମୁମ୍ବଇ ସ୍ଥିତ ଓଶିୱାରା ଥାନାରେ ଅଭିଯୋଗ କରିଛନ୍ତି।ଖବର ଅନୁଯାୟୀ, ମୀକାଙ୍କ ଘରୁ ୩ ଲକ୍ଷ ଟଙ୍କାର ଜିନିଷ ଚୋରି ହୋଇଛି। ଯେଉଁଥିରେ ୨ଲକ୍ଷ ଟଙ୍କାର କେବଳ ସୁନା ଅଳଙ୍କାର ରହିଛି। ମୀକା ଅଭିଯୋଗ କରିବା ପରେ ପୁଲିସ ଏହି ମାମଲାର ତଦନ୍ତ ଆରମ୍ଭ କରିଛି।
କିଛିଦିନ ହେବ ମୀକା ସାମାଜିକ ଗଣମାଧ୍ୟମରେ ଶେୟାର କରିଥିବା ଏକ ଭିଡ଼ିଓକୁ ନେଇ ଚର୍ଚ୍ଚାରେ ରହିଥିଲେ। ସେ ଦୁବାଇ ଯିବା ସମୟରେ ଲୋକଙ୍କୁ ଦେଖାଇବା ପାଇଁ ବିମାନର ବିଜ୍‍ନେସ୍‍ କ୍ଲାସ୍‍ର ସମ୍ପୂର୍ଣ୍ଣ କମ୍ପାର୍ଟମେଣ୍ଟ ବୁକ୍‍ କରିଥିଲେ। ତା’ପରେ ଏହାର ଭିଡ଼ିଓ କରି ସାମାଜିକ ଗଣମାଧ୍ୟମରେ ଶେୟାର କରିଥିଲେ। ଏହି ଭିଡ଼ିଓ ଦେଖିବା ପରେ ସାମାଜିକ ଗଣମାଧ୍ୟମର ବହୁ ବ୍ୟବହାରକାରୀ ମାନେ କ୍ଷୋଭ ପ୍ରକାଶ କରି ବିଭିନ୍ନ ନକରାତ୍ମକ ମନ୍ତବ୍ୟ ଦେଇଥିଲେ। ଜଣେ ବ୍ୟବହାରକାରୀ ଲେଖିଛନ୍ତି, “ସମ୍ପୂର୍ଣ୍ଣ କମ୍ପାର୍ଟମେଣ୍ଟ ବୁକ୍‍ କରିଥିବା ଟଙ୍କାର ସାମାନ୍ୟ ଅଂଶବି ଯଦି କୌଣସି ଗରିବ, ଅସହାୟକୁ ଦେଇଥାଆନ୍ତେ ତେବେ କେତେ ଲାଭ ହୋଇଥାଆନ୍ତା।” ସେହିପରି ଅନ୍ୟ ଜଣେ ବ୍ୟବହାରକାରୀ ଲେଖିଛନ୍ତି, “ଆବଶ୍ୟକ ଠାରୁ ଅଧିକ ଟଙ୍କା ହେଲେ ଲୋକେ ଏମିତି ହିଁ ଉଡ଼ାଇ ଥାଆନ୍ତି।” ଆଉ ଜଣେ ମଧ୍ୟ ମତ ଦେଇଛନ୍ତି ଯେ, ଏତେ ଟଙ୍କା ବର୍ବାଦ କରି କିଛି ଭଲ କାମ କରି ନାହାନ୍ତି। ଆପଣଙ୍କର ଏଭଳି କାର୍ଯ୍ୟ ମୋ ମନରେ ଆପଣଙ୍କ ପ୍ରତି ଥିବା ସମ୍ମାନ କମାଇ ଦେଇଛି।” ଏହିଭଳି ଆହୁରି ଅନେକ ସମାଲୋଚନା କରାଯାଇଥିଲା।

Hot this week

ବିଶ୍ୱବିଦ୍ୟାଳୟରେ ଖାଲି ପଡିଛି ଏତିକି ପଦବୀ

ଭୁବନେଶ୍ୱର: ରାଜ୍ୟରେ ବିଶ୍ୱବିଦ୍ୟାଳୟ ଗୁଡିକରେ ଖାଲି ପଡିଛି ପ୍ରଧ୍ୟାପକ ପଦବୀ ।...

ମୋଦୀ କହିଲେ ଭାରତ ନିରପେକ୍ଷ ନୁହେଁ, ବିଶ୍ୱ ଶାନ୍ତି ସପକ୍ଷରେ; ପୁଟିନ କଣ କହିଲେ ଜାଣନ୍ତୁ

ସମାଜ ଡିଜିଟାଲ ଡେସ୍କ: ହାଇଦ୍ରାବାଦ ହାଉସରେ ଭାରତ-ରୁଷ ମଧ୍ୟରେ ଦ୍ୱିପାକ୍ଷିକ ଆଲୋଚନା...

କମିଲା ରେପୋ ହାର

ସମାଜ ଲାଇଭ ଡ଼େସ୍କ : ଭାରତୀୟ ରିଜର୍ଭ ବ୍ୟାଙ୍କର ତିନି ଦିନିଆ...

ଆଜି ମଧ୍ୟରାତ୍ରି ପର୍ଯ୍ୟନ୍ତ ଇଣ୍ଡିଗୋ ବିମାନ ବାତିଲ

ସମାଜ ଲାଇଭ ଡ଼େସ୍କ : ଚତୁର୍ଥ ଦିନ ପାଇଁ ଇଣ୍ଡିଗୋ ବିମାନ...

ଭାରତ-ରୁଷ ଶିଖ ସମ୍ମିଳନୀ; ହାଇଦ୍ରାବାଦ ହାଉସରେ ଦ୍ୱିପାକ୍ଷିକ ଆଲୋଚନା ଆରମ୍ଭ

ନୂଆଦିଲ୍ଲୀ: ହାଇଦ୍ରାବାଦ ହାଉସରେ ଭାରତ-ରୁଷ ଦ୍ୱିପାକ୍ଷିକ ଆଲୋଚନା ଆରମ୍ଭ ହୋଇଛି ।...

Related Articles

Popular Categories