www.samajalive.in
Saturday, December 6, 2025
16.1 C
Bhubaneswar

ଅସ୍ତ୍ରୋପଚାର ପରେ ଶିଶୁ ପେଟରୁ ବାହାରିଲା ଚୁମ୍ବକ ମାଳ

ଲକ୍ଷେ୍ନø : ପିଲାମାନେ ଖେଳିବା ସମୟରେ ଅନେକ ଜିନିଷ ପାଟିରେ ପୁରାଇ ଦେଇଥାଆନ୍ତି। ମାତ୍ର ବହୁ ସମୟରେ ଏହା ଖୁବ ବିପଦଜନକ ପରିସ୍ଥିତି ସୃଷ୍ଟି କରିଥାଏ। ଏବେ କିଛିଦିନ ତଳେ ଲକ୍ଷେ୍ନøର ଏଭଳି ହିଁ ଏକ ଘଟଣା ସାମ୍ନାକୁ ଆସିଛି। ଏକ ଦେଢ ବର୍ଷର ପିଲା ଖେଳୁଥିବା ସମୟରେ ଗୋଟି ଗୋଟି କରି ଚୁମ୍ବକର ପ୍ରାୟ ୬୫ଟି ଟ୍ୟାବଲେଟ ଗିଳିଦେଇଥିଲା। ଏହାପରେ ପ୍ରାୟ ୫ ଘଣ୍ଟାର ସଫଳ ଅସ୍ତ୍ରୋପଚାର କରି ଡ଼ାକ୍ତରମାନେ ସମସ୍ତ ଟ୍ୟାବଲେଟ ବାହାର କରି ଶିଶୁଟିର ଜୀବନ ରକ୍ଷା କରିଥିଲେ। ଏବେ ଶିଶୁଟିର ଅବସ୍ଥା ଭଲ ଅଛି ବୋଲି ଜଣାପଡ଼ିଛି।
ମିଳିଥିବା ଅନୁଯାୟୀ, କିଛି ପୂର୍ବରୁ ପିଲାଟି ଏହି ଚୁମ୍ବର ଟ୍ୟାବଲେଟକୁ ଗିଳି ଦେଇଥିଲା। ମାତ୍ର ଏବିଷୟରେ ପରିବାର ଲୋକେ କିଛି ଜାଣି ନଥିଲେ। ହଠାତ ପିଲାଟି ବାନ୍ତି ଓ ଖାଦ୍ୟ ହଜମ ନହେବାରୁ ପରିବାର ଲୋକେ ଡ଼ାକ୍ତରଙ୍କ ସହ ପରାମର୍ଶ ନେଲେ। ଏହାପରେ ଡାକ୍ତର ମାନେ ଏକ୍ସରେ କରିବା ପରେ ପିଲାଟିର ପେଟରେ ଫୁଲମାଳ ଭଳି କିଛି ଦେଖିଥିଲେ। ପରିବାର ଲୋକଙ୍କୁ ଏ ବିଷୟରେ ଡ଼ାକ୍ତର ପଚାରିବା ପରେ ସେମାନେ ଏ ବିଷୟରେ କିଛି ଜାଣି ନଥିଲେ ବୋଲି କହିଥିଲେ। ଏହାପରେ ଡାକ୍ତରମାନେ ଅସ୍ତ୍ରୋପଚାର କରିବାକୁ କହିଥିଲେ।
ଅସ୍ତ୍ରୋପଚାର କରିବା ସମୟରେ ଡ଼ାକ୍ତରମାନେ ଜାଣିବାକୁ ପାଇଥିଲେ , ତାହା ଏକ ପ୍ରକାରର ଚୁମ୍ବକର ଟ୍ୟାବଲେଟ ଭଳି ଜିନିଷ। ବହୁ କଷ୍ଟରେ ଦୀର୍ଘ ୫ ଘଣ୍ଟା ଧରି ଅସ୍ତ୍ରୋପଚାର କରି ଚୁମ୍ବକର ଟ୍ୟାବଲେଟକୁ ପିଲାଟିର ପେଟରୁ ବାହାର କରି ଥିଲେ।

Hot this week

ପଦ୍ମଭୂଷଣ ଡ. ରାଧାନାଥ ରଥଙ୍କ ୧୨୯ ତମ ଜୟନ୍ତୀ: ସେମାନଙ୍କ ଦୃଷ୍ଟିରେ ବାବୁଜୀ

ପ୍ରେରଣାର ଉତ୍ସ ଡକ୍ଟର ରଥ ଦୀର୍ଘକାଳ ଧରି ଓଡ଼ିଶାର ସାଧାରଣ ଜୀବନ ସହିତ...

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

Related Articles

Popular Categories