କାମାକ୍ଷାନଗର : ଢେଙ୍କାନାଳ ଜିଲା କାମାକ୍ଷାନଗର ପଶ୍ଚିମାଞ୍ଚଳ ରେଞ୍ଜ କାମାକ୍ଷାନଗର – ଢେଙ୍କାନାଳ ମୁଖ୍ୟ ରାସ୍ତାର ଅଁଳାବେରେଣୀ ଖଟୁଆହତା ଠାରେ ଶନିବାର ଭୋର ସମୟରେ ହାତୀ ଆକ୍ରମଣରେ ହାତୀ ଆକ୍ରମଣରେ ଜଣେ ବୃଦ୍ଧଙ୍କ ମୃତ୍ୟୁ ହୋଇଛି। ମୃତକ ଜଣକ ହେଲେ ଖଟୁଆହତା ଗ୍ରାହର।କାର୍ତ୍ତିକ ସାହୁ (୭୫)।
ମିଳିଥିବା ସୂଚନା ଅନୁଯାୟୀ, କାର୍ତ୍ତିକ ସକାଳେ ବିଲକୁ ଯାଉଥିବା ସମୟରେ ହାତୀ ହାବୁଡ଼ରେ ପଡ଼ିଯାଇଥିଲେ। ହାତୀ ତାଙ୍କୁ ଆକ୍ରମଣରେ କରିବା ଫଳରେ ତାଙ୍କ ଅବସ୍ଥାରେ ଗୁରୁତର ହୋଇଥିଲା। ଗୁରୁତର କାର୍ତ୍ତିକଙ୍କୁ ଉଦ୍ଧାର କରି ଢେଙ୍କାନାଳ ମେଡିକାଲକୁ ନିଆଯାଇଥିଲା। ମାତ୍ର ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।
ହାତୀ ଆକ୍ରମଣରେ ବୃଦ୍ଧଙ୍କ ମୃତ୍ୟୁ
Popular Categories



