www.samajalive.in
Sunday, December 14, 2025
16.1 C
Bhubaneswar

ପୀଡ଼ିତାଙ୍କ ଶେଷ ବୟାନ ଆଧାରରେ ସିବିଆଇ ଚାର୍ଜସିଟ୍; ହାଥରସ ଯୁବତୀ ଗଣବଳାତ୍କାରର ଶିକାର

ନୂଆଦିଲ୍ଲୀ : ବହୁଚର୍ଚ୍ଚିତ ହାଥରସ ଗଣବଳାତ୍କାର ଓ ହତ୍ୟା ମାମଲାର ଅଭିଯୋଗ ଫର୍ଦ (ଚାର୍ଜସିଟ୍) ଦାଖଲ କରିଛି ସିବିଆଇ। ବଳାତ୍କାରର ଶିକାର ହୋଇଥିବା ୨୦ବର୍ଷୀୟା ଯୁବତୀଙ୍କ ମୃତ୍ୟୁକାଳୀନ ଜମାନବନ୍ଦୀ ଆଧାରରେ ସିବିଆଇର ତଦନ୍ତକାରୀ ଅଧିକାରୀ (ଆଇଓ) ସୀମା ପାହୁଜା ଶୁକ୍ରବାର ହାଥରସ ଜିଲା ସ୍ବତନ୍ତ୍ର ଏସସି-ଏସଟି ଅଦାଲତରେ ଚାର୍ଜସିଟ୍ ଦାଖଲ କରିଛନ୍ତି। ଏଥିରେ ଯୁବତୀଙ୍କୁ ଗଣବଳାତ୍କାର ପରେ ହତ୍ୟା କରାଯାଇଥିବା ରିପୋର୍ଟ ଦିଆଯାଇଛି।
ଚାର୍ଜସିଟ୍‌ ଦାଖଲ ପରେ ସମ୍ପୂର୍ଣ୍ଣ ମାମଲା ନୂଅା ମୋଡ଼ ନେଇଛି। ରାଜ୍ୟର ଯୋଗୀ ଆଦିତ୍ୟନାଥ ସରକାରଙ୍କ ପକ୍ଷରୁ ବଳାତ୍କାର ହୋଇ ନ ଥିବା ଦାବି କରାଯାଇଥିଲା; ଏମିତିକି ରାଜ୍ୟ ପୁଲିସ ମଧ୍ୟ ବଳାତ୍କାରକୁ ଅସ୍ବୀକାର କରିବା ସହ ଏହା ସପକ୍ଷରେ ପ୍ରମାଣ ଯୋଗାଡ଼ କରୁଥିଲା। ଯୁବତୀଙ୍କ ମୃତ୍ୟୁ ପରବର୍ତ୍ତୀ ଘଟଣାରେ ଚାପଗ୍ରସ୍ତ ହୋଇ ମୁଖ୍ୟମନ୍ତ୍ରୀ ଘଟଣାର ସିବିଆଇ ତଦନ୍ତ ସୁପାରିସ୍‌ କରିଥିଲେ। ଚାର୍ଜସିଟ୍ ଦାଖଲ ପରେ ସରକାରଙ୍କ ଦାବି ଭୁଲ ପ୍ରମାଣିତ ହୋଇଛି। ସେପ୍ଟେମ୍ବର ୧୪ରେ ଉତ୍ତରପ୍ରଦେଶର ହାଥରସଠାରେ ୪ଜଣ ଉଚ୍ଚ ବର୍ଗର ଯୁବକ ସ୍ଥାନୀୟ ଦଳିତ ଯୁବତୀଙ୍କୁ ଚାଷ ଜମିରେ ଗଣବଳାତ୍କାର କରିବା ପରେ ନିର୍ଯାତନା ସହ ଅତି ନିଷ୍ଠୁର ଭାବେ ହତ୍ୟା ଉଦ୍ୟମ କରିଥିଲେ। ସେପ୍ଟେମ୍ବର ୨୯ରେ ଦିଲ୍ଲୀର ସଫଦରଜଙ୍ଗ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ଯୁବତୀଙ୍କର ମୃତ୍ୟୁ ଘଟିଥିଲା। ମୃତ୍ୟୁ ପୂର୍ବରୁ ସେପ୍ଟେମ୍ବର ୨୨ରେ ପୀଡ଼ିତା ନିଜ ବୟାନରେ ତାଙ୍କୁ ଗଣବଳାତ୍କାର ସହ ହତ୍ୟା ଉଦ୍ୟମ ହୋଇଥିବା କହିଥିଲେ। ତଦନ୍ତକାରୀ ସିବିଆଇ ପୀଡ଼ିତା ଦେଇଥିବା ଶେଷ ବୟାନ ଆଧାରରେ ଚାର୍ଜସିଟ ଦାଖଲ କରିଛି। ଦିଲ୍ଲୀରେ ତାଙ୍କର ମୃତ୍ୟୁ ପରେ ରାଜ୍ୟ ପୁଲିସ ପରିବାର ଲୋକଙ୍କୁ ଶେଷଦର୍ଶନର ସୁଯୋଗ ନ ଦେଇ ଏବଂ ପରିବାରର ବିନାନୁମତିରେ ରାତିଅଧିଆ ବଳପୂର୍ବକ ଶବଦାହ କରିଦେଇଥିଲା।
ପ୍ରଶାସନର ଏଭଳି ପଦକ୍ଷେପକୁ ବିଭିନ୍ନ ମହଲରେ ନିନ୍ଦା କରାଯିବା ଘଟଣା ବିରୋଧରେ କେବଳ ଉତ୍ତରପ୍ରଦେଶ ନୁହେଁ; ସାରା ଦେଶରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଥିଲା। କାରାଗାରରେ ଥିବା ୪ ଅଭିଯୁକ୍ତ ମଧ୍ୟ ସେମାନଙ୍କୁ ଅଯଥାରେ ଫସାଇବା ଉଦ୍ୟମ ହେଉଥିବା କହିଥିଲେ। ମୁଖ୍ୟ ଅଭିଯୁକ୍ତ ପୀଡ଼ିତାଙ୍କ ସହ ତା’ର ସମ୍ପର୍କ ଥିବା ଏବଂ ଏଥିପାଇଁ ପୀଡ଼ିତାଙ୍କୁ ତାଙ୍କ ବାପା-ମାଆ ନିର୍ଯାତନା ଦେଉଥିବା ଦାବି କରିଥିଲା। ବହୁ ହୋ-ହଲ୍ଲା ପରେ ରାଜ୍ୟ ସରକାର ବାଧ୍ୟହୋଇ ତଦନ୍ତ ଦାୟିତ୍ବ ସିବିଆଇକୁ ଦେଇଥିଲେ। ସୁପ୍ରିମକୋର୍ଟଙ୍କ ନିର୍ଦେଶକ୍ରମେ ଆଲ୍ଲାହାବାଦ ହାଇକୋର୍ଟଙ୍କ ତତ୍ତ୍ବାବଧାନରେ ସିବିଆଇ ମାମଲାର ତଦନ୍ତ କରୁଥିଲା। ଗତ ସପ୍ତାହରେ ସିବିଆଇ ତଦନ୍ତ ଅବଧି ବୃଦ୍ଧି ପାଇଁ ହାଇକୋର୍ଟରେ ଆବେଦନ କରିଥିଲା। ହାଇକୋର୍ଟ ବୁଧବାର ଏହାର ଶୁଣାଣି ଜାନୁଆରୀ ୨୭କୁ ଧାର୍ଯ୍ୟ କରିଛନ୍ତି।

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

Related Articles

Popular Categories