www.samajalive.in
Tuesday, December 9, 2025
16.1 C
Bhubaneswar

ପ୍ରଥମ ଟ୍ବେଣ୍ଟି-୨୦ : ପାକିସ୍ତାନକୁ ହରାଇଲା ନ୍ୟୁଜିଲାଣ୍ଡ

ଅକ୍‌ଲାଣ୍ଡ : ଜ୍ୟାକବ ଡୁଫିଙ୍କ ଘାତକ ବୋଲିଂ ପରେ ଟିମ୍‌ ସେଫର୍ଟଙ୍କ ଅର୍ଦ୍ଧଶତକ ବଳରେ ଘରୋଇ ନ୍ୟୁଜିଲାଣ୍ଡ ପ୍ରଥମ ଟ୍ବେଣ୍ଟି୨୦ ମ୍ୟାଚରେ ୫ ୱିକେଟରେ ପାକିସ୍ତାନକୁ ପରାସ୍ତ କରିଛି। ଏହି ବିଜୟ ସହ ନ୍ୟୁଜିଲାଣ୍ଡ ୩ ମ୍ୟାଚ ବିଶିଷ୍ଟ ଟ୍ବେଣ୍ଟି୨୦ ସିରିଜ୍‌ରେ ୧-୦ରେ ଆଗୁଆ ରହିଛି।
ଅକ୍‌ଲାଣ୍ଡରେ ଶୁକ୍ରବାର ଖେଳାଯାଇଥିବା ମ୍ୟାଚରେ ପାକିସ୍ତାନ ଟସ୍‌ ଜିଣି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା। ଦଳ ପ୍ରାରମ୍ଭରୁ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇ ୮.୨ ଓଭରରେ ୩୯ରନରେ ୫ଟି ୱିକେଟ ହରାଇଥିଲା। ମହମ୍ମଦ ରିଜୱାନ ୧୭,ହାଇଦର ଅଲ୍ଲୀ ୩, ଖୁସ୍‌ଦିଲ୍‌ ସେହୋସ୍‌ ୧୬ରନ କରିଥିବାବେଳେ ଅବଦୁଲ୍ଲା ସାଫିକ୍‌ ଓ ମହମ୍ମଦ ହାଫିଜ୍ ବିନା ରନ୍‌ରେ ଆଉଟ୍‌ ହୋଇଥିଲେ। ୬ଷ୍ଠ ୱିକେଟରେ ଅଧିନାୟକ ସାହାଦେବ୍‌ ଖାନ ଓ ଇମାଦ୍‌ ୱାସିମ୍‌ ୪୦ରନ ଯୋଗ କରି ଦଳୀୟ ସ୍କୋରକୁ ୭୯ରନରେ ପହଞ୍ଚାଇଥିଲେ। ଇମାଦ୍ ୧୯ରନ କରି ଆଉଟ୍‌ ହୋଇଥିଲେ। ଶେଷ ଆଡକୁ ସାହାଦେବ୍‌ ଖାନଙ୍କ ୪୨ ଓ ଫାହିମ୍‌ ଆସରଫଙ୍କ ୩୧ରନ ବଳରେ ୨୦ ଓଭରରେ ୯ ୱିକେଟ ହରାଇ ୧୫୩ରନ କରିବାକୁ ସକ୍ଷମ ହୋଇଥିଲା। ଅନ୍ୟମାନଙ୍କ ମଧ୍ୟରେ ୱାହାବ୍‌ ରିଆଜ୍‌ ୯ରନ କରି ଆଉଟ୍‌ ହୋଇଥିବାବେଳେ ସାହିନ୍ ଆଫ୍ରିଦି ୧୦ ରନ କରି ଅପରାଜିତ ରହିଥିଲେ। ନ୍ୟୁଜିଲାଣ୍ଡ ପକ୍ଷରୁ ଜ୍ୟାକବ ଡୁଫି ୪ଟି, ସ୍କଟ୍‌ କୁଗିଲିନ୍‌ ୩ଟି ୱିକେଟ ନେଇଥିଲେ। ନ୍ୟୁଜିଲାଣ୍ଡ ୧୮.୫ ଓଭରରେ ୫ ୱିକେଟ ହରାଇ ୧୫୬ରନ କରି ବିଜୟୀ ହୋଇଥିଲା। ଟିମ୍‌ ସେଫର୍ଟ ୫୭,ମାର୍କ ଚାମ୍ପମ୍ୟାନ ୩୪, ଗ୍ଲେନ ଫିଲିପ୍ସ ୨୩ ରନ କରି ଆଉଟ୍‌ ହୋଇଥିବାବେଳେ ଜିମ୍ମି ନଶିମ୍‌ ୧୫ ଓ ଅଧିନାୟକ ମାଇକେଲ ସାଣ୍ଟନର ୧୨ରନ କରି ଅପରାଜିତ ରହିଥିଲେ। ପାକିସ୍ତାନ ପକ୍ଷରୁ ହାରିସ୍ ରୌଫ ୩ଟି,ସାହିନ୍‌ ଆଫ୍ରିଦି ୨ଟି ୱିକେଟ ନେଇଥିଲେ। ସିରିଜ୍‌ର ଦ୍ବିତୀୟ ମ୍ୟାଚ ୨୦ରେ ହାମିଲଟନରେ ଖେଳାଯିବ।

Hot this week

ଦୁର୍ନୀତି ବ୍ୟାଧିର ଉପଚାର

ପୂର୍ବ ୟୁରୋପର ଦେଶ ଜର୍ଜିଆ, ଯାହା କି ପୂର୍ବରୁ ସୋଭିଏତ୍‌‌ ରୁଷ...

ଚିନ୍ତାକଳ୍ପ : ଗୃହୀ ସାଧକର ଆଭିମୁଖ୍ୟ

ମହର୍ଷି ଅଙ୍ଗିରାଙ୍କ ଆଶ୍ରମରେ ରହି ଶିଷ୍ୟମାନେ ଅଧ୍ୟୟନ କରୁଥାନ୍ତି। ତାଙ୍କ ମାର୍ଗଦର୍ଶନରେ...

ସମ୍ପାଦକୀୟ : ଜାତିସଂଘର ପାଣ୍ଠି ଚିନ୍ତା

ବିଶ୍ବବ୍ୟାପୀ ମାନବିକ ସହାୟତା ପ୍ରଭାବିତ ମିଳିତ ଜାତିସଂଘ ୨୦୨୬ ବର୍ଷ ପାଇଁ ୨୩...

ସମ୍ପାଦକୀୟ : ଗୋଆ ଅଗ୍ନିକାଣ୍ଡ

କେବେ ଆମେ ସଚେତନ ହେବା ? ଗୋଆର ଏକ ନାଇଟ୍ କ୍ଲବରେ ଯେଉଁ...

ମଙ୍ଗଳବାର ରାଶିଫଳ: ଭାଗ୍ୟ ଡୋରିକୁ ନିଜ ହାତରେ ରଖିବେ, ବ୍ୟବସାୟରୁ ପ୍ରଚୁର ଲାଭ ହେବ

ମେଷ: ସୁଖଦା, ସତ୍‌ଚରିତ୍ରା, ପତିବ୍ରତା ସହଧର୍ମିଣୀଙ୍କ ପରାମର୍ଶ ଉପାଦେୟ ହେବ। ବିଭିନ୍ନ ସୂତ୍ରରୁ...

Related Articles

Popular Categories