www.samajalive.in
Friday, December 12, 2025
27.1 C
Bhubaneswar

ଭିରୁଡାରେ ଅବକାରୀ ଚଢଉ, ୧୮୦୦ଲିଟର ପୋଚ ଜବତ

ଆଠଗଡ/ତିଗିରିଆ : କଟକ ଜିଲ୍ଲାପାଳ ଭବାନୀ ଶଙ୍କର ଚୟନୀ ଓ ଜିଲ୍ଲା ଅବକାରୀ ଅଧିକ୍ଷକ ଡାକ୍ତର ଶାନ୍ତନୁ କୁମାର ଦାସଙ୍କ ନିର୍ଦ୍ଦେଶକ୍ରମେ ଶୁକ୍ରବାର ଭୋର ସମୟରେ ତିଗିରିଆ ଥାନା ଅନ୍ତର୍ଗତ ଭିରୁଡା ଅଞ୍ଚଳରେ ଜୋରଦାର ଅବକାରୀ ଚଢଉ କରାଯାଇଛି। ଆଠଗଡ ଅତିରିକ୍ତ ତହସିଲଦାର ସୁଧାଂଶୁ ଶେଖର ସାଓଙ୍କ ଉପସ୍ଥିତିରେ ଏବଂ ଆଠଗଡ ଅବକାରୀ ନିରୀକ୍ଷକ ସଞ୍ଜିତ୍ ବାର୍ଲାଙ୍କ ନେତୃତ୍ୱରେ ଭିରୁଡା ଗ୍ରାମ ନିକଟବର୍ତ୍ତୀ ପାହାଡତଳି ଅଞ୍ଚଳରେ ବ୍ୟାପକ ଚଢଉ କରାଯାଇଥିଲା। ଚଢଉ ସମୟରେ ବିଭିନ୍ନ ସ୍ଥାନରେ ଶତାଧିକ ପ୍ଲାଷ୍ଟିକ ଜାରକିନରେ ମଦପ୍ରସ୍ତୁତି ପାଇଁ ଲୁଚାଇ ରଖାଯାଇଥିବା ପ୍ରାୟ ୧୮୦୦ଲିଟର ଗୁଡପୋଚ ଜବତ କରାଯାଇ ଘଟଣାସ୍ଥଳରେ ଜାରକିନ ଓ ଗୁଡପୋଚକୁ ନଷ୍ଟ କରାଯାଇଥିଲା। ଆଠଗଡ ଅବକାରୀ ଉପନିରୀକ୍ଷକ ବିଜୟ କୁମାର ଭଞ୍ଜ, ଜିଲ୍ଲା ଅବକାରୀ ଉପନିରୀକ୍ଷକ ବେଣୁଧର ସାମଲ, ଉପନିରୀକ୍ଷକ ଟେଲିସ୍ଫୋର ଲାକ୍ରା, ନିରାକାର ଦେହୁରୀ, ମାଗୁଣି ଚରଣ ମାଝି, ଶୁଭେନ୍ଦୁ କୁମାର ପୁହାଣଙ୍କ ସମେତ ବହୁ ଅବକାରୀ କର୍ମଚାରୀ ଓ ପୁଲିସ ପୋର୍ସ ଏହି ଚଢାଉରେ ଅଂଶଗ୍ରହଣ କରିଥିଲେ।

Hot this week

ମୁମ୍ବାଇ :କମୁନି 'ଧୁରନ୍ଧର'ର କ୍ରେଜ୍। ଡିସେମ୍ବର ୫ରେ ରିଲିଜ ଛି 'ଧୁରନ୍ଧର'।...

ସାଉଥ୍ ଏସିଆନ୍‌ ମୈତ୍ରୀ ସମ୍ମିଳନୀ ଉଦ୍‌ଘାଟିତ: ଯୋଗଦେଲେ ବିଭିନ୍ନ ରାଜ୍ୟର ଶତାଧିକ ପ୍ରତିନିଧି

ବ୍ରହ୍ମପୁର: ଶୁକ୍ରବାର ଗଞ୍ଜାମ ଜିଲ୍ଲାର ଗୋପାଳପୁର ବେଳାଭୂମିଠାରେ ୩୫ତମ ସାଉଥ୍ ଏସିଆନ୍...

ନିର୍ମାଣାଧିନ ପାଣିଟାଙ୍କିରୁ ଖସି ଯୁବକଙ୍କ ମୃତ୍ୟୁ

କେନ୍ଦ୍ରାପଡା: ନିର୍ମାଣାଧିନ ପାଣିଟାଙ୍କିରୁ ଖସି ଯୁବକର ମୃତ୍ୟୁ। ଏଭଳି ଅଭାବନୀୟ ଘଟଣା...

ଇଣ୍ଡିଗୋ ଅଚଳାବସ୍ଥା ଘଟଣାରେ ୪ଜଣଙ୍କୁ ବହିଷ୍କାର କଲା ଡିଜିସିଏ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ଅଚଳବସ୍ଥା ଘଟଣାରେ ଡିଜିସିଏ...

ଭିଜିଲାନ୍ସ ନାଁରେ ଓଏଏସ୍‌ ଙ୍କୁ ଠକେଇ, ଦୁଇ ଗିରଫ

ରାଉରକେଲା : ନିଜକୁ ଭିଜିଲାନ୍ସ ଅଧିକାରୀ କହି ଠକେଇ ଅଭିଯୋଗରେ ଦୁଇ...

Related Articles

Popular Categories