www.samajalive.in
Wednesday, December 10, 2025
18.1 C
Bhubaneswar

ଆଠଗଡରେ ନୂତନ ଯୋଗାଣ ଅଧିକାରୀଙ୍କ ଯୋଗଦାନ

ଆଠଗଡ : ଆଠଗଡରେ ଦୀର୍ଘ ୪ମାସ ଉପଖଣ୍ଡ ସହକାରୀ ଯୋଗାଣ ଅଧିକାରୀ ପଦବୀଟି ଖାଲି ପଡିଥିବାବେଳେ ଶୁକ୍ରବାର ନୂତନ ସହକାରୀ ଯୋଗାଣ ଅଧିକାରୀ କାର୍ଯ୍ୟରେ ଯୋଗଦେଇଛନ୍ତି। ନୂତନ ସହକାରୀ ଯୋଗାଣ ଅଧିକାରୀ ଭାବେ ଦେବାଶିଷ ମହାନ୍ତି ଶୁକ୍ରବାର ଉପଜିଲ୍ଲାପାଳ ଅଜାମ୍ବର ମହାନ୍ତିଙ୍କୁ ସାକ୍ଷାତ କରିବା ପରେ ଦାୟିତ୍ୱ ଗ୍ରହଣ କରିଥିଲେ। ଏହା ପୂର୍ବରୁ ଶ୍ରୀ ମହାନ୍ତି ସମ୍ବଲପୁର ଜିଲ୍ଲାର କୁଚିଣ୍ଡା ଉପଖଣ୍ଡରେ ସହକାରୀ ଯୋଗାଣ ଅଧିକାରୀ ଭାବେ କାର୍ଯ୍ୟ କରିଥିଲେ। ପୂର୍ବରୁ ଆଠଗଡରେ ସହକାରୀ ଯୋଗାଣ ଅଧିକାରୀ ଭାବେ ଥିବା ନିରଦ ରଞ୍ଜନ ଦାସଙ୍କର ଢେଙ୍କାନାଳ ଜିଲ୍ଲାକୁ ଜିଲ୍ଲା ଯୋଗାଣ ଅଧିକାରୀ ଭାବେ ପଦୋନ୍ନତି ସହ ବଦଳି ହେବା ପରେ ଆଠଗଡ ବ୍ଲକ ଯୋଗାଣ ନିରୀକ୍ଷକ ସୌମେନ୍ଦ୍ର ମହାନ୍ତି ଭାରପ୍ରାପ୍ତ ସହକାରୀ ଯୋଗାଣ ଅଧିକାରୀ ଭାବେ ଦାୟିତ୍ୱ ନିର୍ବାହ କରୁଥିଲେ। ନୂତନ ସହକାରୀ ଯୋଗାଣ ଅଧିକାରୀ ଭାବେ ଯୋଗଦେବା ପରେ ଶ୍ରୀ ମହାନ୍ତି ତାଙ୍କ ପ୍ରତିକ୍ରିୟାରେ ଆଠଗଡ ଉପଖଣ୍ଡରେ ସାଧାରଣ ବଣ୍ଟନ ବ୍ୟବସ୍ଥାରେ ସ୍ୱଚ୍ଛତା ଆଣିବା ଓ ଏହାକୁ ବ୍ୟବସ୍ଥିତ କରିବା ତାଙ୍କର ପ୍ରାଥମିକତା ହେବ ବୋଲି ପ୍ରକାଶ କରିଥିଲେ।

Hot this week

ଆପଣଙ୍କ ବିଦ୍ୟୁତ୍‌ ବିଲ୍‌ କମାଇଦେବ AI

ନୂଆଦିଲ୍ଲୀ - ଏବେ ଏଆଇ ବା କୃତ୍ରିମ ବୁଦ୍ଧିମତାକୁ ନେଇ ଅନେକ...

ନିଶା ଭାବରେ ବ୍ୟବହାର କରାଯାଉଥିବା କଫ୍‌ ସିରଫ ବ୍ୟବସାୟ ରୋକିବା ପାଇଁ ପୁଲିସ ତତ୍ପର

କଟକ- ବେଆଇନ କଫ୍‌ ସିରପ ଚୋରା ଚାଲାଣ ଓ ବ୍ୟବସାୟ ରୋକିବା...

ସୁଧୁରୁଛି ସ୍ଥିତି- ଏବେ ବିମାନ ଚଳାଚଳ ସ୍ୱାଭାବିକ ହେବ

ଭୁବନେଶ୍ବର ବିଜୁପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଇଣ୍ଡିଗୋ ବିମାନ ଚଳାଚଳ ନେଇ ଦେଖାଦେଇଥିବା...

ଭାରତ ମୁସଲମାନ ମାନେ ଧମାନ୍ତରିତ : ବ୍ରିଜଭୂଷଣ ଶରଣ ସିଂ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ କେସିଆରଗଞ୍ଜ ସାଂସଦ ବ୍ରିଜଭୂଷଣ ଶରଣ...

ମରକ୍କୋରେ ୨ଟି କୋଠା ଭୁଶୁଡ଼ି ୧୯ ମୃତ

ସମାଜ ଲାଇଭ ଡ଼େସ୍କ : ମରକ୍କୋର ଫେଜ୍‌ ସହରରେ ଦୁଇଟି କୋଠା...

Related Articles

Popular Categories