www.samajalive.in
Tuesday, December 9, 2025
26.1 C
Bhubaneswar

ଆଠଗଡ ନଗର ମଣ୍ଡଳ ବିଜେପିର ପ୍ରଶିକ୍ଷଣ ଶିବିର

ଆଠଗଡ : ରାଜ୍ୟ ଭାରତୀୟ ଜନତା ପାର୍ଟି ପକ୍ଷରୁ ତୃଣମୂଳସ୍ତରରେ ସଂଗଠନକୁ ମଜବୁତ କରିବା ଉଦ୍ଦେଶ୍ୟରେ ମଣ୍ଡଳ ସ୍ତରୀୟ ପ୍ରଶିକ୍ଷଣ ଶିବିର ଆୟୋଜନ କରିବା ପାଇଁ ନିର୍ଦ୍ଦେଶ ପରିପ୍ରେକ୍ଷୀରେ ଶୁକ୍ରବାର ଆଠଗଡ ନଗର ମଣ୍ଡଳ ପକ୍ଷରୁ ଏକ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି। ସ୍ଥାନୀୟ ମହାବୀର ପ୍ଲାଜାଠାରେ ନଗର ମଣ୍ଡଳ ସଭାପତି ନଚିକେତା ପରମାଣିକଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ଏହି ପ୍ରଶିକ୍ଷଣ ଶିବିରକୁ ମୁଖ୍ୟଅତିଥି ଭାବେ କୃଷକ ମୋର୍ଚ୍ଚା ରାଷ୍ଟ୍ରୀୟ ଉପସଭାପତି ମହେଶ୍ୱର ସାହୁ ଯୋଗଦେଇ ଆନୁଷ୍ଠାନିକ ଭାବେ ଉଦ୍‌ଘାଟନ କରିଥିଲେ। ଏଥିରେ କଟକ ମହାନଗର ଜିଲ୍ଲା ସଭାପତି ଲଲାଟେନ୍ଦୁ ବଡୁ, ମହାନଗର ଉପସଭାପତି ସୁନିଲ ଦ୍ୱିବେଦୀ, ରାଜ୍ୟ କୃଷକ ମୋର୍ଚ୍ଚା ଉପସଭାପତି ହୃଷିକେଶ ଜେନା, ଆଇନଜୀବୀ ଫଣିଭୂଷଣ ରଥ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେଇ କାର୍ଯ୍ୟକର୍ତ୍ତାଙ୍କୁ ଦଳୀୟ ନୀତି, ଆଦର୍ଶ, ଆଭିମୁଖ୍ୟ ଓ ଲକ୍ଷ୍ୟ ସଂପର୍କରେ ଆଲୋକପାତ କରିଥିଲେ। ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ତଥା ଆଠଗଡର ବରିଷ୍ଠ ବିଜେପି ନେତା ବ୍ରଜେନ୍ଦ୍ର ରାୟ ଏହି ପ୍ରଶିକ୍ଷଣ ଶିବିରକୁ ସଂଯୋଜନା କରି ଦଳୀୟ କାର୍ଯ୍ୟକର୍ତ୍ତାମାନଙ୍କୁ ପ୍ରତି ଗ୍ରାମରେ କେନ୍ଦ୍ର ସରକାରଙ୍କର ବିଭିନ୍ନ ଜନକଲ୍ୟାଣକାରୀ ଯୋଜନା ସଂପର୍କରେ ପ୍ରଚାର ପ୍ରସାର କରିବା ସହ ଏହାର ସଫଳ ରୂପାୟନ ଉପରେ ଧ୍ୟାନ ଦେବା ପାଇଁ ପରାମର୍ଶ ଦେଇଥିଲେ। ଶ୍ରୀ ରାୟଙ୍କ ସମେତ ଅନ୍ୟବକ୍ତାମାନେ ଦଳୀୟ କାର୍ଯ୍ୟକର୍ତ୍ତାଙ୍କୁ ଦଳୀୟ ବିଚାରଧାରା ଏବଂ ପ୍ରଧାନମନ୍ତ୍ରୀଙ୍କର ସ୍ୱପ୍ନର ନୂଆ ଭାରତ ଗଠନ ସଂପର୍କରେ ବୁଝାଇବା ସହିତ ‘ବିଚାର ପରିବାର’ ଏବଂ ‘ବ୍ୟକ୍ତିତ୍ୱ ବିକାଶ’ ବିଷୟରେ ପ୍ରଶିକ୍ଷଣ ଦେଇଥିଲେ। ଦଳୀୟ କାର୍ଯ୍ୟକର୍ତ୍ତା ରମାକାନ୍ତ ସେନାପତି ସ୍ୱାଗତ ଭାଷଣ ଓ ପ୍ରକାଶ କୁମାର ସେଠୀ ଅତିଥି ପରିଚୟ ପ୍ରଦାନ କରିଥିବାବେଳେ ଅରୁଣ କୁମାର ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ। ବରିଷ୍ଠ କାର୍ଯ୍ୟକର୍ତ୍ତା ଜଗଦାନନ୍ଦ ତ୍ରିପାଠୀ, ବିଚିତ୍ରାନନ୍ଦ ଜେନା, ପ୍ରମୋଦ କୁମାର ରାୟ, ଡଃ ହରିହର ସାହୁ, ପ୍ରଦୀପ ମହାପାତ୍ର, ଜଗଦୀଶ ପ୍ରସାଦ କବି, କ୍ୟାପଟେନ ପ୍ରଫୁଲ୍ଲ ପରିଡା, ନୂଆପାଟଣା ମଣ୍ଡଳ ସଭାପତି ଚିନ୍ମୟ ମଲ୍ଲିକ ଓ ମିଡିଆ ସଂଯୋଜକ ପରେଶ ରଞ୍ଜନ ସାହୁ ପ୍ରମୁଖ ବିଭିନ୍ନ ଦଳୀୟ କାର୍ଯ୍ୟକ୍ରମ ସଂପର୍କରେ ଆଲୋଚନା କରିଥିଲେ।

Hot this week

ଦେଢ଼ବର୍ଷରେ ମଲେଣି ୧୩୬ ହାତୀ

ସମାଜଲାଇଭ ଡେସ୍କ: ରାଜ୍ୟରେ ହାତୀ ଅସୁରକ୍ଷିତ। ହାତୀ ମୃତ୍ୟୁ ରୋକିବାରେ ସରକାର...

ପାନୀୟଜଳ ସମସ୍ୟା ଦୂର ପାଇଁ ନିର୍ମାଣ ହେଉଛି ୬,୬୪୬ ନୂତନ ନଳକୂପ

ସମାଜଲାଇଭ ଡେସ୍କ: ରାଜ୍ୟରେ ଆଗକୁ ଆସୁଥିବା ଖରାଦିନ ପୂର୍ବରୁ ପାନୀୟଜଳ ସମସ୍ୟା...

ଅଟୋକୁ ଧକ୍କା ଦେଇ ବାଇକ ଚାଳକ ମୃତ

କଲ୍ୟାଣସିଂହପୁର: ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଲକ୍ଷ୍ମୀପୁର ଗାଁରେ ଅଟୋ କୁ...

ବିଧାୟକଙ୍କ ଦରମା ବୃଦ୍ଧି: ଭତ୍ତା ସହ ପାଇବେ ୩.୨୬ ଲକ୍ଷ

ସମାଜଲାଇଭ ଡେସ୍କ: ବିଧାନସଭା ବାଚସ୍ପତି, ଉପବାଚସ୍ପତି, ମନ୍ତ୍ରୀ ଓ ସଦସ୍ୟମାନଙ୍କ ଦରମା,...

ଖୋଲିଲା ଦର୍ଶକ ଗ୍ୟାଲେରୀ ଗେଟ୍

କଟକ: ଆଉ ମାତ୍ର କିଛି ଘଣ୍ଟାର ଅପେକ୍ଷା। କଟକ ବାରବାଟୀ ଷ୍ଟାଡିୟମରେ...

Related Articles

Popular Categories