www.samajalive.in
Sunday, December 14, 2025
26.1 C
Bhubaneswar

ଆସନ୍ତା ୨୩ରୁ ଖୋଲିବ ଶ୍ରୀମନ୍ଦିର ଓ ଜିଲାର ସମସ୍ତ ଧର୍ମାନୁଷ୍ଠାନ

ପୁରୀ: ଦୀର୍ଘ ୮ ମାସ ପରେ ଖୋଲିବାକୁ ଯାଉଛି ଶ୍ରୀମନ୍ଦିର। କରୋନା ମହାମାରୀ କାରଣରରୁ ପୁରୀର ଶ୍ରୀମନ୍ଦିର ତଥା ରାଜ୍ୟର ଅନ୍ୟାନ୍ୟ ମନ୍ଦିର ସମସ୍ତ ବନ୍ଦ ରଖାଯାଇଥିଲା। ଆସନ୍ତା ୨୩ରୁ ଶ୍ରୀମନ୍ଦିର ଖୋଲିବାସହ ପୁରୀ ଜିଲାର ସମସ୍ତ ଧର୍ମାନୁଷ୍ଠାନ ଖୋଲାଯିବ ବୋଲି ପୁରୀ ଜିଲାପାଳ ବଳଓ୍ବନ୍ତ ସିଂହ ସୂଚନା ଦେଇଛନ୍ତି। ଏହାପରେ ଶ୍ରଦ୍ଧାଳୁଙ୍କ ମନରେ ଖୁସିର ଲହରୀ ଖେଳିଯାଇଛି ।

ସୂଚନା ଅନୁଯାୟୀ, ପ୍ରଥମ ଦୁଇ ଦିନ ଶ୍ରୀମନ୍ଦିରକୁ କେବଳ ସେବାୟତଙ୍କ ପରିବାରକୁ ଦର୍ଶନ ଅନୁମତି ମିଳିଛି। ଦୁଇ ଦିନ ପରେ ପୁରୀ ସହରବାସୀଙ୍କୁ ଦର୍ଶନ ସୁବିଧା ମିଳିବ। ପରେ ପର୍ଯ୍ୟାୟକ୍ରମେ ସକାଳୁ ସନ୍ଧ୍ୟା ଯାଏ ବିଭିନ୍ନ ୱାର୍ଡ ବାସିନ୍ଦାଙ୍କୁ ମହାପ୍ରଭୁଙ୍କୁ ଦର୍ଶନ ଲାଗି ଅନୁମତି ମିଳିବ ବୋଲି ଜିଲାପାଳ ବଳଓ୍ବନ୍ତ ସିଂ କହିଛନ୍ତି  ।

- Advertisement -

ମନ୍ଦିର ଯିବା ପାଇଁ କେତେକ ସ୍ୱତନ୍ତ୍ର ଗାଇଡଲାଇନ ଜାରି କରାଯାଇଛି। ମାସ୍କ ପିନ୍ଧିବା, ସାନିଟାଇଜର ବ୍ୟବହାର କରିବା ସହ ସାମାଜିକ ଦୂରତା ପାଳନ କରିବା ମଧ୍ୟ ବାଧ୍ୟତାମୂଳକ। ମନ୍ଦିର ବନ୍ଦ ଥିବା ସମୟରେ କିଛି ଦିନ ପୂର୍ବରୁ ଶ୍ରଦ୍ଧାଳୁ କେବଳ ବଡଦାଣ୍ଡରେ ଠିଆ ହୋଇ ପତିତପାବନକୁ ଦର୍ଶନ କରୁଥିଲେ। ମାତ୍ର ଜଗା ଦର୍ଶନ ନ କରୁଥିବାରୁ କୋଟି କୋଟି ଶ୍ରଦ୍ଧାଳୁଙ୍କ ଆଖିରେ ଲୁହ ଭରି ଯାଉଥିଲା।

Hot this week

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

ବର୍ଦ୍ଧିତ ଦରମା ନବୀନ ଫେରାଇବା ପ୍ରସଙ୍ଗ ; ନବୀନଙ୍କୁ କେଭି ଓ ଜୟଙ୍କ କଟାକ୍ଷ

ସମାଜ ଲାଇଭ ଡ଼େସ୍କ : ନବୀନ ବର୍ଦ୍ଧିତ ଦରମା ଫେରାଇବା ପ୍ରସଙ୍ଗରେ...

ସବ୍ୟସାଚୀ-ଅର୍ଚ୍ଚିତାଙ୍କ ଘରକୁ ଖବଶୀଘ୍ର ଆସିବେ କୁନି ଅତିଥି

ଭୁବନେଶ୍ୱର: ଓଲିଉଡର ଲୋକପ୍ରିୟ ଅଭିନେତା ସବ୍ୟସାଚୀ ମିଶ୍ରଙ୍କ ଘରେ ଏବେ ଖୁସିର...

Related Articles

Popular Categories