www.samajalive.in
Sunday, December 7, 2025
15.1 C
Bhubaneswar

୮୦୦ ବର୍ଷ ପରେ ଝଲସିବ ଖ୍ରୀଷ୍ଟମାସ ତାରା!

ସାରନଗରୀ: ଚଳିତ ବର୍ଷ ସମସ୍ତ ପର୍ବପର୍ବାଣୀରେ ପଡ଼ି ସାରିଲାଣି କରୋନା ଚଡ଼କ। ବର୍ଷର ଶେଷ ପର୍ବ ଖ୍ରୀଷ୍ଟମାସ୍ ଅର୍ଥାତ ବଡ଼ଦିନ ପାଳନ କରିବାକୁ ଉତ୍ସାହରତ ଅଛନ୍ତି ଖ୍ରୀଷ୍ଟଧର୍ମାଲମ୍ବୀ ଶ୍ରଦ୍ଧାଳୁ। ବଡ଼ଦିନ ଆସିବାକୁ ଦୁଇ ସପ୍ତାହରୁ କମ ସମୟ ବାକି ରହିଥିବା ବେଳେ, ଚର୍ଚ୍ଚ ଗୁଡ଼ିକରେ ପ୍ରଭୁ ଯୀଶୁଙ୍କ ଧ୍ୟାନରେ ମଗ୍ନ ରହିଛନ୍ତି ଖ୍ରୀଷ୍ଟ୍ରଧର୍ମାବଲମ୍ବୀ ଭାଇ, ଭଉଣୀ ମାନେ। ସାମାଜିକ ଦୂରତା ସହ କୋଭିଡ଼ ଗାଇଡ଼ ଲାଇନ ଅନୁଯାୟୀ ଖ୍ରୀଷ୍ଟମାସ ପାଳନ କରିବାକୁ ପ୍ରାକ ପ୍ରସ୍ତୁତି ଆରମ୍ଭ ହୋଇ ଯାଇଥିବା ଜଣାପଡ଼ିଛି। ଡିସେମ୍ବର ୨୫ ତାରିଖ ଖ୍ରୀଷ୍ଟମାସରେ ପ୍ରଭୁ ଯୀଶୁ ଧରାପୃଷ୍ଠରେ ଅବତରଣ କରିଥାନ୍ତି । ଏହା ଖ୍ରୀଷ୍ଟ୍ରଧର୍ମାବଲମ୍ବୀ ମାନଙ୍କ ଏକ ପବିତ୍ର ପର୍ବ ରୂପେ ପରିଗଣିତ ହୋଇଥାଏ ।

ପ୍ରାୟ ୮୦୦ ବର୍ଷ ପରେ ଚଳିତ ବର୍ଷ ଆକାଶରେ ଦେଖାଦେବ ଖ୍ରୀଷ୍ଟମାସ ତାରା! ଏହି ତାରା ମହାକାଶରେ ଏକ ଅଦଭୂତ ମହାଜାଗତିକ ଦୃଶ୍ୟ ସୃଷ୍ଟି କରିବ! ଗତ ୮୦୦ ବର୍ଷରେ ପ୍ରଥମ ଥର ପାଇଁ ଖ୍ରୀଷ୍ଟମାସରେ ଦେଖାଦେବ । ଏହି ଦିନ ବୃହସ୍ପତି ଓ ଶନି ଗ୍ରହ ଏକ ସରଳରେଖାକୁ ଆସିବେ। ଏହାକୁ ଖ୍ରୀଷ୍ଟମାସ ଷ୍ଟାର ଅଫ ବେଥେଲହାମ କୁହାଯାଏ। ବୃହସ୍ପତି ଏବଂ ଶନି ଗ୍ରହ ପ୍ରତି ୨୦ ବର୍ଷରେ ଥରେ ଏକ ସରଳରେଖାକୁ ଆସିଥାନ୍ତି। କିନ୍ତୁ ଚଳିତଥର ଏକ ବିରଳ ଘଟଣା ଘଟିବାକୁ ଯାଉଛିଯେ, ଏହି ଦୁଇ ଗ୍ରହ ନିକଟତର ହେବେ, ମାତ୍ର ଏହାକୁ ଖାଲି ଆଖିରେ ଲୋକେ ଦେଖିବାର ସୁଯୋଗ ପାଇ ପାରିବେ। ଏହା ପୂର୍ବରୁ ୧୨୨୬ ମାର୍ଚ୍ଚ ୪ ତାରିଖରେ ଉଭୟ ଗ୍ରହ ଅତି ନିକଟତର ହୋଇଥିଲେ, ସେହି ସମୟରେ ଆକାଶରେ ଝଲସିଥିଲା ଖ୍ରୀଷ୍ଟମାସ ତାରା। ଚଳିତ ଡିସେମ୍ବର ମାସ ୨୧ ତାରିଖରେ ସୂର୍ୟ୍ୟାସ୍ତର ୪୫ ମିନିଟ ପରେ ଉତର ଗୋଲାର୍ଦ୍ଧର ଦକ୍ଷିଣ-ପଶ୍ଚିମ ଦିଗରେ ଖାଲି ଆଖିରେ କିମ୍ବା ଟେଲିସ୍କୋପ ମାଧ୍ୟମରେ ତାରାକୁ ଦେଖିହେବ। ଏଭଳି ବିରଳ ଦୃଶ୍ୟ ସାରା ସପ୍ତାହରେ ଦୃଶ୍ୟମାନ ହେବ । ଆକାଶର ଖ୍ରୀଷ୍ଟମାସ ତାରା ଆସିବା ଜନ ସମାଜ ପାଇଁ ଏକ ଶୁଭ ସଙ୍କେତ। ଏହା ଦ୍ୱାରା ପୃଥିବୀ ମୈତ୍ରୀ ଓ ଶାନ୍ତିର ସ୍ତୁପ ବିରାଜିତ ହେବା ସହ ଶ୍ରଦ୍ଧାଳୁ ମାନଙ୍କ ଏହି ତାରା ଦର୍ଶନ କରିବା ସୌଭାଗ୍ୟର ବିଷୟ ବୋଲି ଦକ୍ଷିଣ ରାଉରକେଲା ବାଲିଯୋଡ଼ି ସ୍ଥିତ ରୋମାନ କ୍ୟାଥୋଲିକ ଚର୍ଚ୍ଚର ଫାଦ୍‌ର କୁଲକ୍ୱନ୍ତ ଖେସ୍ ପ୍ରକାଶ କରିଛନ୍ତି । ଅନ୍ୟପକ୍ଷେ ଆଗକୁ ଖ୍ରୀଷ୍ଟମାସ ଥିବାରୁ ରାଉରକେଲା ସମେତ ଦକ୍ଷିଣ ରାଉରକେଲାରାର ଚର୍ଚ୍ଚ ଗୁଡ଼ିକରେ ଖ୍ରୀଷ୍ଟମାସ ପାଳନ ପାଇଁ ପ୍ରାକ ପ୍ରସ୍ତୁତି ଆରମ୍ଭ ହୋଇଛି । ଏହି ଦିନ ଚର୍ଚ୍ଚ ଗୁଡ଼ିକରେ ଖ୍ରୀଷ୍ଟିୟାନ ଶ୍ରଦ୍ଧାଳୁ ମାନେ କ୍ୟାଣ୍ଡେଲ ପ୍ରଜ୍ଜଳନ କରିବା ସହ ପ୍ରଭୁ ଯୀଶୁଙ୍କୁ ଆରାଧନା କରି ତାଙ୍କର ଆର୍ଶୀବାଦ ଭିକ୍ଷା କରିଥାନ୍ତି ।

- Advertisement -

 

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories