www.samajalive.in
Sunday, December 14, 2025
15.1 C
Bhubaneswar

ଶୁଦ୍ଧ ହଳଦୀର ପ୍ୟାକ୍ ତ୍ବଚାରେ ଚମକ ଆଣେ

ରୋଗପ୍ରତିରୋଧକ ବଢ଼ାଇବାରେ ସହାୟକ ହଳଦୀ ଆମ କେଶ ଓ ତ୍ବଚାକୁ ମଧ୍ୟ ପୋଷଣ ଯୋଗାଏ। ପ୍ରାଚୀନ ସମୟରୁ ଭାରତୀୟ ମହିଳାମାନେ ସୌନ୍ଦର୍ଯ୍ୟ ଚର୍ଚ୍ଚାରେ ହଳଦୀ ବ୍ୟବହାର କରୁଛନ୍ତି। ଆଜିପର୍ଯ୍ୟନ୍ତ ହଳଦୀର ଆଦର କମିନାହିଁ, ବିଉଟିସିଆନ୍‌‌ ଶେହନାଜ୍ ହୁସୈନ୍‌ଙ୍କ ମତରେ ପ୍ରତିଦିନ ବେସନ-ହଳଦୀ-ଦହି ପ୍ୟାକ୍ ଲଗାଇବା ତ୍ବଚା ପାଇଁ ଭଲ।
– ଶୁଷ୍କ ତ୍ବଚା କିମ୍ବା ତୈଳୀୟ ତ୍ବଚାରେ ହଳଦୀ ପ୍ୟାକ୍ ଭଲଭାବେ ପ୍ରଭାବ ଦେଖାଏ। ୧ବଡ଼ ଚାମଚ ଦହି, ଚିମୁଟାଏ ହଳଦୀ, ଅଧ ଚାମଚ ବେସନ, ଫାଳେ ଲେମ୍ବୁ ରସକୁ ମିଶାଇ ତ୍ବଚାରେ ପ୍ୟାକ୍ ଭଳି ଲଗାଇବେ। ୧୫ ମିନିଟ୍ ପରେ ତ୍ବଚାକୁ ଭଲରେ ମାଲିସ୍‌ କରି ଧୋଇବେ। ଦାଗ, ବ୍ରଣ ଦୂର କରିବା ସହ ତ୍ବଚାରେ ଏଇ ପ୍ୟାକ୍ ଚମକ ଆଣେ।
– ଅଲିଭ ତେଲ ଅଧ ଚାମଚରେ ଚିମୁଟାଏ ହଳଦୀ ମିଶାଇ ମୁହଁରେ ଲଗାଇବେ। ଶୁଖିବା ପରେ ହାତ ଓଦା କରି ମୁହଁକୁ ମାଲିସ୍ କରନ୍ତୁ। ଏଇ ପ୍ୟାକ୍ ସପ୍ତାହକୁ ଥରେ ଲଗାଇବେ। ରଙ୍ଗ ସଫା କରିବା ପାଇଁ ଏଇ ପ୍ୟାକ୍ ଲଗାନ୍ତୁ।
– ହଳଦୀ ଅଧ ଚାମଚ, କଞ୍ଚା ଖିର ୨ ଚାମଚ, ମୁଲତାନି ମାଟି ମିଶାଇ ତ୍ବଚାରେ ଲଗାଇବାର ୧୦ ମିନିଟ୍ ପରେ ଧୋଇନେବେ। ସନ୍-ଟ୍ୟାନ୍ ଦୂର କରିବାରେ ଏହି ପ୍ୟାକ୍ କାମ କରେ।

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

Related Articles

Popular Categories