www.samajalive.in
Monday, December 8, 2025
27.1 C
Bhubaneswar

ସୁଆଦିଆ ଖାଦ୍ୟ ଦେଖିଲେ ଆଲିୟାଙ୍କ ଓଜନ ବଢ଼େ!

ସିନେକଳାକାରମାନେ ନିଜକୁ ଫିଟ୍ ରଖିବାରେ କେତେ ଯେ କସରତ କରନ୍ତି। ସାମାନ୍ୟ ଓଜନ ବଢ଼ିଲେ ସେମାନଙ୍କ ଚିନ୍ତା ବଢ଼େ। କ୍ୟାରିୟର ଆରମ୍ଭ ଦିନରୁ ଆଲିୟା ଭଟ୍ଟଙ୍କର ମୂଳ ଲକ୍ଷ୍ୟ ହେଲା ଓଜନକୁ ନିୟନ୍ତ୍ରଣରେ ରଖିବା। ପ୍ରଥମ ଚଳଚ୍ଚିତ୍ର ଷ୍ଟୁଡେଣ୍ଟ ଅଫ୍‌ ଦ ଇୟର୍‌ ପାଇଁ ସେ ଯେତେବେଳେ ମନୋନୀତ ହେଲେ, ତାଙ୍କ ଓଜନ ୬୭ କିଲୋ ଥିଲା। ନିର୍ଦେଶକ କରନ୍ ଜୋହର୍‌ ୪ ମାସରେ ତାଙ୍କୁ ଓଜନ କମ୍ କରିବାକୁ କହିଥିଲେ, ନଚେତ୍ ଏଥିରେ ସେ ଅଭିନୟ କରିପାରିବେନାହିଁ ବୋଲି ସ୍ପଷ୍ଟ କଲେ। ଜିମ୍ ଯାଇ, ଡାଏଟିଂ କରି ଆଲିୟା ଓଜନ କରିବା ପରେ ନିଜକୁ ଫିଟ୍ ରଖିବାକୁ ଅଧିକ ପରିଶ୍ରମ କଲେ। ଏକ ସାକ୍ଷାତକାର୍‌ରେ ଆଲିୟା କହିଛନ୍ତି, ସୁଆଦିଆ ମୁମ୍ବଇ ଖାଦ୍ୟ ତାଙ୍କର ପ୍ରିୟ। ଡାଏଟିଂ ସମୟରେ ଏସବୁ ବ୍ୟଞ୍ଜନ ଦେଖିଲେ ମଧ୍ୟ ତାଙ୍କର ଓଜନ ବଢ଼ିଯାଏ। ତାଙ୍କ ମତରେ ସୁଆଦିଆ ଖାଦ୍ୟକୁ ସାମ୍ନାରେ ଦେଖି ଲୋଭ କିଏ ଅଟକାଇପାରିବ? ଏଣୁ ଏଇସବୁ ଖାଦ୍ୟଠାରୁ ଦୂରେଇ ରହିବା ହିଁ ଭଲ। ୨ ମାସରେ ଥରେ ଆଲିୟା ନିଜ ମନପସନ୍ଦର ବିରିୟାନୀ ଖାଇଥାନ୍ତି। ଫିଟ୍ ରହିବାକୁ ଦିନର ଆରମ୍ଭ ସୂର୍ଯ୍ୟ ନମସ୍କାରରେ କରିବା ସହ ସପ୍ତାହକୁ ୨ ଦିନ ସେ ଯୋଗାଭ୍ୟାସ କରୁଥିବାର କହିଛନ୍ତି।

Hot this week

ସୁନା ବିସ୍କୁଟ୍ ଲୋଭ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା ଠକେଇ, ୬ ଗିରଫ

ନୀଳଗିରି: ସୁନା ବିସ୍କୁଟ୍ ପ୍ରଲୋଭନ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା...

ଆତ୍ମସମର୍ପଣ କଲେ ୧୨ ମାଓବାଦୀ

ମାଲକାନଗିରି: ଆତ୍ମସମର୍ପଣ କଲେ ୧୨ ମାଓବାଦୀ। କୁଖ୍ୟାତ ନକ୍ସଲବାଦୀ କମାଣ୍ଡର ଓ...

ବିବାହ ଭାଙ୍ଗିବା ପରେ ପରସ୍ପରଙ୍କୁ ଅନଫଲୋ କଲେ ମନ୍ଧାନା-ପଲାସ

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଉପଅଧିନାୟିକା ସ୍ମୃତି ମନ୍ଧାନା...

ଭୟଙ୍କର ଅଗ୍ନିକାଣ୍ଡ: ଜଳିଗଲା ୫୦ରୁ ଅଧିକ ଫଳ ଦୋକାନ

ସମାଜଲାଇଭ ଡେସ୍କ: ବଲାଙ୍ଗିର ସହରରେ ଥିବା ଫଳ ବଜାରରେ ସୋମବାର ଭୟଙ୍କର...

Related Articles

Popular Categories