www.samajalive.in
Saturday, December 6, 2025
16.1 C
Bhubaneswar

ବିଜେଡିର ନୂଆ ଜିଲ୍ଲାସ୍ତରୀୟ କର୍ମକର୍ତ୍ତାଙ୍କୁ ଅଭିନନ୍ଦନ

ଆଠଗଡ : କଟକ ଜିଲ୍ଲା ବିଜୁ ଜନତା ଦଳ କମିଟି ପୁର୍ନଗଠିତ ହୋଇଥିବାବେଳେ ଏଥିରେ ସ୍ଥାନ ପାଇଥିବା ଆଠଗଡ ବିଜେଡିର ନେତାଙ୍କୁ ଅଭିନନ୍ଦନ ଜ୍ଞାପନ କରାଯାଇଛି। ଆଠଗଡ ବ୍ଲକର ବରିଷ୍ଠ ନେତା ତଥା ପୂର୍ବତନ ଜିଲ୍ଲାପରିଷଦ ସଭ୍ୟ ନୃସିଂହ ମହାପାତ୍ରଙ୍କୁ ଜିଲ୍ଲା ଉପସଭାପତି ଭାବେ ମନୋନୀତ କରାଯାଇଥିବା ବେଳେ ପୂର୍ବତନ ବ୍ଲକ ଅଧ୍ୟକ୍ଷ ରଞ୍ଜନ କୁମାର ଆଚାର୍ଯ୍ୟଙ୍କୁ ଜିଲ୍ଲା ସାଧାରଣ ସଂପାଦକ ରୂପେ ରାଜ୍ୟ ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମନୋନୀତ କରିଛନ୍ତି। ସେହିପରି ଆଠଗଡ ଏନଏସିର ପୂର୍ବତନ ସଭାପତି ପ୍ରଦୀପ୍ତ କୁମାର ଦାସଙ୍କୁ ସାଧାରଣ ସଂପାଦକ ଏବଂ ଆଠଗଡର ବିଶିଷ୍ଟ ଶ୍ରମିକ ନେତା ଅଶୋକ କୁମାର ରାଉତ, ତିଗିରିଆର ପୂର୍ବତନ ବ୍ଲକ ଅଧ୍ୟକ୍ଷ ଭାଗୀରଥି ନନ୍ଦ ଟାଙ୍ଗୀ ଚୌଦ୍ୱାର ବ୍ଲକର ଶେଖ୍ ସାହାଜାହାନ ପ୍ରମୁଖଙ୍କୁ ସଂପାଦକ ରୂପେ ମନୋନୀତ କରାଯାଇଛି। ଆଠଗଡ ବିଜେଡି ଦଳର ବିଭିନ୍ନ ସାଂଗଠନିକ ପଦପଦବୀରେ ଥିବା ନେତା ଆଗୁଆ କର୍ମୀମାନେ ଏହି ନବନିଯୁକ୍ତ ଜିଲ୍ଲାସ୍ତରୀୟ କର୍ମକର୍ତ୍ତାଙ୍କୁ ଅଭିନନ୍ଦନ ଜଣାଇଥିଲେ। ଆଠଗଡ ନିର୍ବାଚନ ମଣ୍ଡଳିର ଏହି ଯୁବନେତାମାନଙ୍କ ଉପରେ ଆସ୍ଥା ପ୍ରକଟ କରି ସେମାନଙ୍କୁ ଦଳୀୟ ସାଂଗଠନକି ବିନ୍ୟାସରେ ସ୍ଥାନ ଦେଇଥିବାରୁ ଦଳୀୟ ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ବରିଷ୍ଠ ମନ୍ତ୍ରୀ ତଥା ସ୍ଥାନୀୟ ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ଏବଂ କଟକ ଜିଲ୍ଲା ସଭାପତି ତଥା ପୂର୍ବତନ ବିଧାୟକ ଦେବାଶିଷ ସାମନ୍ତରାୟଙ୍କୁ ଆଠଗଡ ବିଜୁ ଜନତା ଦଳର ସମସ୍ତ ଛାମୁଆ ନେତା କର୍ମୀ କୃତଜ୍ଞତା ଜଣାଇଛନ୍ତି।

Hot this week

ପଦ୍ମଭୂଷଣ ଡ. ରାଧାନାଥ ରଥଙ୍କ ୧୨୯ ତମ ଜୟନ୍ତୀ: ସେମାନଙ୍କ ଦୃଷ୍ଟିରେ ବାବୁଜୀ

ପ୍ରେରଣାର ଉତ୍ସ ଡକ୍ଟର ରଥ ଦୀର୍ଘକାଳ ଧରି ଓଡ଼ିଶାର ସାଧାରଣ ଜୀବନ ସହିତ...

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

Related Articles

Popular Categories