www.samajalive.in
Thursday, December 11, 2025
14.1 C
Bhubaneswar

କାଜୁ ବେପାରୀଙ୍କ ନାବାଳକ ପୁଅକୁ ବାଇକରେ ଉଠାଇନେଲେ ଦୁବୃର୍ତ୍ତ; ଅପହରଣ ଅଭିଯୋଗ କଲେ ବାପା

କାଶୀନଗର: ଶିଶୁ ଅପହରଣକୁ ନେଇ ସମଗ୍ର ରାଜ୍ୟ ରାଜନୀତି ସରଗରମ ହୋଇପଡିଛି। ପ୍ରତିଦିନ ରାଜ୍ୟର କୌଣସି ନା କୌଣସି ସ୍ଥାନରେ ଶିଶୁ ଅପହରଣ ଅଭିଯୋଗ ହେବାରେ ଲାଗିଛି। ଏହା ରାଜ୍ୟର ଏବେ ପ୍ରମୁଖ ଖବର ପାଲଟିଛି। ଏଭଳି ପରିସ୍ଥିତିରେ ଗତକାଲି ବିଳମ୍ବିତ ରାତିରେ କାଶୀନଗର ସହରରୁ ଜଣେ କାଜୁ ବେପାରୀଙ୍କ ନାବାଳକ ପୁଅକୁ କେତେକ ଦୁର୍ବୃତ୍ତ ବଳପୂର୍ବକ ବାଇକରେ ଅପହରଣ କରି ନେଇଛନ୍ତି।
ଗତକାଲି ରାତିରେ କାଶୀନଗର ଜନଗହଳିପୂର୍ଣ୍ଣ ମଣିଙ୍ଗି ସାହି​‌େ​‌ର ଏହି ଘଟଣା ଘଟିଛି। ଗଜପତି ଜିଲା ଗାଇବା ନିକଟ ପରିଡା ଗ୍ରାମର ଜାମି ଗୋପୀ ନାମରେ ଜଣେ ବ୍ୟକ୍ତି କିଛିବର୍ଷ ହେଲା କାଶୀନଗରରେ ରହି କାଜୁ ବେପାର କରି ଆସୁଥିଲେ। କାଲି ରାତିରେ ଗୋପୀଙ୍କ ୭ ବର୍ଷ ବୟସର ନାବାଳକ ପୁଅ ସାହିର ଅନ୍ୟ ୪ଜଣ ପିଲାଙ୍କ ସହ ଖେଳୁଥିଲେ। ହଠାତ ଏକ ଧଳାରଙ୍ଗର ଆପାଚୀ ଗାଡିରେ ଦୁଇଜଣ ଝଡବେଗରେ ଆସି ପିଲାଟିର ନାମ ନେଇ ବାପା କାହାନ୍ତି ବୋଲି ପଚାରିଥିଲେ। କାଜୁ କାରଖାନାରେ ବାପା ଥିବେ ବୋଲି ପିଲାଟି ଉତ୍ତର ଦେଇଥିଲା। ଦୁର୍ବୃତ୍ତ ଦ୍ବୟ କାଜୁ କାରଖାନା କେଉଁଠି ଦେଖାଇଦେବାକୁ ପିଲାଟିକୁ କହିବା ସହ ନିରୀହ ଶିଶୁଟିକୁ ବାଇକରେ ବସାଇ ଚାଲି ଯାଇଥିଲେ।

- Advertisement -

ଦୀର୍ଘ ସମୟ ପର୍ଯ୍ୟନ୍ତ ପିଲାଟି ଘରକୁ ନଫେରିବାରୁ ପରିବାର ଲୋକେ ଖୋଜାଖୋଜି କରି ନିରାଶ ହେବା ପରେ କାଶୀନଗର ଥାନାରେ ପୁଅର ନିଖୋଜ ସମ୍ପର୍କରେ ଏତଲା ଦେଇଥିଲେ। ଥାନା କେଶ ନମ୍ବର ୧୨୨/୨୦ରେ ପୁଲିସ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲେ। ଥାନା ଅଧିକାରୀ ସୁଶାନ୍ତକୁମାର ସାହୁଙ୍କ ନେତୃତ୍ବରେ ପୁଲିସ ନାବାଳକକୁ ଖୋଜାଖୋଜି କରିଥିଲେ। ନିକଟସ୍ଥ ପାରଳାଖେମୁଣ୍ଡି, ଗୁଣୁପୁର ଓ ଆନ୍ଧ୍ରର କତ୍ତୁରୁ, ବାତ୍ତିଲି ଓ ପୁରୁଣାପାଟନାମ ଥାନାକୁ କାଶୀନଗର ଥାନା ପୁଲିସ ନିଖୋଜ ସମ୍ପର୍କରେ ସୂଚନା ଦେଇଥିଲେ। ଆଜି ଗଜପତି ଏସପି ତପନକୁମାର ପଟ୍ଟନାୟକ ଓ ଏସଡିପିଓ ରାମକୃଷ୍ଣ ପତି କାଶୀନଗର ଗସ୍ତ କରି ପରିବାର ଲୋକଙ୍କ ସହ ଆଲୋଚନା କରି ଫେରିଛନ୍ତି। ନିଖୋଜ ନାବାଳକ ଜଣକ ପ୍ରଥମ ଶ୍ରେଣୀରେ ପାଠ ପଢୁଥିଲା। କାଶୀନଗରରେ ଏହା ପ୍ରଥମ ଘଟଣା ହୋଇଥିବାରୁ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳିଯାଇଛି।

Hot this week

ବିଶ୍ବାସ ଜିନ୍‌

ବିଶ୍ବାସ ହେଉଛି ସମ୍ପର୍କର ସେତୁବନ୍ଧ। ଏହା ହିଁ ଆଦିମ ମଣିଷକୁ ପରସ୍ପର...

‘ଜୀବେ ଦୟା’ ଜୈବ ବିବିଧତାର ଆଦର୍ଶ

ଆମ ପରିବେଶରେ ଥିବା ବିଭିନ୍ନ ପ୍ରକାରର ଉଦ୍ଭିଦ, ପ୍ରାଣୀ ଓ ଅନ୍ୟାନ୍ୟ...

ଅନୁଗୁଳରେ ଫୁଟିଲା ଗୁଳି, ଜଣେ ଗୁରୁତର

ଅନୁଗୁଳ : ଅନୁଗୁଳରେ ଫୁଟିଲା ଗୁଳି । ଶିକ୍ଷକପଡ଼ା ସ୍ଥିତ ଇକୋ...

ଚିନ୍ତାକଳ୍ପ : ଗୁଣଗ୍ରାହିତା

ଆବ୍ରାହମ ଲିଙ୍କନ, ଆମେରିକାର ଲୋକପ୍ରିୟ ରାଷ୍ଟ୍ରପତିଙ୍କ ମଧ୍ୟରୁ ଅଗ୍ରଗଣ୍ୟ। ଆଜି ମଧ୍ୟ...

ରାଉରକେଲା ସବୁଠୁ ଥଣ୍ଡା ସହର

ଭୁବନେଶ୍ବର: ଉତ୍ତର-ପଶ୍ଚିମ ଦିଗରୁ ରାଜ୍ୟକୁ ଥଣ୍ଡା ଶୁଷ୍କ ବାୟୁ ପ୍ରବାହିତ ହେଉଛି।...

Related Articles

Popular Categories