www.samajalive.in
Saturday, December 13, 2025
26.1 C
Bhubaneswar

ପ୍ରିୟଙ୍କା ଖପ୍ପା: କୃଷକ ସମସ୍ୟା ଏଡାଇ ଯିବାକୁ କେନ୍ଦ୍ରର ଉଦ୍ୟମକୁ କଲେ ନିନ୍ଦା

ସଂସଦର ଶୀତକାଳୀନ ଅଧିବେଶନ ବାତିଲ ନିଷ୍ପତ୍ତିକୁ ନେଇ କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ମୁହଁ ଖୋଲିଛନ୍ତି। କେନ୍ଦ୍ର ସରକାର କୋଭିଡ -୧୯ ମହାମାରୀ ଆଳରେ ସଂସଦର ଶୀତକାଳୀନ ଅଧିବେଶନ ନ କରିବା ନେଇ କେନ୍ଦ୍ର ସରକାରଙ୍କ ସମାଲୋଚନା କରିଛନ୍ତି। ସେ କହିଛନ୍ତି ଯେ ଆନ୍ଦୋଳନରତ କୃଷକଙ୍କ ସମସ୍ୟା ଏଡାଇ ଯିବାକୁ ବିଜେପି ନେତୃତ୍ୱାଧୀନ କେନ୍ଦ୍ର ସରକାର ଏଭଳି ନିଷ୍ପତ୍ତି ନେଇଛନ୍ତି।

- Advertisement -

ଶ୍ରୀମତୀ ଭଦ୍ରା କହିଛନ୍ତି ଯେ କରୋନା ମହାମାରୀର ଗମ୍ଭୀର ପରିସ୍ଥିତି ସତ୍ତ୍ୱେ ସରକାର ମୌସୁମୀ ଅଧିବେଶନ ଡାକିଥିଲେ ଏବଂ ପୁଞ୍ଜିପତିମାନଙ୍କୁ ଖୁସି କରିବା ପାଇଁ ତିନୋଟି ନୂତନ କୃଷି ସଂସ୍କାର ଆଇନ ପ୍ରଣୟନ କରିଥିଲେ। ବର୍ତ୍ତମାନ କୃଷକମାନେ ଆଇନରେ ଥିବା ବ୍ୟବସ୍ଥାକୁ ବିରୋଧ କରୁଥିବା ବେଳେ ସରକାର ସେମାନଙ୍କ ସମସ୍ୟାର ସମାଧାନ ପାଇଁ କଥାବାର୍ତ୍ତା କରୁନାହାଁନ୍ତି କିମ୍ବା ଶୀତକାଳୀନ ଅଧିବେଶନ ମଧ୍ୟ କରୁନାହାନ୍ତି।

ତାଙ୍କ ଟ୍ୱିଟର ହ୍ୟାଣ୍ଡେଲରେ ପ୍ରିୟଙ୍କା କହିଛନ୍ତି, ବିଜେପି ସରକାର ପୁଞ୍ଜିବାଦୀ ବନ୍ଧୁଙ୍କ ସପକ୍ଷରେ ପ୍ରସ୍ତୁତ ନୂତନ କୃଷି ଆଇନ ପ୍ରଣୟନ କରିଛନ୍ତି, ଏହି ସମୟ ମଧ୍ୟରେ ୧୧ ଜଣ କୃଷକଙ୍କ ବଳିଦାନ ଏବଂ ବାବା ରାମ ସିଂଙ୍କ ଆତ୍ମହତ୍ୟା ସତ୍ୱେ ସେମାନଙ୍କ ସମସ୍ୟା ନେଇ ଆଲୋଚନା କରିବାକୁ ଶୀତକାଳୀନ ଅଧିବେଶନ ନ ଡାକି ସରକାର ଅହଂକାର ପ୍ରଦର୍ଶନ କରିଛନ୍ତି।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories