www.samajalive.in
Wednesday, December 10, 2025
14.1 C
Bhubaneswar

ତୃତୀୟ ଦିନରେ ଗଡଜାତ ଲୋକମହୋତ୍ସବ

ହରଭଙ୍ଗା : ଚର୍ତୁଥ ଗଡଜାତ ଲୋକମହୋତ୍ସବର ପ୍ରତିଷ୍ଠା ଦିବସ ଅବସରରେ ହରଭଙ୍ଗା ବ୍ଲକ ମହିଳା ସ୍ବୟଂସହାୟକ ଗୋଷ୍ଠୀଙ୍କୁ ନେଇ ସ୍ଥାନୀୟ ବୀରନରସିଂହପୁର ବନବିଭାଗ ନର୍ସରୀସ୍ଥିତ ସଭାଗୃହରେ ଗୁରୁବାର ଏକ ସମୀକ୍ଷା ଓ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏହି ଅବସରରେ ମୁଖ୍ୟଅତିଥିଭାବେ ରାଜ୍ୟ ମହିଳା ଓ ସଶକ୍ତିକରଣ ମନ୍ତ୍ରୀ ଶ୍ରୀମତି ଟୁକୁନି ସାହୁ ଯୋଗଦାନ କରିଥିଲେ। ତାଙ୍କ ବକ୍ତବ୍ୟରେ ରାଜ୍ୟସରକାର ମହିଳାଙ୍କ ନିମ୍ନୋକ୍ତ କରିଥିବା ବିଭିନ୍ନ ଯୋଜନା ଉପରେ ଆଲୋକପାତ କରିଥିଲେ। ମହିଳାଙ୍କ ଦକ୍ଷତା ସମାଜରେ ଶୃଙ୍ଖଳା ଓ ଉନ୍ନତି ଆଣିପାରିବ ବୋଲି ନିଜ ବକ୍ତବ୍ୟରେ କହିଥିଲେ। ଗଡଜାତ ଲୋକମହୋତ୍ସବ କମିଟିର ସଭାପତି ତଥା ବ୍ଲକ ଚେୟାରମ୍ୟାନ ବିଶ୍ୱଜିତ ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଶିବିରରେ ସମ୍ମାନିତ ଅତିଥିଭାବେ କଂଟାମାଳ ବିଧାୟକ ମହିଧର ରଣା, ବୌଦ୍ଧ ପି.ଡି ବବିତାରଣୀ ଦଳବେହେରା, ସ୍ଥାନୀୟ ସଂରପଚ ସୂବର୍ଣ୍ଣ ମଲ୍ଲିକ ଏବଂ ହରଭଙ୍ଗା ବି.ଡି.ଓ ନୀଳକଂଣ୍ଠ ବେହେରା ପ୍ରମୁଖ ଯୋଗଦାନ କରିଥିଲେ। ଅନୁଷ୍ଠାନର ସଦସ୍ୟ ବିଜୟ କୁମାର ସାହୁ ମଂଚପରିଚାଳନା କରିଥିବାବେଳେ ବିନୋଦ କୁମାର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ। ଆଜିର ସେବାମୂଳକ କାର୍ଯ୍ୟ ଅବସରରେ ହରଭଙ୍ଗା ବ୍ଲକ ସଂରପଚ ସଂଘ ନେତୃତ୍ୱରେ ଛତ୍ରଙ୍ଗ ପଂଚାୟତ କାର୍ଯ୍ୟାଳୟରେ ଏକ ସ୍ୱେଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଥିଲା। ଏହି ଶିବିରକୁ ହରଭଙ୍ଗା ବି.ଡି.ଓ ନୀଳକଣ୍ଠ ବେହେରା, ଛତ୍ରଙ୍ଗ  ସଂରପଚ ଶୁଶିଲ ପ୍ରଧାନ ଉଦ୍‌ଘାଟନ କରିଥିଲେ। ଏହି କାର୍ଯ୍ୟକ୍ରମରେ ବିଭିନ୍ନ ପଂଚାୟତର ଯୁବ ସ୍ୱେଛାସେବୀ ଯୋଗଦେଇ ୫୯ୟୁନିଟ ରକ୍ତଦାନ କରିଥିଲେ। ଏହି ଶିବିରକୁ ଜିଲ୍ଲାପରିଷଦ ସଭ୍ୟ ଅବକାଶ ସାହୁ, ସମାଜସେବୀ ସଂଜୀବ ଦେହୁରୀ ଏବଂ କମିଟି ସଂପାଦକ ଦେବାଶିଷ ମହାକୁଡ ପ୍ରମୁଖ ପରିଚାଳନା କରିଥିଲେ। ଏହି ଅବସରରେ ସ୍ଥାନୀୟ ପଂଚାୟତର ୩୫ଜଣ ଅସହାୟ ବୃଦ୍ଧ ବୃଦ୍ଧାଙ୍କୁ କମ୍ବଳ ବଂଟନ କରାଯାଇଥିଲା।

Hot this week

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

Related Articles

Popular Categories