୪୭୦୦୦ସ୍ତରର ନିକଟବର୍ତୀ ସେନସେକ୍ସ; ଗୁରୁବାର ହାସଲ କଲା ସର୍ବକାଳୀନ ରେକର୍ଡ଼
ମୁମ୍ବାଇ: ଗୁରୁବାର ସେନସେକ୍ସ ସର୍ବକାଳୀନ ରେକର୍ଡ଼ସ୍ତର ଛୁଇଁଛି । ପ୍ରଥମଥର ପାଇଁ ସେନସେକ୍ସ ୪୭୦୦୦ ପଏଣ୍ଟର ନିକଟତର ହୋଇଛି । ଷ୍ଟକ ଏକ୍ସଚେଞ୍ଜ ଗୁରୁବାର ସକାଳେ ୪୬୭୭୭ ଖୋଲିବା ପରେ ଆଜି ରେକର୍ଡ଼ ୪୬୮୨୫.୭୪ସ୍ତରରେ ପହଞ୍ଚିଛି । ଅନୁରୂପ ଭାବରେ ନେସନାଲ ଷ୍ଟକ ଏକ୍ସଚେଞ୍ଜ ନିଫ୍ଟିରେ ୩୧ ପଏଣ୍ଟ ବୃଦ୍ଧି ପାଇ ୧୩୭୧୩.୫୫ ପଏଣ୍ଟରେ ବନ୍ଦ ହୋଇଛି । ବର୍ତମାନପର୍ଯ୍ୟନ୍ତ ଉଭୟ ସେନସେକ୍ସ ଓ ନିଫ୍ଟି ଶୀର୍ଷସ୍ତର ହାସଲ କରିଛି । ଆରମ୍ଭରେ ସେନସେକ୍ସ ୯୧୦ ପଏଣ୍ଟ ବୃଦ୍ଧି ପାଇଥିଲେ ହେଁ ଶେଷରେ ଏହା ୩୯୦ ପଏଣ୍ଟ ହ୍ରାସ ପାଇଥିଲା ।
ନିଫ୍ଟିରେ ଶ୍ରୀ ସିମେଣ୍ଟ, ଅଲଟ୍ରାଟେକ୍ ସିମେଣ୍ଟ, ଏଚଡ଼ିଏଫସି ବ୍ୟାଙ୍କ, ଡ଼ା.ରେଡ଼୍ଡ଼ୀ, ଇଣ୍ଡସଇଣ୍ଡ ବ୍ୟାଙ୍କ, ବଜାଜ ଫାଇନାନ୍ସ, ଟାଇଟନ୍ , ରିଲାଏନ୍ସ, ଏନଟିପିସି, ନେସଲେ, ପାୱାରଗ୍ରୀଡ଼, ଏସିଆନ ପେଣ୍ଟ୍ସ ଆଦି ସକାରାତ୍ମକ ଫଳାଫଳ ପ୍ରକାଶ କରିଛି । ଅନ୍ୟପକ୍ଷରେ ଟାଟାଷ୍ଟିଲ, ଏକ୍ସିସ ବ୍ୟାଙ୍କ, ଷ୍ଟେଟବ୍ୟାଙ୍କ, କୋଟାକ୍ ମହିନ୍ଦ୍ରା, ଆଇସିଆଇସିଆଇ ବ୍ୟାଙ୍କ, ମାରୁତି ସୁଜୁକି, ବଜାଜ ଅଟୋ, ହିନ୍ଦୁସ୍ତାନ ଲିଭର ଆଦି କମ୍ପାନୀଗୁଡ଼ିକର ସେୟାର ମୂଲ୍ୟ ସାମାନ୍ୟ ହ୍ରାସ ପାଇଛି ।
Comments are closed.