www.samajalive.in
Saturday, December 13, 2025
23.1 C
Bhubaneswar

ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ଘନିଷ୍ଠ ସହଯୋଗୀ ଭି.ସର୍ବେଶ୍ୱର ରାଓ ଗିରଫ

ଭୁବନେଶ୍ୱର: ଟାଟା ମୋଟର୍ସରେ ଚାକିରି ଦେବା ନାମରେ ଠକେଇ ଲିଙ୍କ୍‌ରେ ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ଘନିଷ୍ଠ ସହଯୋଗୀ ଭି. ସର୍ବେଶ୍ୱର ରାଓଙ୍କୁ ଆଜି କ୍ରାଇମବ୍ରାଞ୍ଚ ଏସଆଇଟି ପକ୍ଷରୁ ଗିରଫ କରାଯାଇଛି। କ୍ରାଇମ୍‌ବ୍ରାଞ୍ଚ ଏସ୍‌ଆଇଟି ପକ୍ଷରୁ ଭି.ସର୍ବେଶ୍ୱର ରାଓଙ୍କୁ ଡାକି ମାରାଥନ ଜେରା କରାଯାଇଥିଲା। କ୍ରାଇମ୍‌ବ୍ରାଞ୍ଚର ଏସ୍‌ଆଇଟି ଟିମ୍‌ ସର୍ବେଶ୍ୱରଙ୍କୁ ବୁଧବାର ରାତିରେ ବ୍ରହ୍ମପୁରରୁ ଗିରଫ କରିଥିବା ଜଣାଯାଇଛି।
ଆୟ ବହିର୍ଭୁତ ଏବଂ ଟାଟା ମୋଟର୍ସରେ ଠକେଇ ମାମଲାରେ ଗିରଫ ଆକାଶ ପାଠକଙ୍କ ବ୍ୟକ୍ତିଗତ ସଚିବ ଡେଭିଡ୍ ପିଟରଙ୍କୁ ଜେରା ବେଳେ ସେ ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ଘନିଷ୍ଠ ସହଯୋଗୀ ଭି.ସର୍ବେଶ୍ୱର ରାଓଙ୍କ ନାମ ନେଇଥିଲେ। ପିଟର୍‌ କହିଥିଲେ ଯେ ଟାଟାରେ ଚାକିରି ଦେବା ନାମରେ ଆଶାୟୀଙ୍କ ତାଲିକା ଯୋଗାଉଥିଲେ ଭି.ସର୍ବେଶ୍ୱର ରାଓ। ଏହାସହିତ କ୍ୟାମ୍ପସରେ ନିଯୁକ୍ତି ଦାୟିତ୍ୱ ମଧ୍ୟ ଭି.ସର୍ବେଶ୍ୱର ରାଓ ନେଉଥିଲେ ବୋଲି ଜେରା ବେଳେ ପିଟର ପ୍ରକାଶ କରିଥିଲେ।
ଏପରିକି ଭି.ସର୍ବେଶ୍ୱର ରାଓଙ୍କ ଆକାଉଣ୍ଟରୁ ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ଆକାଉଣ୍ଟକୁ ଟଙ୍କା ପଠାଯଇଥିବା କ୍ରାଇମବ୍ରାଞ୍ଚ ତଥ୍ୟ ପାଇଥିଲା। ତେଣୁ ଭି.ସର୍ବେଶ୍ୱର ରାଓଙ୍କଠାରୁ ତଥ୍ୟ ହାସଲ କରିବା ପାଇଁ ଏସଆଇଟି ପ୍ରୟାସ ଚଳାଇଛି। ଭି.ସର୍ବେଶ୍ୱର ରାଓଙ୍କ ଆକାଉଣ୍ଟରୁ ପ୍ରଦୀପ ପାଣିଗ୍ରାହୀଙ୍କ ଆକାଉଣ୍ଟକୁ କେତେ ଟଙ୍କା ଯାଇଛି ସେ ନେଇ ତଥ୍ୟ ସଂଗ୍ରହ କରୁଥିବା ଜଣାପଡ଼ିଛି।
ସୂଚନାଯୋଗ୍ୟ ଯେ ଚାକିରୀ ଦେବା ନାମରେ ଠକେଇ ଅଭିଯୋଗ ମାମଲାରେ ଆଇଏଫଏସ ଅଭୟକାନ୍ତ ପାଠକଙ୍କ ପୁଅ ଆକାଶ ପାଠକଙ୍କୁ ଗିରଫ କରାଯାଇଥିଲା। ଆକାଶଙ୍କ ବିରୋଧରେ ଟାଟାରେ ଚାକିରି କରାଇ ଦେବାକୁ କହି ବ୍ରହ୍ମପୁର ଓ ଗୋପାଳପୁର ଅଞ୍ଚଳର କିଛି ବ୍ୟକ୍ତିଙ୍କଠୁ ଠକେଇ କରିଥିବା ଅଭିଯୋଗ ରହିଛି। ଭି. ସର୍ବେଶ୍ୱର ରାଓ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ ଓ ଆଇଏଫ୍‌ଏସ୍‌ ଅଭୟକାନ୍ତ ପାଠକଙ୍କ ପୁଅ ଆକାଶ ପାଠକଙ୍କ ମଧ୍ୟରେ ମଧ୍ୟସ୍ଥି କାର୍ଯ୍ୟ ସମ୍ପାଦନ କରୁଥିଲେ। ବ୍ରହ୍ମପୁର ସିଟି କଲେଜରୁ ଅଧ୍ୟକ୍ଷ ଭାବେ ଅବସର ନେଇଥିବା ଭି.ସର୍ବେଶ୍ବର ରାଓ ଚାକିରି ଆଶାୟୀ ଛାତ୍ରଛାତ୍ରୀଙ୍କ ଠାରୁ ବାୟୋଡାଟା/ସିଭି ଆଣୁଥିଲେ। ଏହାକୁ ନେଇ ଆକାଶ ପାଠକଙ୍କ ନିକଟରେ ପହଞ୍ଚାଉଥିଲେ। ଚାକିରି କରାଇଦେବା ପ୍ରତିଶ୍ରୁତି ଦେଇ ଟଙ୍କା ଆଦାୟ କରୁଥିବା ନେଇ ଭି.ସର୍ବେଶ୍ବର ରାଓଙ୍କ ନାମରେ ଅଭିଯୋଗ ହୋଇଛି।

Hot this week

ଲିଓନେଲ୍ ମେସିଙ୍କ ୭୦ ଫୁଟ ପ୍ରତିମୂର୍ତ୍ତି ଉନ୍ମୋଚନ

ସମାଜ ଲାଇଭ ଡ଼େସ୍କ : ବିଶ୍ବର ତାରକା ଫୁଟବଲ୍ ଖେଳାଳି ଲିଓନେଲ୍...

ମାଟି ତଳୁ କଡାଯାଉଛି ରାମୁ ହାତୀର କଙ୍କାଳ: ପ୍ରକୃତି ନିବାସରେ ସଂରକ୍ଷିତ ରହିବ

ସମାଜ ଡିଜିଟାଲ ଡେସ୍କ: ଅମର ରହିବ ରାମୁ ହାତୀ । ସଂରକ୍ଷିତ...

ଡାଏବେଟିସ ପାଇଁ ଆସିଲା ଇଞ୍ଜେକ୍ସନ୍

ନୂଆଦିଲ୍ଲୀ : ଡେନମାର୍କ ଔଷଧ କମ୍ପାନୀ ନୋଭୋ ନରଡିସ୍କ ଶେଷରେ ଭାରତରେ...

ତାଣ୍ଡବ ରଚିଲା ଘନ କୁହୁଡ଼ି : ଗୋଟିଏ ପରେ ଗୋଟିଏ ଛଅଟି ଗାଡ଼ି ଧକ୍କା

ସମାଜ ଲାଇଭ ଡ଼େସ୍କ : ଉତ୍ତର ପ୍ରଦେଶରେ ତାଣ୍ଡବ ରଚିଲା ଘନ...

ଫୁଟବଲର କିଙ୍ଗ୍‌ ଲିଓନେଲ୍‌ ମେସିଙ୍କୁ ଭେଟିଲେ ଶାହାରୁଖ

ସମାଜ ଡିଜିଟାଲ ଡେସ୍କ: ଆର୍ଜେଣ୍ଟିନାର କିମ୍ବଦନ୍ତୀ ଫୁଟବଲ ଷ୍ଟାର ଲିଓନେଲ୍‌ ମେସି...

Related Articles

Popular Categories