www.samajalive.in
Monday, December 15, 2025
16.1 C
Bhubaneswar

କୋଭିଡ୍‍ ଆରୋଗ୍ୟ ହାର ୯୫.୩୧ ପ୍ରତିଶତ : ମୃତ୍ୟୁହାର ୧.୪୫ %

ନୂଆଦିଲ୍ଲୀ :  କୋଭିଡ ମୁକାବିଲାରେ ଭାରତ ଆଉ ଏକ ଗୁରୁତ୍ୱପୂର୍ଣ୍ଣ ସଫଳତା ହାସଲ କରିଛି। ସଂକ୍ରମିତ ହେଉଥିବା ଲୋକଙ୍କ ସଂଖ୍ୟା କ୍ରମାଗତ ଭାବେ ହ୍ରାସ ପାଇବା ସହ ଏହା ୩.୨୪ ଭାଗ ରହିଛି। ଦେଶରେ କୋଭିଡ୍‍ ଆରୋଗ୍ୟ ହାର ୯୫.୩୧ ପ୍ରତିଶତକୁ ବୃଦ୍ଧି ପାଇଛି। ଗତ ୨୪ ଘଣ୍ଟା ମଧ୍ୟରେ ୩୩ ହଜାର ୨୦୦ରୁ ଊର୍ଦ୍ଧ୍ବ ସଂକ୍ରମିତ ସୁସ୍ଥ ହେବା ସହ ମୋଟ୍‍ ଆରୋଗ୍ୟଙ୍କ ସଂଖ୍ୟା ୯୪ ଲକ୍ଷ ୮୯ ହଜାରକୁ ଟପି ଯାଇଛି। ଦୈନିକ ସଂକ୍ରମିତମାନଙ୍କ ସଂଖ୍ୟାଠାରୁ ଦୈନିକ ଆରୋଗ୍ୟ ଲୋକଙ୍କ ସଂଖ୍ୟା ଅଧିକ ରହୁଛି।

ଅନ୍ୟ ପକ୍ଷରେ ଦେଶରେ ଗତ ୨୪ ଘଣ୍ଟା ମଧ୍ୟରେ ଚିକିତ୍ସିତ ହେଉଥିବା ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୯ ହଜାର ୬୦୦ କମ୍‍ ହୋଇ ୩ ଲକ୍ଷ ୨୨ ହଜାର ରହିଛି। ଦୈନିକ ସଂକ୍ରମିତମାନଙ୍କ ସଂଖ୍ୟା ୨୫ ହଜାରରୁ ନିମ୍ନରେ ରହିଛି। ଗତ ୨୪ ଘଣ୍ଟା ମଧ୍ୟରେ ପ୍ରାୟ ୨୪ ହଜାର ଲୋକ ସଂକ୍ରମିତ ହୋଇଥିବା ରିପୋର୍ଟ ମିଳିଛି। ବିଗତ ୪ ମାସ ମଧ୍ୟରେ ଏହା ସବୁଠୁ କମ୍‍ ବୋଲି କୁହାଯାଉଛି।
ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ କହିଛି, ଦେଶରେ ସ୍ୱାସ୍ଥ୍ୟ ମୌଳିକ ଢାଞ୍ଚାରେ ଅଣାଯାଇଥିବା ଉନ୍ନତି, କେନ୍ଦ୍ର ସରକାରଙ୍କ ନିୟମର କଡ଼ାକଡ଼ି ପାଳନ ଓ ଡାକ୍ତର, ଚିକିତ୍ସା ସହାୟକ କର୍ମୀ ଏବଂ ସ୍ୱେଚ୍ଛାସେବୀ ମାନଙ୍କ ଅକ୍ଳାନ୍ତ ଉଦ୍ୟମ ଯୋଗୁଁ ଏହା ସମ୍ଭବ ହୋଇଛି। ମନ୍ତ୍ରଣାଳୟ କହିଛି, ଏହାଯୋଗୁଁ ମୃତ୍ୟୁହାର ମଧ୍ୟ ହ୍ରାସ ପାଉଛି। ଦେଶରେ କୋଭିଡ୍‍ ମୃତ୍ୟୁହାର ୧.୪୫% ରହିଛି। ଗତ ୨୪ ଘଣ୍ଟା ଭିତରେ ୩୫୫ ଜଣଙ୍କର ମୃତ୍ୟୁ ଘଟିଛି।

Hot this week

ଧର୍ମଶାଳା ଗଣ୍ଡଗୋଳ ; କାର୍ଯ୍ୟାନୁଷ୍ଠାନ ଦାବି କଲେ ନବୀନ

ସମାଜ ଲାଇଭ ଡ଼େସ୍କ : ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ...

ପିକନିକ୍‌ରୁ ଫେରିବାବେଳେ ଦୁର୍ଘଟଣା..

ଛତ୍ରପୁର: ଛତ୍ରପୁର ଜାତୀୟ ରାଜପଥ ଏକାମ୍ରନଗରରେ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। କୋରାପୁଟରୁ...

ବହିଷ୍କୃତ ପରେ ମୁହଁ ଖୋଲିଲେ ମୋକିମ୍‌: ମୋ ବିଚାରଧାରା କଂଗ୍ରେସ ସହ ଅଛି

ସମାଜ ଡିଜିଟାଲ ଡେସ୍କ: କଂଗ୍ରେସରୁ ବହିଷ୍କୃତ ହେବା ପରେ ପ୍ରତିକ୍ରିୟା ରଖିଛନ୍ତି...

ମୁମ୍ବଇରେ ମେସି ମାନିଆ

ମୁମ୍ବଇ : ବିଶ୍ବବିଜେତା ଆର୍ଜେଣ୍ଟିନା ଫୁଟ୍‌ବଲ ଦଳର ଅଧିନାୟକ ଲିଓନେଲ୍ ମେସି...

ମେସିଙ୍କୁ ଜର୍ସି ଉପହାର ଦେଲେ ସଚିନ

ମୁମ୍ବଇ :କ୍ରିକେଟ୍ କିମ୍ବଦନ୍ତୀ ସଚିନ ତେନ୍ଦୁଲକରଙ୍କୁ କ୍ରିକେଟ ଜଗତର ସବୁଠାରୁ ବଡ...

Related Articles

Popular Categories