www.samajalive.in
Sunday, December 7, 2025
26.1 C
Bhubaneswar

ପିଲାଙ୍କୁ ପସନ୍ଦ ଏହି ପାସ୍ତା

ଆବଶ୍ୟକ ସାମଗ୍ରୀ
ପାସ୍ତା – ୧କପ
ପାଣି – ୩କପ
କଟା ସିମଲା ଲଙ୍କା – ୧ଟି
ପେଷା ଟମାଟୋ – ୧ଟି
ଅଦା ରସୁଣ ବଟା – ୧ ଚାମଚ
ଚିଲି ସସ – ଅଳ୍ପ
ଚିଜ – ଆବଶ୍ୟକ ପରିମାଣରେ
ଲୁଣ – ଆବଶ୍ୟକ ପରିମାଣରେ
ଗରମ ମସଲା – ଅଳ୍ପ
ଟମାଟୋ ସସ – ୧ଚାମଚ
ତେଲ – ଆବଶ୍ୟକ ପରିମାଣରେ
କଟା ଧନିଆପତ୍ର – ଅଳ୍ପ
ପନୀର – ଅଳ୍ପ
ଦହି – ଅଳ୍ପ
ଗୁଜୁରାତି ଗୁଣ୍ଡ – ଅଳ୍ପ
ହଳଦୀ ଗୁଣ୍ଡ – ଅଳ୍ପ
କସ୍ତୁରୀ ମେଥି – ଅଳ୍ପ
ଲେମ୍ବୁ ରସ – ଅଳ୍ପ
ପ୍ରସ୍ତୁତି ପ୍ରଣାଳୀ – ଏକ ପାତ୍ରରେ ପନୀର, ଦହି, ହଳଦୀ ଗୁଣ୍ଡ, କସ୍ତୁରୀ ମେଥି, ଗୁଜୁରାତି ଗୁଣ୍ଡ, ଗରମ ମସଲା, ଲୁଣ ପକାଇ ଭଲ ଭାବେ ଗୋଳାଇ ଦିଅନ୍ତୁ ଓ ୧ ଘଣ୍ଟା ରଖି ଦିଅନ୍ତୁ। ଏବେ ଗ୍ୟାସରେ ଏକ ପାତ୍ର ବସାଇ ପାଣି ଗରମ କରନ୍ତୁ। ପାଣି ଗରମ ହେବା ପରେ ପାସ୍ତା ଓ ଲୁଣ ପକାଇ ୧୦ ମିନିଟ ଫୁଟାନ୍ତୁ। ୧୦ ମିନିଟ ପରେ ଗରମ ପାଣିରୁ ପାସ୍ତା ବାହାର କରି ଥଣ୍ଡା ପାଣିରେ ପକାଇ ଏହାକୁ ଛାଣି ଏକ ପାତ୍ରକୁ କାଢି ଦିଅନ୍ତୁ। ଏବେ ଗ୍ୟାସରେ ଏକ କଡ଼େଇ ବସାଇ ତେଲ ଗରମ କରନ୍ତୁ। ତେଲ ଗରମ ହେବା ପରେ ଗୋଳାଇ ରଖିଥିବା ପନୀରକୁ ଭଲ ଭାବେ ଭାଜନ୍ତୁ। ଭାଜିବା ପରେ ଭଜା ପନୀରକୁ ଏକ ପାତ୍ରକୁ କାଢି ରଖନ୍ତୁ। ଏବେ ସେହି କଡ଼େଇରେ ପୁଣି କିଛି ତେଲ ଗରମ କରି ସିମଲା ଲଙ୍କା ଭାଜନ୍ତୁ। ଲଙ୍କା ଭାଜିହେବା ପରେ ଏଥିରେ ଅଦାରସୁଣ ବଟା ପକାଇ ଅଳ୍ପ ସମୟ କଷନ୍ତୁ। କଷିବା ପରେ ପେଷା ଟମାଟୋ, ଚିଲି ସସ, ଲଙ୍କା ଗୁଣ୍ଡ, ଲୁଣ, ପକାଇ ଭଲ ଭାବେ ଗୋଳାନ୍ତୁ। ଗୋଳାଇବା ପରେ ସିଝା ହୋଇଥିବା ପାସ୍ତା, ଭଜା ହୋଇଥିବା ପନୀର ପକାଇ ଗୋଳାଇ ଦିଅନ୍ତୁ। ପ୍ରସ୍ତୁତ ହୋଇଗଲା ପାସ୍ତା। ଏହାକୁ ଖାଆନ୍ତୁ ଓ ମଜା ନିଅନ୍ତୁ।

Hot this week

ଘଟଗାଁରେ ମୁଖ୍ୟମନ୍ତ୍ରୀ: ‘ମା’ ତାରିଣୀ ପୀଠ ସମନ୍ବିତ ବିକାଶ ପ୍ରକଳ୍ପ’ର କଲେ ଭିତ୍ତିପ୍ରସ୍ତର ସ୍ଥାପନ

କେନ୍ଦୁଝର: ଆଜି କେନ୍ଦୁଝର ଜିଲ୍ଲା ଗସ୍ତ କରିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ...

ଭୁବନେଶ୍ୱରରେ ବୁମରା

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରେ ପହଞ୍ଚିଲେ ଭାରତୀୟ କ୍ରିକେଟ ଦଳର...

ଆବଶ୍ୟକ ହେଲେ ପୀଡିତାଙ୍କୁ ଏୟାରଲିଫ୍ଟ କରାଯିବ : ମନ୍ତ୍ରୀ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲା ରାଜଗାଙ୍ଗପୁର ଥାନା ଲାଞ୍ଜିବେର୍ନା ଅଞ୍ଚଳର କଲେଜ ଛାତ୍ରୀ...

ହ୍ୟୁମାନ୍‌ ମୃତ୍ୟୁର ତଦନ୍ତ ଲାଗି ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛି

ଟିଟିଲାଗଡ଼ : ହ୍ୟୁମାନ୍ ସାଗରଙ୍କ ମୃତ୍ୟୁର ତଦନ୍ତ ନେଇ ପ୍ରତିକ୍ରିୟା ରଖିଛନ୍ତି...

ଟ୍ରକ୍‌-ବାଇକ୍ ଧକ୍କା : ସ୍ଵାମୀ ଆଗରେ ଚାଲିଗଲା ସ୍ତ୍ରୀର ଜୀବନ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ...

Related Articles

Popular Categories