www.samajalive.in
Friday, December 12, 2025
14.1 C
Bhubaneswar

ସପ୍ତାହକ ମଧ୍ୟରେ ଆଶ୍ରୟସ୍ଥଳୀ ନେବାକୁ ନିର୍ଦେଶ

ଭୁବନେଶ୍ବର : ଶୀତ ପ୍ରକୋପ ବୃଦ୍ଧି ପାଇବା ସହିତ ରାଜଧାନୀର ବିଭିନ୍ନ ରାସ୍ତାକଡ଼ରେ ଶୋଉଥିବା ନିରାଶ୍ରୟଙ୍କ ସଂଖ୍ୟା ବୃଦ୍ଧି ପାଉଛି। ଅନ୍ୟପକ୍ଷେ ବିଏମ୍‌ସିର ଅନେକ ରାତି ଆଶ୍ରୟ ସ୍ଥଳୀରେ ଶଯ୍ୟା ଖାଲି ପଡୁଥିବା ଦେଖିବାକୁ ମିଳୁଛି। ସହରାଞ୍ଚଳ ରାତି ଆଶ୍ରୟସ୍ଥଳୀ ପରିଚାଳନା ଦାୟିତ୍ବ ନେଇଥିବା ଠିକା ସଂସ୍ଥାଙ୍କ ଅବହେଳା ଯୋଗୁଁ ରାସ୍ତାକଡ଼ରୁ ନିରାଶ୍ରୟଙ୍କୁ ଆଶ୍ରୟ ସ୍ଥଳୀକୁ ନିଆଯାଇ ପାରୁ ନ ଥିବା ଅଭିଯୋଗ ହୋଇଛି। ନିରାଶ୍ରୟଙ୍କୁ ସଚେତନ କରି ସେମାନଙ୍କୁ ଆଶ୍ରୟ ସ୍ଥଳୀକୁ ନେବାକୁ ବିଏମ୍‌ସି ପକ୍ଷରୁ ଠିକା ସଂସ୍ଥା କୁହାଯାଇଥିଲେ ମଧ୍ୟ ଏଥିରେ ସଫଳତା ମିଳୁ ନାହିଁ। ଫଳରେ ଅସହାୟ ଲୋ‌େ‌କ ଶୀତ କାକର‌େର ରାସ୍ତାକଡ଼ ଖୋଲା ଆକାଶ ତଳେ ଜୀବନ କାଟୁଥିବା ଦେଖିବାକୁ ମିଳୁଛି। ଏହାକୁ ନେଇ ବିଏମ୍‌ସି କମିସନର ପ୍ରେମଚନ୍ଦ୍ର ଚୌଧାରୀ ଚିନ୍ତା ପ୍ରକଟ କରିଛନ୍ତି। ଖୋଲା ଆକାଶ ତଳେ ଶୋଉଥିବ‌ା ଲୋକଙ୍କୁ ତୁରନ୍ତ ଆଶ୍ରୟସ୍ଥଳୀ ନେବାକୁ ବିଏମ୍‌ସି ଅଧିକାରୀ ଏବଂ ଠିକା ସଂସ୍ଥାଗୁଡ଼ିକ କମିସନର ନିର୍ଦେଶ ଦେଇଛନ୍ତି।
ବୁଧବାର କମିସନରଙ୍କ ଅଧ୍ୟକ୍ଷତାରେ ବିଏମ୍‌ସିର ରାତି ଆଶ୍ରୟ ସ୍ଥଳୀରେ ଉପଲବ୍‌ଧ ବ୍ୟବସ୍ଥା ଏବଂ ନିରାଶ୍ରୟଙ୍କୁ କିଭଳି ଆଶ୍ରୟ ସ୍ଥଳୀ ନିଆଯିବ ସେ ସମ୍ପର୍କରେ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଛି। ବୈଠକରେ ଆଲୋଚନା ପରେ କମିସନର କହିଛନ୍ତି, ଯଦି ଆଶ୍ରୟ ସ୍ଥଳୀରେ ଶଯ୍ୟା ଅଭାବ ଦେଖାଦେବ ତେବେ ଶଯ୍ୟା ସଂଖ୍ୟା ବୃଦ୍ଧି କରାଯିବା ସହିତ ଆବଶ୍ୟକ ପଡ଼ିଲେ ଅସ୍ଥାୟୀ ଆଶ୍ରୟ ସ୍ଥଳୀର ବନ୍ଦୋବସ୍ତ କରାଯିବ। ବାହାରେ ବା ରାସ୍ତା କଡ଼ରେ ଶୋଇଥିବା ଭିକାରି କିମ୍ବା ବାସହୀନଙ୍କୁ ନିୟମିତ ଭାବେ ଆଶ୍ରୟ ସ୍ଥଳୀକୁ ଅଣାଯିବ। ବିଭିନ୍ନ ସ୍ଥାନ ବୁଲି ବାହାରେ ଶୋଇଥିବା ବ୍ୟକ୍ତିଙ୍କୁ ବୁଝାଇ ନିକଟସ୍ଥ ସହରାଞ୍ଚଳ ଆଶ୍ରୟ ସ୍ଥଳୀକୁ ନେଇ ରଖିବାକୁ କମିସନର କହିଛନ୍ତି।
ୟୁନିଟ୍-୩ ରେ ଥିବା ସୋସିଆଲ୍ ଇକ୍ୟୁଟି ସେଣ୍ଟରର କ୍ଷମତା ୫୦ ଶଯ୍ୟା ଥିବାବେଳେ ଏହାକୁ ୧୦୦ ଶଯ୍ୟା ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। ବର୍ତ୍ତମାନ ଏଠାରେ ପାଖାପାଖି ୭୦ ଅନ୍ତେବାସୀ ରହିଛନ୍ତି। ଆବଶ୍ୟକ ପଡ଼ିଲେ ସୋସିଆଲ୍ ଇକ୍ୟୁଟି ସେଣ୍ଟର ନିକଟରେ ଏକ ଅସ୍ଥାୟୀ ରାତି ଆଶ୍ରୟ ସ୍ଥଳୀ କରାଯିବ ବୋଲି ବିଏମ୍‌ସି ପକ୍ଷରୁ ନିଷ୍ପତ୍ତି ହୋଇଛି। ରାସ୍ତା କଡ଼ରେ ଶୋଇଥିବା ସମସ୍ତ ବ୍ୟକ୍ତିଙ୍କୁ ପ୍ରାୟ ଏକ ସପ୍ତାହ ମଧ୍ୟରେ ଠିକା ସଂସ୍ଥା ଆଶ୍ରୟ ସ୍ଥଳୀକୁ ନେବାକୁ ପଦକ୍ଷେପ ନେ‌େବ। ସେମାନେ ଏଥିରେ କମିସନରେଟ୍ ପୁଲିସର ସହଯୋଗ ନେଇ ପାରିବେ।

Hot this week

୬ ରାଜ୍ୟରେ ଏସ୍‌ଆଇଆର୍‌ ସମୟସୀମା ବୃଦ୍ଧି

ନୂଆଦିଲ୍ଲୀ: ନିର୍ବାଚନ କମିଶନ (ଇସି)ଙ୍କ ତରଫରୁ ଗୁରୁବାର ପାଞ୍ଚ ରାଜ୍ୟ ଓ...

କଂଗ୍ରେସ ହାଇକମାଣ୍ଡଙ୍କ ନିଷ୍ପତ୍ତିକୁ ଅପେକ୍ଷା

ଭୁବନେଶ୍ବର : ପୂର୍ବତନ ବିଧାୟକ ମହମ୍ମଦ ମୋକିମଙ୍କ ଚିଠିକୁ ନେଇ ରାଜ୍ୟ...

୧୮ ଯାଏ ଜାଡ଼

ଭୁବନେଶ୍ବର : ଉତ୍ତର-ପଶ୍ଚିମ ଦିଗରୁ ଥଣ୍ଡା ଶୁଷ୍କ‌ବାୟୁ ରାଜ୍ୟ ମଧ୍ୟକୁ ପ୍ରବେଶ...

ଲୋକସଭାରେ ଇ-ସିଗାରେଟ୍ ଟାଣିଲେ ଟିଏମ୍‌ସି ସଦସ୍ୟ

ନୂଆଦିଲ୍ଲୀ : ତୃଣମୂଳ କଂଗ୍ରେସ (ଟିଏମ୍‌ସି)ର କେତେକ ମହିଳା ସଦସ୍ୟ ଲୋକସଭାରେ...

ବାର୍‌ରେ ଭୟଙ୍କର ଅଗ୍ନିକାଣ୍ଡ

ଭୁବନେଶ୍ଵର: ଭୁବନେଶ୍ଵର ସତ୍ୟବିହାର ସ୍ଥିତ ଏକ ବାର୍‌ ରେ ଭୟାବହ ଅଗ୍ନିକାଣ୍ଡ...

Related Articles

Popular Categories