www.samajalive.in
Friday, December 12, 2025
14.1 C
Bhubaneswar

ଶାପଗ୍ରସ୍ତ ଥାଇଲାଣ୍ଡର ‘ନାକା ଗୁମ୍ଫା’

ପ୍ରାଚୀନ ଗ୍ରନ୍ଥ, ସ୍ଥପତି, କାରୁକାର୍ଯ୍ୟରୁ ହିଁ ଆମ ପୂର୍ବପୁରୁଷଙ୍କ ସମ୍ପର୍କିତ ତଥ୍ୟ ଜଣାପଡ଼ୁଛି। ଥାଇଲାଣ୍ଡର ନାକା ଗୁମ୍ଫା ପୁରୁଣା ଦିନର ଘଟଣାର ଜ୍ବଳନ୍ତ ଉଦାହରଣ। ପର୍ଯ୍ୟଟକଙ୍କ ପ୍ରିୟ ଥାଇଲାଣ୍ଡର ଅନ୍ୟତମ ଆକର୍ଷଣ ହେଉଛି ଏଇ ଗୁମ୍ଫା। ଗତ କିଛି ମାସ ହେଲା, ବିଭିନ୍ନ ସୋସିଆଲ୍ ସାଇଟ୍‌ରେ ନାକା ଗୁମ୍ଫାର ଭିତର ଭାଗ ଓ ବର୍ହିଭାଗର ଫଟୋମାନ ଅପଲୋଡ ହୋଇ ଚର୍ଚ୍ଚାକୁ ଆସିଛି। ସେଠାକାର ଫୁ ଲାଙ୍ଗା ଜାତୀୟ ପାର୍କରେ ଥିବା ଏହି ପ୍ରାଚୀନ ଗୁମ୍ଫାର ବାହ୍ୟ ଆକୃତି ଅବିକଳ ସାପ ପରି। ସାପର ଚମଡ଼ା ଭଳି ଗୁମ୍ଫାର ବାହାର ଚଟ୍ଟାଣ, ସର୍ପିଳ ଆକୃତିର ଏଇ ଗୁମ୍ଫା କାହିଁ କେଉଁ କାଳରୁ ଏଠାରେ ଛିଡ଼ା ହୋଇରହିଛି। ବିଶେଷଜ୍ଞଙ୍କ ଅନୁଧ୍ୟାନ ପରେ ସୁଦ୍ଧା କେଉଁ ଶତାବ୍ଦୀର ଏହି ଗୁମ୍ଫା ତାହା ସ୍ପଷ୍ଟ ହୋଇପାରୁନାହିଁ। ସ୍ଥାନୀୟ ଅଞ୍ଚଳର ଲୋକଙ୍କ କହିବାନୁସାରେ, ଏହା ଏକ ଶାପଗ୍ରସ୍ତ ଗୁମ୍ଫା। ଅନେକ ବର୍ଷ ପର୍ଯ୍ୟନ୍ତ ଗୁମ୍ଫା ପାଖ ଦେଇ ଗାଁ ଲୋକ ଯା-ଆସ କରୁନଥିଲେ। ହଜାରହଜାର ସଂଖ୍ୟାରେ ବିଷଧର ସାପ ଗୁମ୍ଫା ଚାରିପାଖେ ଘୂରିବୁଲୁଥିବାବେଳେ ଗୁମ୍ଫା ପାଖ ଦେଇ ଗଲେ ମଧ୍ୟ ଅନିଷ୍ଟ ହୁଏ ବୋଲି ସେଠା ଲୋକଙ୍କ ଧାରଣା। ସମୟକ୍ରମେ ବିଷଧର ସାପ ସେଇ ଅଞ୍ଚଳରୁ କୁଆଡ଼େ ଉଭାନ୍ ହୋଇଗଲେ, ଲୋକଙ୍କ ଚଳପ୍ରଚଳ ଆରମ୍ଭ ହେଲା। ଗତ କିଛି ବର୍ଷ ହେବ, ପର୍ଯ୍ୟଟକଙ୍କ ଭିଡ଼ ମଧ୍ୟ ନାକା ଗୁମ୍ଫା ପାଇଁ ବଢ଼ିଛି। ଥାଇଲାଣ୍ଡ ଭାଷାରେ ନାକାର ଅର୍ଥ ସାପ। ଗୁମ୍ଫାକୁ ନେଇ ସ୍ଥାନୀୟ ଅଞ୍ଚଳର ଲୋକକଥାଟିଏ, ହଜାରହଜାର ବର୍ଷ ତଳେ ନାଗା ବଂଶର ରାଜକୁମାରୀ ନାକା ଅନ୍ୟ ସମ୍ପ୍ରଦାୟର ଜଣେ ଯୁବକଙ୍କୁ ପ୍ରେମ କରି ଅଭିଶାପ ପାଇଥିଲେ। ଏଇ ବିଶାଳକାୟ ସର୍ପ ଆକୃତି ଗୁମ୍ଫା ହେଉଛନ୍ତି ରାଜକୁମାରୀ ନାକା ବୋଲି ସ୍ଥାନୀୟ ଲୋକଙ୍କ ମତ।

Hot this week

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

Related Articles

Popular Categories