www.samajalive.in
Sunday, December 14, 2025
16.1 C
Bhubaneswar

କେକ୍‌ର କାହାଣୀ

ବଡ଼ଦିନ, ନୂଆ ବର୍ଷର ଆସରରେ କେକ୍‌ ଅଧିକ ଖୋଜା ପଡ଼େ। ବେକରୀ ଦୋକାନ, ଫୁଡ୍ ମାର୍ଟ, ଏ ସବୁ ସ୍ଥାନରେ ଭଳିକିଭଳି ସ୍ବାଦ କେକ୍‌ର ଭିଡ଼ ମଧ୍ୟ ଜମିଲାଣି। ଆମେ ଭାରତୀୟ ଜନ୍ମଦିନ, ବିବାହ ବାର୍ଷିକୀ ପରେ ଏବେ ବଡ଼ଦିନ, ନୂଆବର୍ଷକୁ ସ୍ବାଗତ ପାଇଁ କେକ୍‌ କାଟିବାକୁ ପ୍ରାଥମିକତା ଦେଉଛେ। ବିଦେଶୀ ରାଷ୍ଟ୍ର ଆମେରିକା, ଇଉରୋପ, ବ୍ରିଟେନ୍, ଅଷ୍ଟ୍ରେଲିଆରେ ଏଇ ସମୟରେ କେକ୍‌ ବ୍ୟବସାୟ ଲକ୍ଷାଧିକ ଟଙ୍କାର ହେଉଥିବାବେଳେ ଚଳିତ ବର୍ଷ କରୋନା କାରଣରୁ କେକ୍‌ ବିକ୍ରି ସେଭଳି ମାତ୍ରାରେ ହେଉନଥିବାର ଜଣାପଡ଼ିଛି। ଆମେରିକାରେ ବଡ଼ଦିନ ଅବସରରେ ପଞ୍ଚତାରକା ହୋଟେଲଗୁଡ଼ିକ ଦାମୀ ଡିଜାଇନର କେକ୍‌ ପ୍ରସ୍ତୁତ କରିଥାନ୍ତି, ହେଲେ ଏଥରକର ସ୍ଥିତି ଅଲଗା। ରୋମାନ୍‌ ଶାସନ ସମୟରୁ ହିଁ ପ୍ରଥମେ କେକ୍‌ ତିଆରି ଆରମ୍ଭ ହୋଇଥିବାର ଅନୁମାନ କରାଯାଏ। ସେତେବେଳେ ଅଣ୍ଡା, ଡ୍ରାଏଫ୍ରୁଟସ୍‌, ମହୁ, ଖିରରେ ହିଁ କେକ୍‌ ତିଆରି ହେଉଥିଲା, ପରେ ଇଂଲଣ୍ଡରେ ଏହି ଖାଦ୍ୟର ଆଦର ବଢ଼ିଲା। ଇଂଲଣ୍ଡର ସେଫ୍‌ମାନେ କେକ୍‌କୁ ବିଭିନ୍ନ ଆକାର ଦେବା ସହ ସ୍ବାଦକୁ ମଧ୍ୟ ଗୁରୁତ୍ବ ଦେଲେ। ୧୭୮୫ବେଳକୁ ସ୍ପେନ୍, ପୋଲାଣ୍ଡ, ଆମେରିକାରେ ଜନ୍ମଦିନ କେକ୍‌ର ଆଦର ବଢ଼ିଲା। ସେତେବେଳେ କେକ୍ କିଣିବା ଥିଲା ଆଭିଜାତ୍ୟର ପରିଚୟ। ମହଙ୍ଗା ସାମଗ୍ରୀ ଯେପରି ଅଲିଭ ତେଲ, ବଟର, ଡ୍ରାଏଫ୍ରୁଟସ୍‌ ଇତ୍ୟାଦି ମିଶ୍ରଣରେ ପ୍ରସ୍ତୁତ ହେଉଥିବା କେକ୍‌କୁ କେବଳ ଧନିକବର୍ଗର ଲୋକ ନିଜ ପିଲାଙ୍କ ଜନ୍ମଦିନରେ କିଣୁଥିଲେ। ବିବାହ ସହ ମଧ୍ୟ କେକ୍‌ର ସମ୍ପର୍କ ବେଶ୍ ନିବିଡ଼। ପ୍ରଥମେ ଇଂଲଣ୍ଡ ରାଜପରିବାରରେ ଆୟୋଜିତ ବିବାହରେ ବଡ଼ ଆକାରର କେକ୍‌ କଟାଯିବା ନିୟମ ପରେ ଅନ୍ୟମାନେ ମଧ୍ୟ ବିବାହ ବାର୍ଷିକୀରେ କେକ୍‌ କାଟିବାକୁ ପସନ୍ଦ କଲେ।
– ଆମେରିକାରେ ନଭେମ୍ବର ୨୬କୁ ଜାତୀୟ କେକ୍ ଦିବସ ଭା​‌େ​‌ବ ପାଳନ କରାଯାଏ। ନଭେମ୍ବର ଶେଷ ସପ୍ତାହରେ ଆମେରିକାର ପ୍ରତ୍ୟେକ ବେକରୀ ସପ୍‌ରେ ଛୋଟରୁ ବଡ଼ କେକ୍‌ ଯେ କୌଣସି ଆକାରର କେକ୍‌ କିଣିଲେ, ତା’ ଉପରେ ରିଆତି ମିଳେ।
– ଗୁଗୁଲ୍ ସର୍ବେକ୍ଷଣ ଅନୁସାରେ, ବିଶ୍ବସ୍ତରରେ ସବୁଠୁ ଅଧିକ ଲୋକ ନିୟମିତ ଭାବେ କେକ୍ ପ୍ରସ୍ତୁତି ପ୍ରଣାଳୀର ଭିଡିଓ ଦେଖିଥାନ୍ତି।
– ମିସିସିପିର ମଡ୍‌ ପାଏ କେକ୍‌, ଆମେରିକାର ଆଇସ୍‌ବକ୍ସ କେକ୍‌ ବିଶ୍ବର ପ୍ରତ୍ୟେକ ପ୍ରାନ୍ତରେ ସବୁଠୁ ଅଧିକ ବିକ୍ରି ହୋଇଥାଏ।

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

Related Articles

Popular Categories