www.samajalive.in
Friday, December 12, 2025
16.1 C
Bhubaneswar

ହିଞ୍ଜିଳିକାଟୁରେ ନୂତନ ସିଭିଲ୍ ଜଜ୍ କୋର୍ଟ କାର୍ଯ୍ୟାଳୟ ଉଦଘାଟିତ

ସମସ୍ତ ନାଗରିକଙ୍କୁ ତ୍ୱରିତ ନ୍ୟାୟ ଯୋଗାଇଦେବା ଲକ୍ଷ୍ୟ ହାସଲ କରିବାକୁ ରାଜ୍ୟ ସରକାର ଦୃଢ ପ୍ରତିବଦ୍ଧ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି। ଆଜି ଭର୍ଚୁଆଲ୍ ପ୍ଲାଟଫର୍ମରେ ହିଞ୍ଜିଳିକାଟୁଠାରେ ସିଭିଲ୍ ଜଜ୍ ଜୁନିଅର ଡିଭିଜନ୍-କମ-ଜେଏମଏଫସିର ନୂତନ କାର୍ଯ୍ୟାଳୟ ଭବନକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ଓଡିଶା ହାଇକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ୍ ମହମ୍ମଦ ରଫିକ୍ ମିଳିତ ଭାବେ ଉଦଘାଟନ କରିଛନ୍ତି। ଏହି ଅବସରରେ ମୁଖ୍ୟମନ୍ତ୍ରୀ ନୂତନ କୋର୍ଟ ପାଇଁ ହିଞ୍ଜିଳିବାସୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ତାଙ୍କ ସରକାର ନ୍ୟାୟ ଯୋଗାଇଦେବା ବ୍ୟବସ୍ଥାକୁ ମଜବୁତ କରିବାକୁ ପ୍ରତିବଦ୍ଧ।

- Advertisement -

ଶ୍ରୀ ପଟ୍ଟନାୟକ କହିଛନ୍ତି ଯେ କୋଭିଡ -୧୯ ମହାମାରୀର ପ୍ରତିବନ୍ଧକ ସତ୍ୱେ ବାଣିଜ୍ୟିକ ବିବାଦର ସମାଧାନ ପାଇଁ ସରକାର ନିକଟରେ ଚାରିଟି ନୂତନ କୋର୍ଟ ସ୍ଥାପନ କରିଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି ଯେ ମହିଳାଙ୍କ ବିରୋଧରେ ହେଉଥିବା ଅପରାଧର ବିଚାର ପାଇଁ ନିକଟରେ ୪୫ଟି କୋର୍ଟ ସ୍ଥାପନ କରାଯାଇଛି। ନ୍ୟାୟପାଳିକାର ଆବଶ୍ୟକତା ପୂରଣ ପାଇଁ ଭିତ୍ତିଭୂମି ବିକାଶ ନିମନ୍ତେ ପର୍ଯ୍ୟାପ୍ତ ଅର୍ଥ ଯୋଗାଇବା ପାଇଁ ସରକାର ହାଇକୋର୍ଟଙ୍କ ସହ ମିଳିତ ଭାବେଏ କାର୍ଯ୍ୟ କରୁଥିବା ମୁଖ୍ୟମନ୍ତ୍ରୀ କହିଛନ୍ତି। ରାଜ୍ୟରେ କାର୍ଯ୍ୟରତ ଆଇନ୍ଜୀବୀମାନଙ୍କ ସ୍ୱାର୍ଥ ରକ୍ଷା ପାଇଁ ସରକାର ପ୍ରତିଶ୍ରୁତିବଦ୍ଧ ଓ ସରକାର ଓଡିଶା ଆଡଭୋକେଟ୍ସ କଲ୍ୟାଣ ପାଣ୍ଠିକୁ ବାର୍ଷିକ ଅନୁଦାନ ୩ କୋଟିରୁ ୫ କୋଟି ଟଙ୍କାକୁ ବୃଦ୍ଧି କରାଯାଇଛି।

ଏହି ଅବସରରେ ଓଡିଶା ହାଇକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ ମହମ୍ମଦ ରଫିକ୍ ହିଞ୍ଜିଳିକାଟୁଠାରେ ନୂତନ କୋର୍ଟ ଭବନ ପାଇଁ ଜମି ଯୋଗାଇ ଦେଇଥିବାରୁ ରାଜ୍ୟ ସରକାରଙ୍କୁ ଧନ୍ୟବାଦ ଜଣାଇଛନ୍ତି। ମୁଖ୍ୟ ବିଚାରପତି କହିଛନ୍ତି ଯେ ଏକ ପ୍ରଭାବଶାଳୀ ନ୍ୟାୟ ବ୍ୟବସ୍ଥା ପାଇଁ ଶୀଘ୍ର ସମାଧାନ ମହତ୍ୱପୂର୍ଣ୍ଣ ଅଟେ। ସେ ସୂଚନା ଦେଇଛନ୍ତି ଯେ ଚଳିତ ବର୍ଷ ଡିସେମ୍ବର ୧୪ ସୁଦ୍ଧା ଓଡିଶା ହାଇକୋର୍ଟରେ ପ୍ରାୟ ୪୦ ହଜାର ମାମଲା ରୁଜ୍ଜୁ ହୋଇଛି।

Hot this week

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

ମାଲ୍ୟବନ୍ତ ମହୋତ୍ସବ ସ୍ଥଗିତ

ମାଲକାନଗିରି - ମାଲକାନଗିରି ଜିଲାରେ ଡିସେମ୍ବର ୪ ତାରିଖରେ ଏକ ମୁଣ୍ଡବିହୀନ...

Related Articles

Popular Categories