www.samajalive.in
Saturday, December 6, 2025
14.1 C
Bhubaneswar

ଛତ୍ରପୁର ବ୍ଲକରେ ଖୋଲିଲା ଧାନ ମଣ୍ଡି

ଛତ୍ରପୁର : ଛତ୍ରପୁର ବ୍ଲକରେ ଆଜି ଧାନମଣ୍ଡି ଖୋଲାଯାଇ ଚାଷୀଙ୍କଠାରୁ ଧାନ ସଂଗ୍ରହ କରାଯାଇଛି । ଛତ୍ରପୁର ବ୍ଲକ ଅନ୍ତର୍ଗତ ଲଣ୍ଡାବାଉଁଶର ସେବା ସମବାୟ ସମିତି କାର୍ୟ୍ୟାଳୟ ପରିସରରେ ଧାନମଣ୍ଡି ଶୁଭାରମ୍ଭ ହୋଇଛି । ଏହାକୁ ଛତ୍ରପୁର ବିଧାୟକ ସୁବାସ ଚନ୍ଦ୍ର ବେହେରା ଯୋଗ ଦେଇ ଉଦଘାଟନ କରିବା ସହ ସମସ୍ତ ଚାଷୀଙ୍କ ସୁବ୍ୟବସ୍ଥା ଅନୁଯାୟୀ ଧାନ କିଣିବା ନିମନ୍ତେ ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଛତ୍ରପୁର ୫ହଜାର୧୮ ଚାଷୀ ପଞ୍ଜିକରଣ କରିଥିବା ବେଳେ ପ୍ରଥମ ପ୍ରଯ୍ୟୟରେ ବ୍ଲକର ୧ଲକ୍ଷ ୮ହଜାର କୁଇଣ୍ଟାଲ ଧାନ କିଣା ଯିବ ବୋଲି କୁହାଯାଇଛି ।

ଆଜି ଏହି ଶୁଭାରମ୍ଭ କାର୍ଯ୍ୟକ୍ରମ ରେ ପାଟପୁର ଗ୍ରାମର ସୁରେନ୍ଦ୍ରନାଥ ଦାସ ନାମକ ଚାଷୀ ଆଜି ତାଙ୍କ ଅମଳ ଧାନ ମଣ୍ଡିରେ ଦେଇ ଏହାର ଶୁଭାରମ୍ଭ କରିଛନ୍ତି । ଏଥିରେ ଅନ୍ୟମାନଙ୍କ ମଧ୍ୟରେ ଛତ୍ରପୁର ବ୍ଲକ ଅଧ୍ୟକ୍ଷ ଏମ.ଧନଞ୍ଜୟ ରେଡ୍ଡି, ବିଡିଓ ଅମ୍ବିକା ପ୍ରସାଦ ଦାସ, ତହସିଲଦାର ନୀଳମାଧବ ଭୋଇ, ଭିକାରୀପଲ୍ଲୀ ସରପଂଚ ଧବଳେଶ୍ୱର ପ୍ରଧାନ, ସମିତିସଭ୍ୟ ଭାଗିରଥୀ ପ୍ରଧାନ, ବ୍ଲକ ଏମଆଇ ଜୟରାମ ଲେଙ୍କା, ଲଣ୍ଡାବାଉଁଶ ସେବା ସମବାୟ ସମିତିର ସମ୍ପାଦକ ହରିଶ୍ଚନ୍ଦ୍ର ମୁଦୁଲି, ମିଲର ପ୍ରଭାତ ରଞ୍ଜନ ଖାଡ଼ଙ୍ଗା, ନାରାୟଣ ସାହୁ, ସରୋଜ କୁମାର ସାହୁ, ପୂର୍ବତନ ସମିତିସଭ୍ୟ ମଥୁରା ଚରଣ ସୁବୁଦ୍ଧି ଯୁବ ବିଜେଡି ନେତା ବୁଲୁ ସୁବୁଦ୍ଧିଙ୍କ ସମେତ ବହୁ ଚାଷୀମାନେ ଉପସ୍ଥିତ ଥିଲେ ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories