www.samajalive.in
Friday, December 5, 2025
20.1 C
Bhubaneswar

କୃଷକ ଆନ୍ଦୋଳନ: କେନ୍ଦ୍ର, ପଞ୍ଜାବ ଓ ହରିୟାଣା ସରକାରଙ୍କୁ ସୁପ୍ରିମକୋର୍ଟଙ୍କ ନୋଟିସ

ନୂଆଦିଲ୍ଲୀ: କେନ୍ଦ୍ର ସରକାରଙ୍କ ୩ଟି କୃଷି ଆଇନ ବିରୋଧରେ ଦିଲ୍ଲୀର ବିଭିନ୍ନ ସୀମାରେ ଆନ୍ଦୋଳନରତ କୃଷକମାନଙ୍କୁ ତୁରନ୍ତ ହଟାଇବା ଲାଗି ଅଧିକାରଙ୍କୁ ନିର୍ଦେଶ ଦେବା ପାଇଁ ରୁଜୁ ହୋଇଥିବା ପିଟିଶନର ଶୁଣାଣି ବୁଧବାର ସୁପ୍ରିମକୋର୍ଟରେ ହୋଇଛି। ସର୍ବୋଚ୍ଚ ଅଦାଲତ ଏହି ମାମଲାରେ କେନ୍ଦ୍ର ସରକାର, ପଞ୍ଜାମ ଏବଂ ହରିୟାଣା ରାଜ୍ୟ ସରକାରଙ୍କୁ ନୋଟିସ ଜାରି କରିଛନ୍ତି।

ସହମତି ଭିତ୍ତିରେ ସମସ୍ୟାର ସମାଧାନ କରିବାକୁ ସୁପ୍ରିମକୋର୍ଟ ଗୁରୁତ୍ଵ ଦେଇଛନ୍ତି। ପ୍ରସଙ୍ଗର ସମାଧାନ ପାଇଁ କୃଷି ସଂଗଠନଗୁଡ଼ିକର ପ୍ରତିନିଧି, ସରକାର ଏବଂ ଅନ୍ୟ ହିତାଧିକାରୀମାନଙ୍କୁ ମିଶାଇ ଏକ କମିଟି ଗଠନ କରିବା ଲାଗି ସୁପ୍ରିମକୋର୍ଟ କେନ୍ଦ୍ର ସରକାରଙ୍କ ପକ୍ଷରୁ ହାଜର ହୋଇଥିବା ସଲିସିଟର ଜେନେରାଲ ତୁଷାର ମେହେଟ୍ଟାଙ୍କୁ କହିଛନ୍ତି। ଆସନ୍ତା କାଲି ଏହି ମାମଲାର ପରବର୍ତ୍ତୀ ଶୁଣାଣି କରିବାକୁ କୋର୍ଟ ଦିନ ଧାର୍ଯ୍ୟ କରିଛନ୍ତି।

- Advertisement -

ଏହି ଅବସରରେ ଆବେଦନକାରୀ ଦିଲ୍ଲୀ ସୀମାରେ ଭିଡ଼ ଜମାଇଥିବା କୃଷକଙ୍କୁ ହଟାଇବା ଲାଗି ଶାହିନ ବାଗ୍‌ ମାମଲାର ଉଦାହରଣ ଦେଇଥିଲେ।ପିଟିଶନର ଶୁଣାଣି ସମୟରେ ପ୍ରଧାନ ବିଚାରପତି ଏସ.ଏ. ବୋବଡେ କହିଥିଲେ, ଆଇନଶୃଙ୍ଖଳା ପ୍ରସଙ୍ଗରେ କୌଣସି ଉଦାହରଣ ଦିଆଯାଇ ପାରିବ ନାହିଁ।

ପ୍ରଧାନ ବିଚାରପତି ଏସ.ଏ. ବୋବଡେ, ଜଷ୍ଟିସ ଏ.ଏସ. ବୋପାନ୍ନା ଏବଂ ଭି. ରାମାସୁବ୍ରମଣ୍ୟମଙ୍କୁ ନେଇ ଗଠିତ ଖଣ୍ଡପୀଠ କୃଷକ ସଂଗଠନଗୁଡ଼ିକୁ ଏହି ମାମଲାରେ ପକ୍ଷଭୁକ୍ତ କରିବାକୁ ଅନୁମତି ଦେଇଛନ୍ତି।

Hot this week

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

୧୦ ଗୁଣା ବଢ଼ିଲା ବିମାନ ଟିକେଟ ଦର

ସମାଜଲାଇଭ ଡେସ୍କ: ବିଦେଶ ଯାତ୍ରାଠୁ ମହଙ୍ଗା ହେଲା ଭାରତୀୟ ସହରକୁ ବିମାନ...

ଆଜି ଇଣ୍ଡିଗୋର ୧ ହଜାରରୁ ଊର୍ଦ୍ଧ୍ବ ବିମାନ ରଦ୍ଦ, ତଦନ୍ତ କମିଟି ଗଠନ କଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନର ପରିଚାଳନାଗତ ସଙ୍କଟ ଜାରି ରହିଛି। ଇଣ୍ଡିଗୋ...

ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ

କଟକ :ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ । ଜାତିଆଣ ଆକ୍ଷେପ ଓ ଧର୍ମୀୟ...

ଜାତିସଂଘରେ ଭାରତର ସ୍ଥାୟୀ ସଦସ୍ୟତାକୁ ପୁଟିନଙ୍କ ସମର୍ଥନ

ସମାଜଲାଇଭ ଡେସ୍କ: ଭାରତ-ରୁଷ ମଧ୍ୟରେ ଶୁକ୍ରବାର ଶିଖର ସମ୍ମିଳନୀ ଶେଷ ହୋଇଛି।...

Related Articles

Popular Categories