www.samajalive.in
Saturday, December 13, 2025
27.1 C
Bhubaneswar

ଆଇସିସି ଟେଷ୍ଟ ବ୍ୟାଟିଂ ମାନ୍ୟତା: ଶୀର୍ଷ ୧୦ରେ ପୂଜାରା ଓ ରାହାଣେ

ଦୁବାଇ : ଭାରତୀୟ କ୍ରିକେଟ୍‌ ଦଳର ଅଧିନାୟକ ବିରାଟ କୋହଲି ଆଇସିସି ଟେଷ୍ଟ ବ୍ୟାଟ୍‌ସମ୍ୟାନ୍ ମାନ୍ୟତା ତାଲିକାରେ ୨ୟ ସ୍ଥାନକୁ ଉନ୍ନୀତ ହୋଇଛନ୍ତି। ତାଙ୍କ ସହ ଚେତେଶ୍ବର ପୂଜାରା ଓ ଅଜିଙ୍କ୍ୟ ରାହାଣେ ମଧ୍ୟ ଶୀର୍ଷ-୧୦ରେ ରହିଛନ୍ତି। ୯୧୧ ପଏଣ୍ଟ ସହ ଅଷ୍ଟ୍ରେଲିଆର ଷ୍ଟିଭେନ୍ ସ୍ମିଥ୍ ଶୀର୍ଷରେ ଥିବା ବେଳେ ୮୮୬ ପଏଣ୍ଟ ସହ କୋହଲି ୨ୟ ସ୍ଥାନରେ ରହିଛନ୍ତି। ଗତ ସପ୍ତାହରେ ୨ୟ ସ୍ଥାନରେ ଥିବା ନ୍ୟୁଜିଲାଣ୍ଡର ଅଧିନାୟକ କେନ୍ ୱିଲିୟମ୍‌ସନ ୱେଷ୍ଟଇଣ୍ଡିଜ୍ ବିପକ୍ଷ ୨ୟ ଟେଷ୍ଟମ୍ୟାଚ୍‌ ନ ଖେଳିବା କାରଣରୁ ତାଙ୍କ ମାନ୍ୟତା ଗୋଟିଏ ସ୍ଥାନ ତଳକୁ ଖସିଯାଇଛି।

ୱିଲିୟମ୍‌ସନ ୮୭୭ ପଏଣ୍ଟ ପାଇଛନ୍ତି। ଅଷ୍ଟ୍ରେଲିଆର ନୂଆ ବ୍ୟାଟିଂ ପ୍ରତିଭା ମାର୍ନସ ଲାବୁସେନ୍ ୪ର୍ଥ ଓ ପାକିସ୍ତାନର ଯୁବ ବ୍ୟାଟ୍‌ସମ୍ୟାନ୍ ବାବର ଆଜମ୍‌ ୫ମ ସ୍ଥାନରେ ରହିଛନ୍ତି। ଅଷ୍ଟ୍ରେଲିଆର ବରିଷ୍ଠ ଓପ୍‌ନର ଡେଭିଡ୍‌ ୱାର୍ଣ୍ଣର ୬ଷ୍ଠ ସ୍ଥାନରେ ଥିବା ବେ​‌େ​‌ଳ ଚେତେଶ୍ବର ପୂଜାରା ୭ମ ଓ ଅଜିଙ୍କ୍ୟ ରାହାଣେ ୧୦ମ ସ୍ଥାନରେ ରହିଛନ୍ତି। ୮ମ ଓ ୯ମ ସ୍ଥାନରେ ଥିବା ବ୍ୟାଟ୍‌ସମ୍ୟାନ୍ ହେଲେ ଇଂଲଣ୍ଡର ବେନ୍‌ ଷ୍ଟୋକ୍‌ସ ଓ ଜୋ ରୁଟ୍। ଆଇସିସି ଟେଷ୍ଟ ବୋଲର ମାନ୍ୟତା ତାଲିକାରେ ୨ୟ ଜଣ ଭାରତୀୟ ଅଛନ୍ତି। ଫାଷ୍ଟବୋଲର ଯଶପ୍ରୀତ ବୁମ୍‌ରା ୮ମ ଓ ଅଭିଜ୍ଞ ଅଫ୍‌ସ୍ପିନର ରବିଚନ୍ଦ୍ରନ୍ ଅଶ୍ବିନ୍ ୧୦ମ ସ୍ଥାନରେ ରହିଛନ୍ତି।

- Advertisement -

ସର୍ବାଧିକ ୯୦୪ ପଏଣ୍ଟ ସହ ଅଷ୍ଟ୍ରେଲିଆ ପ୍ୟାଟ୍‌ କମିନ୍‌ସ ଶୀର୍ଷରେ ରହିଛନ୍ତି। ୨ୟରୁ ୭ମ ସ୍ଥାନ ମଧ୍ୟରେ ଥିବା ଟେଷ୍ଟ ବୋଲର ହେଲେ ଇଂଲଣ୍ଡର ଷ୍ଟୁଆର୍ଟ ବ୍ରଡ୍‌, ନ୍ୟୁଜିଲାଣ୍ଡର ନିଲ୍‌ ୱାଗ୍‌ନର ଓ ଟିମ୍ ସାଉଦି, ଦକ୍ଷିଣ ଆଫ୍ରିକାର କାଗିସୋ ରାବାଡ଼ା, ଅଷ୍ଟ୍ରେଲିଆର ମିଚେଲ ଷ୍ଟାର୍କ ଓ ଇଂଲଣ୍ଡର ଜେମ୍‌ସ ଆଣ୍ଡରସନ୍। ଇଂଲଣ୍ଡର ବେନ୍ ​‌ଷ୍ଟୋକ୍‌ସ ଆଇସିସି ଟେଷ୍ଟ ଅଲ୍‌ରାଉଣ୍ଡର ତାଲିକାରେ ୧ନଂ ସ୍ଥାନରେ ଅଛନ୍ତି।

ୱେଷ୍ଟଇଣ୍ଡିଜ୍ ଅଧିନାୟକ ଜେସନ୍ ହୋଲ୍‌ଡର ୨ୟ ସ୍ଥାନରେ ଥିବା ବେ​‌ଳେ ଭାରତର ରବୀନ୍ଦ୍ର ଜାଡ଼େଜା ୩ୟ ସ୍ଥାନରେ ରହିଛନ୍ତି। ୪ର୍ଥ ସ୍ଥାନରେ ବାଂଲାଦେଶର ସାକିବ୍ ଅଲ୍ ହାସନ୍ ଓ ୫ମ ସ୍ଥାନରେ ମିଚେଲ ଷ୍ଟାର୍କ ରହିଛନ୍ତି। ରବିଚନ୍ଦ୍ରନ ଅଶ୍ବିନ ୬ଷ୍ଠ ସ୍ଥାନରେ ଅଛନ୍ତି। ଆଇସିସି ଦଳଗତ ଟେଷ୍ଟ ମାନ୍ୟତାରେ ଅଷ୍ଟ୍ରେଲିଆ ୧୧୬ ପଏଣ୍ଟ ସହ ଶୀର୍ଷରେ ଥିବା ବେଳେ ସମାନ ୧୧୬ ପଏଣ୍ଟ ପାଇଥିବା ନ୍ୟୁଜିଲାଣ୍ଡ ୨ୟ ସ୍ଥାନରେ ରହିଛି। ୧୧୪ ପଏଣ୍ଟ ସହ ଭାରତ ୩ୟ ସ୍ଥାନରେ ରହିଛି।

Hot this week

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

ସିମ୍ ବାଇଣ୍ଡିଂ କ’ଣ? ଯାହାକୁ ନେଇ ଚିନ୍ତାରେ…

ନୂଆଦିଲ୍ଲୀ : ଦୂରସଞ୍ଚାର ବିଭାଗ ହ୍ୱାଟ୍ସଆପ୍, ଟେଲିଗ୍ରାମ୍, ସିଗନାଲ୍ ଏବଂ ସ୍ନାପଚାଟ୍...

କ୍ଷମା ମାଗିଲେ ମମତା

ସମାଜ ଲାଇଭ ଡ଼େସ୍କ : ମେସିଙ୍କ ଗସ୍ତ ପରେ କଲକାତା ସଲ୍ଟ...

ଆଜି ଭୁବନେଶ୍ୱର ଆସୁଛନ୍ତି ଅକ୍ଷୟ କୁମାର

ଭୁବନେଶ୍ୱର :ବଲିଉଡର ଖିଲାଡୀ ଷ୍ଟାର ଅକ୍ଷୟ କୁମାର ଆଜି ଓଡ଼ିଶା ଆସୁଛନ୍ତି...

Related Articles

Popular Categories