www.samajalive.in
Wednesday, December 10, 2025
23.1 C
Bhubaneswar

ମାସେ ହେଲା ଭେଣ୍ଟିଲେଟରେ କରୋନା ଯୋଦ୍ଧା ଷ୍ଟାଫ୍‌ ନର୍ସ, ଚିକିତ୍ସା ପାଇଁ ବାଧକ ସାଜିଛି ଅର୍ଥ

ଫୁଲବାଣୀ: ମାସେ ହେଲା ଭେଣ୍ଟିଲେଟର୍‌ରେ ରହି କରୋନା ଯୋଦ୍ଧା ଷ୍ଟାଫ୍‌ ନର୍ସ ଚିକିତ୍ସିତ ହେଉଛନ୍ତି। ତାଙ୍କୁ ଭଲ କରିବା ପାଇଁ ଅର୍ଥ ବାଧକ ସାଜିଛି। ଷ୍ଟାଫ୍‌ ନର୍ସଙ୍କୁ ଚିକିତ୍ସା କରିବାକୁ ଆର୍ଥିକ ସହାୟତା ଯୋଗାଇ ଦେବାକୁ ତାଙ୍କ ଝିଅ ନିବେଦନ କରିଛନ୍ତି। କନ୍ଧମାଳ ଜିଲ୍ଲା ଖଜୁରୀପଡ଼ା ତହସିଲଦାର ସ୍ୱପ୍ନିତା ନାୟକଙ୍କୁ ନିଜ ମାଁଙ୍କ ଚିକିତ୍ସାନିମନ୍ତେ ସହାୟତା ପାଇଁ ଝିଅ ଆଲିସା ପଟ୍ଟନାୟକ ଏବଂ ମାମୁଁ ରାଜକିଶୋର ଦାଶ ନିବେଦନ କରିଛନ୍ତି। ଆଜି ସେମାନେ ତହସିଲଦାରଙ୍କୁ ସାକ୍ଷାତ କରି ଲିଖିତ ଭାବେ ଅନୁରୋଧ କରିଛନ୍ତି।
ଚକାପାଦ ବ୍ଲକ ବ୍ରାହ୍ମଣପାଦ ଗୋଷ୍ଠୀସ୍ୱାସ୍ଥ୍ୟ କେନ୍ଦ୍ରରେ ଚୁକ୍ତିଭିତିକ ଷ୍ଠାଫନର୍ସ ଭାବେ କାର୍ଯ୍ୟକରୁଥିବା ଗାୟତ୍ରୀ ଦାଶ(୪୦) କୋଭିଡ ସଂକ୍ରମିତ ହୋଇଥିଲେ। ଚିକିତ୍ସା ପାଇଁ ପ୍ରଥମେ ତାଙ୍କୁ ଫୁଲବାଣୀ କୋଭିଡ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଅଧିକ ଚିକିତ୍ସା ଆବଶ୍ୟକ ପଡୁଥିବାରୁ ପରବର୍ତ୍ତି ସମୟରେ ତାଙ୍କୁ ଫୁଲବାଣୀରୁ ଭୁବନେଶ୍ୱର ସ୍ଥିତ କୋଭିଡ ହସ୍ପିଟାଲକୁ ସ୍ଥାନାନ୍ତରିତ କରାଯାଇଥିଲା। ଗାୟତ୍ରୀ କୋଭିଡ ପଜିଟିଭ୍ ସହିତ ନିମୋନିଆରେ ମଧ୍ୟ ଆକ୍ରାନ୍ତ ହୋଇଥିଲେ ଏବଂ କୋଭିଡ୍‌ ପଜିଟିଭରୁ ଭଲ ହୋଇଥିଲେ। କିନ୍ତୁ ପରବର୍ତ୍ତି ସମୟରେ ସେ ନିଃଶ୍ୱାସ ପ୍ରଶ୍ୱାସ ନେବାରେ ସମସ୍ୟା ରହୁଥିବାରୁ ତାଙ୍କୁ ଚିକିତ୍ସା ପାଇଁ ପୁଣିଥରେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଏବେ ସେ ଭେଣ୍ଟିଲେଟରରେ ରହି ଚିକିତ୍ସିତ ହେଉଛନ୍ତି।

ଗୋଟିଏ ପଟେ କୋଭିଡ ପଜିଟିଭରୁ ମୁକ୍ତ ହୋଇ ସୁସ୍ଥ ହୋଇଥିବା ବେଳେ ବର୍ତ୍ତମାନ ନିଃଶ୍ୱାସ ପ୍ରଶ୍ୱାସ ନେବାରେ ସମସ୍ୟା କାରଣରୁ ପ୍ରାୟ ଏକ ମାସରୁ ଊର୍ଦ୍ଧ୍ବ ସମୟ ଧରି ଭେଣ୍ଟିଲେଟରରେ ରହି ଚିକିତ୍ସିତ ହେଉଛନ୍ତି। ଗାୟତ୍ରୀଙ୍କ ପରିବାରର ଆର୍ଥିକ ଅବସ୍ଥା ସେତେଟା ସ୍ୱଚ୍ଛଳ ନୁହଁନ୍ତି। ଅପରପକ୍ଷରେ ବେସରକାରୀ ହସ୍ପିଟାଲରେ ଚିକିତ୍ସା ପାଇଁ ଆବଶ୍ୟକ ସମ୍ବଳ ଯୋଗାଡ଼ କରିବାକୁ ସେମାନଙ୍କ ପରିବାର ସକ୍ଷମ ନୁହନ୍ତି। ଏହିଭଳି ସ୍ଥିତିରେ ମାଆଙ୍କ ଜୀବନ ରକ୍ଷା ପାଇଁ ଝିଅ ଆଲିସା ପଟ୍ଟନାୟକ ନିଜ ମାମୁଁ ରାଜକିଶୋର ଦାଶଙ୍କ ସହିତ ତହସିଲଦାର ସ୍ୱପ୍ନିତା ନାୟକଙ୍କୁ ସାକ୍ଷାତ କରି ସରକାରୀ ସହାୟତା ପାଇବା ପାଇଁ ନିବେଦନ କରିଛନ୍ତି। ତହସିଲଦାର ଶ୍ରୀମତୀ ନାୟକ ତାଙ୍କର ସମସ୍ୟା ଶୁଣିବା ସହିତ ସେମାନଙ୍କ ଲିଖିତ ଦରଖାସ୍ତ ଗ୍ରହଣ କରି ରେଡକ୍ରସକୁ ପଠାଇବା ନେଇ ଆଶ୍ୱାସନା ଦେବା ସହିତ ନିଜେ ବ୍ୟକ୍ତିଗତର ଭାବେ କିଛି ଅର୍ଥ ମଧ୍ୟ ପ୍ରଦାନ କରିଛନ୍ତି।
ସୂଚନା ପାଇ ଗାୟତ୍ରୀଙ୍କ ସାଙ୍ଗସାଥି ସମସ୍ତେ ସହାୟତାର ହାତ ବଢ଼ାଇଥିବା ବେଳେ ତାଙ୍କର ସହକର୍ମୀମାନେ ମଧ୍ୟ କିଛି କିଛି ଅର୍ଥ ସହାୟତା ଦେଇଥିବା ଜଣାପଡ଼ିଛି। ଜଣେ କରେନା ଯୋଦ୍ଧାଙ୍କ ବିପଦ ସମୟରେ ତୁରନ୍ତ ସରକାରୀ ସ୍ତରରେ ସହାୟତା ପ୍ରଦାନ କରିବା ସହିତ ସମସ୍ତ ଚିକିତ୍ସା ଅର୍ଥ ବହନ କରିବାକୁ ଝିଅ, ମାମୁଁ ରାଜକିଶୋର ଦାଶ ଓ ମାଉସି ସାବିତ୍ରୀ ଦାଶ ପ୍ରମୁଖ ସରକାରଙ୍କୁ ନିବେଦନ କରିଛନ୍ତି। ପ୍ରକାଶଯେ, କରୋନା ଯୋଦ୍ଧା ଗାୟତ୍ରୀଙ୍କ ନିଜ ଘର ଫୁଲବାଣୀରେ। ତେବେ ମାଆ ପୀଡ଼ିତ ପରେ ତାଙ୍କ ଝିଅ ନିଜ ମାମୁଁଙ୍କ ପାଖରେ ଖଜୁରିପଡ଼ା ବଜାର ସାହିରେ ବସବାସ କରୁଛନ୍ତି।

Hot this week

ଗଙ୍ଗୁଆ ନଳା ଉନ୍ନତି ପ୍ରକଳ୍ପ ଉପରେ ସମୀକ୍ଷା

ଭୁବନେଶ୍ୱର: ଖାରବେଳ ଭବନରେ ଗଙ୍ଗୁଆ ନଳା ଉନ୍ନତି ପ୍ରକଳ୍ପ ସମ୍ବନ୍ଧୀୟ ଏକ...

ଅନିଲ ଅମ୍ବାନୀଙ୍କ ପୁଅ ବିରୋଧରେ ମାମଲା

ନୂଆଦିଲ୍ଲୀ: ଏକ ବ୍ୟାଙ୍କ ଠକେଇ ମାମଲାରେ ସିବିଆଇ ପକ୍ଷରୁ ବିଶିଷ୍ଟ ଶିଳ୍ପପତି...

ଆସନ୍ତା ୧୩ ରୁ ସପ୍ତାହାନ୍ତରେ ଦିନ ସାରା ଖୋଲା ରହିବ ବିଡିଏ ପାର୍କ

ଭୁବନେଶ୍ୱର : ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷ (ବିଡିଏ) ଏହାର ପାର୍କଗୁଡ଼ିକର ଖୋଲା...

ମାନବାଧିକାର : ଜୀବନର ଆବଶ୍ୟକତା

ମିଳିତ ଜାତିସଂଘ ଆନୁକୂଲ୍ୟରେ ୨୦୨୫ ମସିହାର ମାନବ ଅଧିକାର ଦିବସ (ଡିସେମ୍ବର...

ମହାନଦୀ ପାଇଁ ଉଚ୍ଚସ୍ତରୀୟ କମିଟି ଗଠନ

ଭୁବନେଶ୍ଵର : ରାଜ୍ୟ ସରକାରଙ୍କ ଜଳ ସମ୍ପଦ ବିଭାଗଦ୍ଵାରା ମାନ୍ୟବର...

Related Articles

Popular Categories