www.samajalive.in
Wednesday, December 10, 2025
26.1 C
Bhubaneswar

ଆଠଗଡ ବିକାଶ ମଞ୍ଚ ଶିଶୁମାନଙ୍କ ସହିତ ପାଳିଲେ ଧନୁସଂକ୍ରାନ୍ତି

ଗୁରୁଡିଝାଟିଆ : ଓଡିଆ ସଂସ୍କୃତି ଓ ପରମ୍ପରାରେ ଧନୁ ସଂକ୍ରାନ୍ତିର ଭୂମିକା ବେଶ ମହତ୍ତ୍ୱପୂର୍ଣ୍ଣ। ପ୍ରତ୍ୟେକ ପରିବାର ରେ ଆଜି ପରମ୍ପରାକୁ ଉଜ୍ଜିବୀତ ରଖିବାପାଇଁ ମୁଆଁକୁ ପ୍ରଭୂ ଙ୍କ ନିକଟରେ ଅର୍ପଣ କରାଯାଏ। ଏହାପରେ ପରିବାର ର ପ୍ରତ୍ୟେକ ସଦସ୍ୟ ଏହାକୁ ପ୍ରସାଦ ରୂପେ ପାଇଥାନ୍ତି। ଆଜି ନୁହେଁ କି କାଲି ନୁହେଁ ଏହା ଓଡିଆ ସଂସ୍କୃତିର ଏକ ଅବିଚ୍ଛେଦ୍ୟ ଅଙ୍ଗ ଭାବରେ ପାଲଟି ପ୍ରାଚୀନ କାଳରୁ ପାଳିତ ହେଉଅଛି। ଆଠଗଡ ବିକାଶ ମଞ୍ଚଆଜି ଏହାକୁ ଉଜ୍ଜୀବିତ କରି ରଖିବା ସହିତ ସଂସ୍କୃତିର ପ୍ରଚାରପ୍ରସାର ପାଇଁ କୁଷ୍ପଙ୍ଗି ପଞ୍ଚାୟତର ବଉଳ ଠାରେ ଶିଶୁମାନଙ୍କ ସହିତ ପାଳିଛନ୍ତି ଧନୁସଂକ୍ରାନ୍ତି। ଛୋଟଛୋଟ ପିଲାମାନଙ୍କୁ ମୁଆଁ ପ୍ରଦାନ ସହିତ ଗ୍ରାମବାସୀମାନଙ୍କ ସହିତ ଆଜି ଦିନର ମହତ୍ତ୍ୱକୁ ବିଷଦ ଭାବରେ ମଞ୍ଚର ସଭାପତି ମାନସ ବସ୍ତିଆ ଓ ପୂର୍ବତନ ସରପଞ୍ଚ ମାଗୁଣୀ ବସ୍ତିଆ ବୁଝାଇଥିଲେ।

 

Hot this week

ଦିଲ୍ଲୀର ଅନେକ ସ୍କୁଲକୁ ବୋମା ଧମକ; ପିଲାଙ୍କୁ ଛୁଟି କରି ତନାଘନା ଜାରି

ସମାଜ ଡିଜିଟାଲ ଡେସ୍କ: ରାଜଧାନୀ ଦିଲ୍ଲୀର ଅନେକ ସ୍କୁଲକୁ ପୁଣି ଥରେ...

ସୁନ୍ଦର ଦେଶରେ ପୁରୁଷ ଅଭାବ: ମହିଳାମାନେ ଘଣ୍ଟା ପ୍ରତି ଭଡାରେ ନେଉଛନ୍ତି ସ୍ୱାମୀ

ରିଗା: ଭଡାରେ ମିଳୁଛନ୍ତି ପୁରୁଷ । ଟଙ୍କା ଦେଇ ୱେବସାଇଟରେ ପ୍ରଥମେ...

ଗୋଆ ଅଗ୍ନିକାଣ୍ଡ ଘଟଣାରେ ନାଇଟ୍ କ୍ଲବ୍ ମାଲିକ ଗିରଫ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ଉଚ୍ଚ ଶିକ୍ଷାନୁଷ୍ଠାନକୁ ବୁଲା କୁକୁର ଓ ଗାଈ ଭୟ

ଭୁବନେଶ୍ଵର: ଉଚ୍ଚ ଶିକ୍ଷାନୁଷ୍ଠାନକୁ ବୁଲା କୁକୁର ଏବଂ ଗାଈ ଭୟ। ବୁଲା...

ପିଠି ଯନ୍ତ୍ରଣାର କାରଣ ଜୋତା ନୁହେଁ ତ? ଏହି ସଙ୍କେତ ସୂଚାଇ ଦିଏ

ସମାଜ ଡିଜିଟାଲ ଡେସ୍କ: ଆମେ ବାହାରକୁ ବାହାରିବା ମାତ୍ରେ ସାଧାରଣତଃ ଜୋତା...

Related Articles

Popular Categories