www.samajalive.in
Saturday, December 13, 2025
27.1 C
Bhubaneswar

୧୦ ଜଣ ଲେଖକ ପାଇବେ ୪ର୍ଥ ପେନ୍‌ ଇନ୍‌ ବୁକ୍ସ ଯୁବ ଲେଖକ ପୁରସ୍କାର

ଭୁବନେଶ୍ବର: ଅଗ୍ରଣୀ ପ୍ରକାଶନ ସଂସ୍ଥା ପେନ୍‌ ଇନ୍‌ ବୁକ୍ସ ପକ୍ଷରୁ ପୂର୍ବ ବର୍ଷମାନଙ୍କ ଭଳି ଚଳିତ ବର୍ଷର ଯୁବ ଲେଖକ ପୁରସ୍କାର ଘୋଷିତ ହୋଇଛି। ଓଡ଼ିଆ, ହିନ୍ଦୀ ଓ ଇଂରାଜୀ ଭାଷାରେ ଲେଖାଲେଖି କରୁଥିବା ୧୦ ଜଣ ଯୁବ ଲେଖକ ନିଜର ଅପ୍ରକାଶିତ ପାଣ୍ଡୁଲିପି ପାଇଁ ଏହି ପୁରସ୍କାର ପାଇଁ ଯୋଗ୍ୟ ବିବେଚିତ ହୋଇଥିବା ଅନୁଷ୍ଠାନ ପକ୍ଷରୁ ଏକ ବିଜ୍ଞପ୍ତିରେ ସୂଚନା ଦିଆଯାଇଛି।

୪୦ ବର୍ଷରୁ କମ୍‌ ବୟସର ଲେଖକଙ୍କୁ ଏହି ପୁରସ୍କାର ପାଇଁ ଚଳିତ ବର୍ଷ ଓଡ଼ିଆ ଭାଷାରେ ୬ଟି ପାଣ୍ଡୁଲିପି ଯୋଗ୍ୟ ବିବେଚିତ ହୋଇଥିବା ବେଳେ ଇଂରାଜୀ ଓ ହିନ୍ଦୀ ଭାଷାରେ ଦୁଇଟି ଲେଖାଏଁ ପାଣ୍ଡୁଲିପି ଚୟନ କରାଯାଇଛି ବୋଲି କଥାଶିଳ୍ପୀ ତଥା ପେନ୍‌ ଇନ୍‌ ବୁକ୍ସର ନିର୍ଦ୍ଦେଶକ ଶୁଭ୍ରାଂଶୁ ପଣ୍ଡା ଗଣମାଧ୍ୟମକୁ ଜଣାଇଛନ୍ତି।

- Advertisement -

ଓଡ଼ିଆ ଭାଷାରେ ଗଳ୍ପ ପାଣ୍ଡୁଲିପି ‘ବଇନା ଓ ବାଣୀବିହାର’ ପାଇଁ ପ୍ରିୟରଂଜନ ପଟ୍ଟନାୟକ, କବିତା ପାଣ୍ଡୁଲିପି ‘ଟୋପାଏ ସମୁଦ୍ର’ ପାଇଁ ହିମାଂଶୁ ଶେଖର ମିଶ୍ର, ଗଳ୍ପ ପାଣ୍ଡୁଲିପି ‘କରୋନା କାହାଣୀ’ ପାଇଁ ରୁଦ୍ରରଂଜନ ଶେଜପଡ଼ା, କବିତା ପାଣ୍ଡୁଲିପି ‘ଅଶ୍ରୁ ଅଭିସାର’ ପାଇଁ ଦୀପକ କୁମାର ସ୍ବାଇଁ, କବିତା ପାଣ୍ଡୁଲିପି ‘ଜୀବନ ସହ ସନ୍ଧି’ ପାଇଁ ପ୍ରୀତିସୀମା ସ୍ବାଇଁ ଓ କବିତା ପାଣ୍ଡୁଲିପି ‘କରୋନା ଓ ଅନ୍ୟାନ୍ୟ କବିତା’ ପାଇଁ ଦିନେଶ ଜେନା ପେନ୍‌ ଇନ୍‌ ବୁକ୍ସ ଯୁବ ଲେଖକ ପୁରସ୍କାର ୨୦୨୦ ପାଇଁ ଯୋଗ୍ୟ ବିବେଚିତ ହୋଇଛନ୍ତି।

ଅନୁରୂପ ଭାବେ ହିନ୍ଦୀ କବିତା ପାଣ୍ଡୁଲିପି ‘ଗୁଲାବୀ କାନ୍‌ଭାସ୍’ ପାଇଁ ତୁଳିକା ବିବିଧରଂଗ ଓ ‘ଜିନ୍ଦଗୀ ଜୈଶେ କୋଇ ସମୁନ୍ଦର’ ପାଇଁ ନିଧି ଗର୍ଗ ପେନ୍‌ ଇନ୍‌ ବୁକ୍ସ ଯୁବ ଲେଖକ ପୁରସ୍କାର ୨୦୨୦ ପାଇଁ ମନୋନୀତ ହୋଇଥିବା ବେଳେ ଇଂରାଜୀ କବିତା ପାଣ୍ଡୁଲିପି ‘ଏଣ୍ଟ୍ରୋପୀ ଅଫ୍‌ ଥଟ୍‌ସ’ ପାଇଁ ମିୟୋଗ ରଂଜନ ପାତ୍ର ଓ ‘ଏ ପଟ୍‌ପୁରି ଅଫ୍‌ ପୋଏମ୍ସ’ ପାଇଁ ଅଙ୍କିତା ସାହୁ ଏହି ପୁରସ୍କାର ଗ୍ରହଣ କରିବେ।

ପୁରସ୍କାର ପାଇଁ ଯୋଗ୍ୟ ବିବେଚିତ ସମସ୍ତ ଯୁବପ୍ରତିଭାଙ୍କୁ ଶୁଭେଚ୍ଛା ଜଣାଇ ଶ୍ରୀ ପଣ୍ଡା କହିଛନ୍ତି ଯେ ନୂଆ ପିଢ଼ିର ଲେଖକଙ୍କୁ ଉତ୍ସାହିତ କରିବା ସାଙ୍ଗକୁ ବୃହତ୍ତର ପାଠକ ଗୋଷ୍ଠୀ ସହ ପରିଚିତ କରାଇବା ଲକ୍ଷ୍ୟରେ ୨୦୧୭ ମସିହା ଠାରୁ ପେନ୍‌ ଇନ୍‌ ବୁକ୍ସ ଏହି ଯୁବ ଲେଖକ ପୁରସ୍କାର ପ୍ରଦାନ କରି ଆସୁଛି। ୨୦୨୦ ମସିହା ପାଇଁ ଆବେଦନକାରୀ ଯୁବଲେଖକଙ୍କ ଠାରୁ ମୋଟ ୮୨ଟି ପାଣ୍ଡୁଲିପି ଆସିଥିବା ବେଳେ ବିଚାରକମଣ୍ଡଳୀ ଦ୍ବାରା ଉପରୋକ୍ତ ୧୦ଟି ପାଣ୍ଡୁଲିପି ଯୋଗ୍ୟ ବିବେଚିତ ହୋଇଛି। ଚଳିତ ମାସରେ ଏକ ସ୍ବତନ୍ତ୍ର ଉତ୍ସବରେ ଏହି ପୁରସ୍କାର ପ୍ରଦାନ କରାଯିବ। ପୁରସ୍କାର ଉତ୍ସବ ପରେ ସେମାନଙ୍କ ପାଣ୍ଡୁଲିପିଗୁଡ଼ିକ ପେନ୍‌ ଇନ୍‌ ବୁକ୍ସ ପକ୍ଷରୁ ପୁସ୍ତକ ଆକାରରେ ପ୍ରକାଶ ପାଇବ ବୋଲି ଶ୍ରୀ ପଣ୍ଡା ସୂଚନା ଦେଇଛନ୍ତି

Hot this week

କ୍ଷମା ମାଗିଲେ ମମତା

ସମାଜ ଲାଇଭ ଡ଼େସ୍କ : ମେସିଙ୍କ ଗସ୍ତ ପରେ କଲକାତା ସଲ୍ଟ...

ଆଜି ଭୁବନେଶ୍ୱର ଆସୁଛନ୍ତି ଅକ୍ଷୟ କୁମାର

ଭୁବନେଶ୍ୱର :ବଲିଉଡର ଖିଲାଡୀ ଷ୍ଟାର ଅକ୍ଷୟ କୁମାର ଆଜି ଓଡ଼ିଶା ଆସୁଛନ୍ତି...

କିସ୍‌ରେ କେମିତି ହେଲା ଛାତ୍ର ଙ୍କ ମୃତ୍ୟୁ ? ସାଂଘାତିକ ଅଭିଯୋଗ ଆଣିଲେ ପରିବାର…

କେନ୍ଦୁଝର: ଭୁବନେଶ୍ଵର କିସ୍‌ରେ ଆଦିବାସୀ ଛାତ୍ରର ମୃତ୍ୟୁ ନେଇ କେନ୍ଦୁଝର ଜିଲାପାଳଙ୍କ...

ମହାନଦୀକୁ ହତ୍ୟା ଷଡ଼ଯନ୍ତ୍ର ଚାଲିଛି- ପ୍ରସନ୍ନ

ଭୁବନେଶ୍ୱର: ମହାନଦୀ ପ୍ରସଙ୍ଗର ବିରୋଧୀଦଳ ଉପନେତା ପ୍ରସନ୍ନ ଆଚାର୍ଯ୍ୟଙ୍କ ବଡ ବୟାନ...

ବିଜେପିରେ ଦିଲ୍ଲୀରୁ ହୁଏ ନିଷ୍ପତ୍ତି; ମୋ ସହିତ ଆଦୌ ପରାମର୍ଶ କରାଯାଏନାହିଁ

ସମାଜ ଡିଜିଟାଲ ଡେସ୍କ: ପଞ୍ଜାବରେ ବିଜେପି ରାଜନୀତି ସରଗରମ । ପୂର୍ବତନ...

Related Articles

Popular Categories