www.samajalive.in
Monday, December 15, 2025
27.1 C
Bhubaneswar

ଟୋକନ ଥାଇ ଧାନ ବିକି ପାରୁନି ଚାଷୀ, ଅନ୍ନଦାତାଙ୍କ ସହ ଖେଳ ଖେଳୁଛି ବିଭାଗ

ଜୟପୁର: ମଣ୍ଡି ବ୍ୟବସ୍ଥା ଉପରୁ ଚାଷୀଙ୍କ ଭରଷା ତୁଟିବାରେ ଲାଗିଛି। ଚାଷୀ ନାମ ପଞ୍ଜିକରଣ କରି ଟୋକନ ପାଇଥିଲେ ହେଁ ଧାନ ବିକ୍ରି କରିପାରୁ ନ ଥିବା ଅଭିଯୋଗ ହୋଇଛି। ଏପରି ଚିତ୍ର କୋରାପୁଟ ଜିଲା ଜୟପୁର ବ୍ଲକ କୁମୁଲିପୁଟ ମଣ୍ଡିରେ ଦେଖିବାକୁ ମିଳିଛି। ଚାଷୀ ଧାନ ବିକ୍ରି କରିପାରୁ ନ ଥିବାରୁ ଆଗାମୀ ଦିନରେ ମଣ୍ଡି ଅଚଳ କରିବାକୁ କିଛି ଚାଷୀ ନିଷ୍ପତ୍ତି ନେଇଛନ୍ତି। ଚଳିତ ବର୍ଷ ଖରିଫ ଧାନ ବିକ୍ରି କରିବାକୁ ନିଜ ଅଞ୍ଚଳର କ୍ରୟକରୀ ସଂସ୍ଥା ନିକଟରେ ଚାଷୀ ନାମ ପଞ୍ଜିକରଣ କରିଥିଲେ। ମଣ୍ଡି ଖୋଲିଲା। ଚାଷୀଙ୍କ ନାମରେ ଟୋକନ ଆସିଛି। ଚାଷୀ ଲ୍ୟାମ୍ପ୍ସରେ ଏବେ ଉତ୍ପାଦିତ ଧାନ ବିକ୍ରି କରି ପାରୁନି। ଏହାର ମୁଖ୍ୟ କାରଣ ହେଲା ଚାଷୀଙ୍କ ନାମ ଲ୍ୟାମ୍ପରେ ପଞ୍ଜିକୃତ କରିବା ସମୟରେ ତାର ଜମିର ଆଧାର କାର୍ଡ, ବ୍ୟାଙ୍କ ପାସବୁକ ଜେରକ୍ସ, ଜିମିର ପଟ୍ଟା ଓ ପାନୁ ବାନ୍ଧିବା ରସିଦ, ଭାଗ ଚାଷୀଙ୍କ ସହମତି ପତ୍ର କମ୍ପ୍ୟୁଟରରେ ଅପଲୋଡ କରାଯାଇ ନ ଥିବା ଅଭିଯୋଗ ହୋଇଛି। ଏକର ଜମିର ଦସ୍ତାବିଜରୁ ମାତ୍ର ଗୋଟିଏ ଏକର କାଗଜପତ୍ର ପଞ୍ଜିକୃତ ସମୟରେ ଅପଲୋଡ ହୋଇଥିବା କିଛି ଚାଷୀନେତା ଅଭିଯୋଗ କରିଛନ୍ତି। ଲ୍ୟାମ୍ପ୍ସର ଏପରି ତ୍ରୁଟି ପାଇଁ ଚାଷୀ ହନ୍ତସନ୍ତ ହେଉଛନ୍ତି। ସେମାନଙ୍କ ନାମରେ ଟୋକନ ଆସିଛି। ତାଙ୍କ ଜମିର ଖାତା ନମ୍ବର ଓ ପ୍ଳଟ ନମ୍ବର ଅପଲୋଡ ହୋଇନି ବୋଲି ଚାଷୀ ଅଭିଯୋଗ କରୁଛନ୍ତି। ଲ୍ୟାମ୍ପ୍ସର ତ୍ରୁଟି ଥିବା ଜଣାପଡିବା ପରେ ୧୭୦ରୁ ଊର୍ଦ୍ଧ୍ବ ଚାଷୀ ସେମାନଙ୍କ ଅଭିଯୋଗ ନେଇ ଆପତ୍ତି ପତ୍ରରେ ପ୍ରଶାସନିକ ଅଧିକାରୀଙ୍କ ନିକଟରେ ଦାଖଲ କରିସାରିଛନ୍ତି। ସେମାନଙ୍କ ସମସ୍ୟାର ସମାଧାନ ହୋଇ ପାରୁନି। କେହି ଶୁଣୁ ନ ଥିବାରୁ ସେମାନେ ଜିଲାପାଳଙ୍କୁ ମଧ୍ୟ ସ୍ପିଡ ପୋଷ୍ଟ ମାଧ୍ୟମରେ ଅଭିଯୋଗ ଜଣାଯାଇଥିବା ଚାଷୀ ନେତା କହିଛନ୍ତି।

 

- Advertisement -

କୁମୁଲିପୁଟ ଲ୍ୟାମ୍ପ୍ସ ଅଧୀନ ଆମ୍ବାଗୁଡା, କଙ୍ଗା, କୁମୁଲିପୁଟ ପଞ୍ଚାୟତର ଶତାଧିକ ଚାଷୀଙ୍କ କ୍ଷେତ୍ରରେ ଲ୍ୟାମ୍ପ୍ସ ପଞ୍ଜିକୃତ କରିବା ବେଳେ ଭୂଲ କରିଛି ବୋଲି ଚାଷୀ ଅଭିଯୋଗ ଆଣିଛନ୍ତି। ଧାନ ବିକ୍ରି ନ ହେଲେ ଆସନ୍ତା ବୁଧୁବାର ହେବାକୁ ଥିବା କୁମୁଲିପୁଟ ମାଣ୍ଡିକୁ ଅଚଳ କରିବାକୁ ଚାଷୀ ଆଜି ଯୋଗାଣ ବିଭାଗ ଅଧିକାରୀଙ୍କ କାର୍ୟ୍ୟାଳୟକୁ ଆସି ଘେରିଛନ୍ତି। ବାରମ୍ବାର ଲିଖିତ ଅଭିଯୋଗ ପରେ ଚାଷୀଙ୍କ ପଞ୍ଜିକୃତ ସମସ୍ୟା କୁମୁଲିପୁଟ ଲ୍ୟମ୍ପ୍ସ ସଂଶୋଧନ କରୁନି। ଅପରପକ୍ଷରେ ଚାଷୀ ଲ୍ୟାମ୍ପ୍ସକୁ ଗଲେ ଡିଆରସିଏସ ଓ ଯୋଗାଣ ବିଭାଗର ନିକଟକୁ ଯିବାକୁ ଏମଡି କହୁଛନ୍ତି। ଚାଷୀ ବର୍ଷସାରା କଷ୍ଟ ପଡିବ। ଧାନ ବିକିବା ବେଳେ ସରକାରୀ ବାବୁଙ୍କ ଭୂଲ ପାଇଁ ଚାଷୀ ହଇରାଣ ହେଉଛନ୍ତି ବୋଲି ଚାଷୀ ରାଜ କିଶୋର ରଥ କହିଛନ୍ତି। ଜୟପୁରସ୍ଥିତ ଯୋଗାଣ ବିଭାଗ କାର୍ୟ୍ୟାଳୟ ସମ୍ମୁଖରେ ଆସନ୍ତା ବୁଧୁବାର କୁମୁଲିପୁଟ ମଣ୍ଡି ଅଚଳ ପାଇଁ ଚାଷୀ ବିକ୍ଷୋଭ କରିବାକୁ ନିଷ୍ପତ୍ତି ହୋଇଥିବା ଚାଷୀ ନେତା ପ୍ରଦୀପ୍ତ କୁମାର ସୂଚନା ଦେଇଛନ୍ତି। ଚାଷୀଙ୍କ ଆନ୍ଦୋଳନର ଧମକ ସମ୍ପର୍କରେ କୁମୁଲିପୁଟ ଲ୍ୟାମ୍ପ୍ସ ଏମଡି ମାନସୀ ପରିଛାଙ୍କୁ ଯୋଗାଯୋଗ ପାଇଁ ଚେଷ୍ଟା କରାଯାଇଥିଲେ ହେଁ ତାଙ୍କ ମୋବାଇଲ ସୁଇଚଅଫ ଥିବାରୁ ମତାମତ ମିଳିପାରିନି। ଚାଷୀଙ୍କ ସମସ୍ୟା ସମାଧନ ସମ୍ପର୍କରେ ଜାଣିବା ପରେ ଲ୍ୟାମ୍ପ୍ସ ଏମଡିଙ୍କ ସହ ଯୋଗାଯୋଗ ଚେଷ୍ଟା କରା ଯାଉଥିବାର ଏଆରସିଏସ ସୂଚନା ଦେଇଛନ୍ତି। ଅତିଶୀଘ୍ର ସମସ୍ୟାର ସମାଧନ କରିବାକୁ ଚେଷ୍ଟ ଚାଲିଛି ବୋଲି ଏଆରସିଏସ ଅଶୋକ ମିଶ୍ର ସୂଚନା ଦେଇଛନ୍ତି। ଆଜି ଜିଲା ଯୋଗାଣ ବିଭାଗ କାର୍ୟ୍ୟାଳୟକୁ ଲବ ଅମାନାତ୍ୟ, ତୁଳାରାମ ହରିଜନ, ସୁବାସ ମିର୍ଧା, ରିଙ୍କୁ କୁମ୍ଭାର, ଏ ଶେଶା ଗିରୀ, ମହେଶ୍ୱର ଗାଦଗା, ରାମ ଗୌଡ, ତିଳତମା ଗୌଡ, କ୍ଷେତ୍ରମହୋନ ନାୟକ, ପୂର୍ଣ୍ଣଚନ୍ଦ୍ର ଗୌଡ, ମହେଶ୍ୱର ପଟ୍ଟନାୟକ, ଲକ୍ଷ୍ମଣ ଭତ୍ରା, ସୁଜିତ ମଣ୍ଡଳ ପ୍ରମୁଖ ଆସିଥିଲେ।

Hot this week

ଫୁଙ୍କନଳୀରେ ପିଟି ପ୍ରେମିକାଙ୍କୁ ହତ୍ୟା

ନୟାଗଡ଼: ନୟାଗଡ଼ ଜିଲା ଶରଣକୁଳ ଥାନା ସାବିଦେଇପୁର ଅଞ୍ଚଳରେ ଏକ ଅଭାବନୀୟ...

ଦନ୍ତା ହାତୀର ମୃତ୍ୟୁ

ଅନୁଗୋଳ: ଅନୁଗୋଳ ବନଖଣ୍ଡ ଅନ୍ତର୍ଗତ ପୋକୁଣ୍ଡା ସେକ୍ସନ୍ ମାଣିକଯୋଡ଼ି ପଞ୍ଚାୟତ ବାଲିଆପଶିଠାରେ...

ରାଜ୍ୟପାଳଙ୍କ ଏଡିସି ଭାବେ ନିଯୁକ୍ତ ହେଲେ ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ

ଭୁବନେଶ୍ୱର: ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ ସୋମବାର ଦିନ ଓଡ଼ିଶା...

କୁହୁଡ଼ି ପାଇଁ ମୋଦୀଙ୍କ ବିମାନ ବିଳମ୍ବ

ସମାଜ ଲାଇଭ ଡ଼େସ୍କ : ଘନ କୁହୁଡ଼ି ଜାତୀୟ ଦିଲ୍ଲୀକୁ ଘେରି...

ମେସିଙ୍କ ବିମାନ ବିଳମ୍ବ

ସମାଜ ଲାଇଭ ଡ଼େସ୍କ : ଦିଲ୍ଲୀରେ ପ୍ରବଳ ମାତ୍ରାରେ ପ୍ରଦୂଷଣ ଯୋଗୁଁ...

Related Articles

Popular Categories