www.samajalive.in
Monday, December 8, 2025
16.1 C
Bhubaneswar

ଆସ ବୁଲିଯିବା ଦାରିଙ୍ଗିବାଡି ………

ଆରମ୍ଭ ହେଲାଣି ପର୍ଯ୍ୟଟନ ଋତୁ। ମାତ୍ର ବର୍ତ୍ତମାନ କରୋନା ମହାମାରୀ ସମ୍ପୂର୍ଣ୍ଣଭାବେ ଏହାର ବିପଦ ଟଳି ନଥିବାରୁ କୋଭିଡ଼ ନିୟମ ଅନୁଯାୟୀ ନିର୍ଦ୍ଦିଷ୍ଟ ପର୍ଯ୍ୟଟନସ୍ଥଳୀ ଗୁଡ଼ିକୁ ଖୋଲାଯାଇଛି। ଏହାସହ ଏହି ସମସ୍ତ ସ୍ଥାନକୁ ଭ୍ରମଣ ପାଇଁ ଯିବା ପୂର୍ବରୁ ଲାଗୁ ହୋଇଥିବା କୋଭିଡ ନିୟମ ମଧ୍ୟ ପାଳନ କରିବା ବାଧ୍ୟତାମୂଳକ କରାଯାଇଛି। ତେବେ ପର୍ଯ୍ୟଟସ୍ଥଳୀକୁ ନେଇ ଆଲୋଚନା କରାଗଲା ମନକୁ ବିମୋହିତ କରୁଥିବା, ଶାନ୍ତି ପ୍ରଦାନ ସହ ସ୍ୱତନ୍ତ୍ର ମଜା ଉଠାଇବା , ତା’ସାଙ୍ଗକୁ ଭୋଜି ଭିନ୍ନ ଭିନ୍ନ ସ୍ଥାନର ଅନୁଭୂତି ସ୍ୱତନ୍ତ୍ର। ତେଣୁ ଆସନ୍ତୁ ସ୍ୱର୍ଗ ରୂପ ସୁନ୍ଦର ଓଡ଼ିଶାର କାଶ୍ମୀର ଭାବେ ପରିଚିତ ଥିବା ଦାରିଙ୍ଗିବାଡି ବିଷୟରେ ଜାଣିବା। ଯାହା ନିଜର ସୌନ୍ଦର୍ଯ୍ୟ କାରଣରୁ ଜନମୁଖ ଓ ପ୍ରକୃତରେ ସାଜିଛି ସ୍ୱର୍ଗ।
ଓଡ଼ିଶାର କାଶ୍ମୀର ଦାରିଙ୍ଗିବାଡି……….
ଓଡ଼ିଶାର ଦାରିଙ୍ଗବାଡ଼ି କାଶ୍ମୀର ଠାରୁ କିଛି କମ ନୁହେଁ ବୋଲି ବହୁ ଲୋକଙ୍କ ଧାରଣା। ଏହା କାଶ୍ମୀର ଠାରୁ ଛୋଟ ମାତ୍ର ଖୁବ ସୌନ୍ଦର୍ୟ୍ୟମୟ ସ୍ଥାନ। ଏହା ଏଠାକୁ ଲୋକେ ଶୀତ ଦିନେ ଓ ଖରାଦିନେ ମଧ୍ୟ ବୁଲିବାକୁ ଆସିଥାଆନ୍ତି। ଅଧିକାଂଶ ପର୍ୟ୍ୟଟକ ଶୀତ ଦିନେ ଏଠାକୁ ଆସିବାକୁ ଅଧିକ ପସନ୍ଦ କରିଥାଆନ୍ତି।
ପାହାଡ଼ରେ ନିକଟରେ ଦେବଦାରୁ ବୃକ୍ଷ, ଅତିସୁନ୍ଦର ପ୍ରାକୃତିକ ଦୃଶ୍ୟ, ପର୍ବତ, ଝରଣା ଆଦି ମନ ମୋହିଥାଏ। ପର୍ୟ୍ୟଟକଙ୍କୁ ଏହା ଖୁବ ପସନ୍ଦ ଆସିଥାଏ।
କନ୍ଧମାଳ ଜିଲାର ଦାରିଙ୍ଗବାଡ଼ି ଏଠାକାର ଶୈଳ ନିବାସ (ହିଲ୍‍ ଷ୍ଟେସନ) ପର୍ୟ୍ୟଟକଙ୍କୁ ଖୁବ ଆକୃଷ୍ଟ କରିଥାଏ।
ଇଂରେଜ ଶାସନ ସମୟରେ ଏକ ଇଂରେଜ ଅଫିସର ଏଠାରେ ନିଯୁକ୍ତି ପାଇଥିଲେ। ତାଙ୍କ ନାମ ଦାରିଙ୍ଗ୍‍ ସାହେବ ଥିଲା। କାଳକ୍ରମେ ତାଙ୍କ ନାମ ଅନୁଯାୟୀ ଏଠାକାର ନାମ ଦାରିଙ୍ଗ୍‍ବାଡ଼ି ହୋଇଥିବା କୁହାଯାଏ।
ଶୀତ ଦିନେ ଦାରିଙ୍ଗବାଡ଼ିର ତାପମାତ୍ରା ଶୂନ ଡିଗ୍ରୀ ସେଲସିୟସକୁ ଖସି ଆସିବାରୁ ବରଫପାତ ହୁଏ। ହଳଦୀ ଓ ଅଦା ଚାଷ ଯୋଗୁ ଦେଶବିଦେଶରେ ଏହି ଅଞ୍ଚଳରେ ଏକ ସ୍ୱତନ୍ତ୍ର ପରିଚୟ ହୋଇଛି। ପ୍ରକୃତି ନିଜର ସମସ୍ତ ସୌନ୍ଦର୍ୟ୍ୟ ଏଠାରେ ଅର୍ପଣ କରିଥିବା ପର୍ୟ୍ୟଟକମାନେ ମତ ଦିଅନ୍ତି।
ତେଣୁ ଦାରିଙ୍ଗବାଡ଼ିକୁ ଓଡ଼ିଶା କାଶ୍ମୀର ମଧ୍ୟ କୁହାଯାଏ। ବର୍ଷର ସବୁଦିନ ଏଠାରେ ପର୍ୟ୍ୟଟକଙ୍କ ଭିଡ଼ ଜମୁଥିବା ବେଳେ ଶୀତଋତୁରେ ପର୍ୟ୍ୟଟକଙ୍କ ସଂଖ୍ୟା ବୃଦ୍ଧି ପାଏ।
ଏହି ସ୍ଥାନ ବ୍ରହ୍ମପୁର ଷ୍ଟେସନରୁ ପ୍ରାୟ ୧୨୦ କିଲୋମିଟର ଦୂରରେ ଅବସ୍ଥିତ। ସେଠାରୁ ବସ୍‍ କିମ୍ବା ଗାଡ଼ି କରି ଦାରିଙ୍ଗବାଡ଼ି ଯିବାକୁ ପଡ଼ିବ। ଫୁଲବାଣୀ ଓ ବାଲିଗୁଡ଼ାରୁ ମଧ୍ୟ ନିଜେ ଗାଡ଼ି କରି ଯାଇପାରିବେ।
ନିଜର ଅପରୂପ ସୌନ୍ଦର୍ୟ୍ୟ ହେତୁ ଏହାର ଏପରି ନାମକରଣ ହୋଇଛି। ଶୀତଦିନେ ଏଠାରେ ଖୁବ ଥଣ୍ଡା ଅନୁଭୂତ ହୋଇଥାଏ।  ଏଠାରେ ବରଫ ପାତ ଦେଖିବାକୁ ମିଳିଥାଏ। ଏହି ମନୋରମ ଦୃଶ୍ୟ ବାସ୍ତବିକ ଦେଖିବା ଯୋଗ୍ୟ ଅଟେ। ଦାରିଙ୍ଗବାଡ଼ିର କଫି ବଗିଚା, ଗୋଲମରିଚ, ହଳଦୀ ବଗିଚା, ଝାଉଁ ବଣ ଓ ସୁନ୍ଦର ପାହାଡ଼ ମନମୁଗ୍ଧକର ଅଟେ। ପାହାଡ଼ ସହ ଏଠାରେ ଝରଣା ମଧ୍ୟ ଦେଖିପାରିବେ ଓ ଏହାର ମଜା ନେଇପାରିବେ। ପର୍ୟ୍ୟଟନ ଋତୁର ଆରମ୍ଭରେ ଏଠାରେ ବେଶ ଜନସମାଗମ ହୋଇଥାଏ। ଲୋକେ ପ୍ରକୃତିର ମନୋରମ ଦୃଶ୍ୟକୁ ଉପଭୋଗ କରିବା ସହ ବଣଭୋଜିର ମଜା ନେଇଥାଆନ୍ତି।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories