www.samajalive.in
Saturday, December 6, 2025
17.1 C
Bhubaneswar

ମାଡ୍ରାସ ଆଇଆଇଟିରେ ୧୦୦ରୁ ଅଧିକ କରୋନା ପଜିଟିଭ୍‌, ବନ୍ଦ ହେଲା ଅନୁଷ୍ଠାନ

ଆଇଆଇଟି ମାଡ୍ରାସରେ ୧୦୦ରୁ ଅଧିକ ଛାତ୍ର ଏବଂ କର୍ମଚାରୀ କରୋନା ଭୂତାଣୁରେ ସଂକ୍ରମିତ ହୋଇଛନ୍ତି। ଏହାପରେ ଅନୁଷ୍ଠାନକୁ ବନ୍ଦ କରିଦିଆଯାଇଛି। ସଂକ୍ରମିତଙ୍କ ମଧ୍ୟରେ ମୋଟ ୧୦୪ ଛାତ୍ର ଓ ଅନ୍ୟ କର୍ମଚାରୀ ମଧ୍ୟ ରହିଛନ୍ତି। ସମସ୍ତଙ୍କୁ ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ବୋଲି ତାମିଲନାଡୁ ସ୍ବାସ୍ଥ୍ୟ ସଚିବ ରାଧାକୃଷ୍ଣନ କହିଛନ୍ତି।

ସ୍ବାସ୍ଥ୍ୟ ସଚିବ କହିଛନ୍ତି, ଅନୁଷ୍ଠାନର ୪୪୪ ନମୁନା ପରୀକ୍ଷା କରାଯାଇଥିଲା। ସେଥିରୁ ୧୦୪ ପଜିଟିଭ୍‌ ପାଇଛନ୍ତି। ଗତ ୧ ତାରିଖରୁ ୧୨ ତାରିଖ ମଧ୍ୟରେ ଅନୁଷ୍ଠାନରେ ସଂକ୍ରମିତ ସଂଖ୍ୟାରେ ବୃଦ୍ଧି ଘଟିଛି। ମୁଖ୍ୟମନ୍ତ୍ରୀ କେ. ପଲାନିସ୍ବାମୀଙ୍କ ନିର୍ଦେଶକ୍ରମେ ସମସ୍ତ ଆକ୍ରାନ୍ତଙ୍କୁ କିଙ୍ଗ୍‌ସ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ପ୍ରିଭେଣ୍ଟିଭ୍‌ ମେଡିସିନ ଆଣ୍ଡ ରିସର୍ଚ୍ଚରେ ଚିକିତ୍ସା କରାଯାଉଛି। ସମସ୍ତଙ୍କ ଅବସ୍ଥା ସ୍ଥିର ରହିଛି।

- Advertisement -

ଅନୁଷ୍ଠାନର ଜଣେ ମୁଖପାତ୍ର କହିଛନ୍ତି, ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଉଥିବାରୁ ସମସ୍ତ ବିଭାଗ ଏବଂ ପରୀକ୍ଷାଗାରକୁ ବନ୍ଦ କରିଦିଆଯାଇଛି। ସମସ୍ତ କ୍ଲାସ୍‌ ଅନ୍‌ଲାଇନରେ ଚାଲିଛି। ୭୦୦ ଛାତ୍ର ହଷ୍ଟେଲରେ ରହୁଛନ୍ତି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories