www.samajalive.in
Wednesday, December 10, 2025
16.1 C
Bhubaneswar

୧୨ ବର୍ଷ ହେଲା ଖତ ଖାଉଛି ଲକ୍ଷାଧିକ ଟଙ୍କାର କେନ୍ଦୁପତ୍ର ଗୋଦାମ ଓ ରେଞ୍ଜ ଅଫିସ

ରେଙ୍ଗାଲି: ସରାକରୀ ସମ୍ପତ୍ତି ନଷ୍ଟ ହେଉଥିବାର ଦେଖିଲେ ଲୋକେ କଟୁକ୍ତି କରି କହନ୍ତି ସରକାର କା ମାଲ୍‍ ଦରିଆ ମେ ଡାଲ୍‍। ଏହି ଉକ୍ତିର ଏକ ଜ୍ୱଳନ୍ତ ଉଦାହରଣ ହେଉଛି ରେଙ୍ଗାଲିରେ ଥିବା କେନ୍ଦୁପତ୍ର ଗୋଦାମ ଏବଂ ରେଞ୍ଜ କାର୍ଯ୍ୟାଳୟ। ଲକ୍ଷାଧିକ ଟଙ୍କା ବ୍ୟୟରେ ନିର୍ମିତ ହୋଇଥିବା ଗୋଦାମ, ରେଞ୍ଜ ଅଫିସ, କର୍ମଚାରୀ ମାନଙ୍କ କ୍ୱାର୍ଟର ଜରାଜିର୍ଣ୍ଣ ଅବସ୍ଥାରେ ପଡ଼ି ଅରମା ଜଙ୍ଗଳ ପାଳଟିଛି। ଖତ ଖାଉଥିବା ଏହି ସରାକାରୀ କୋଠାବାଡିକୁ କଲ୍ୟାଣ ମଣ୍ଡପ କିମ୍ବା ଟାଉନ୍‍ ହଲ୍‍ ରୂପେ ବ୍ୟବହାର କରିବାକୁ ସରକାର ଅନୁମତି ଦେଲେ ରେଙ୍ଗାଲି ବାସୀଙ୍କ ଦୀର୍ଘ ଦିନର ଦାବି ପୂରଣ ହେବା ସହିତ ଧ୍ୱଂସାଭିମୁଖୀ ହେବାକୁ ଥିବା ସରକାରୀ ସମ୍ପତ୍ତିର ସୁରକ୍ଷା ହୋଇ ପାରନ୍ତା ବୋଲି ସ୍ଥାନୀୟ ଲୋକେ ମତପ୍ରକାଶ କରୁଛନ୍ତି।

ସୂଚନା ଅନୁଯାୟୀ, ଦୁଇଟି କେନ୍ଦୁପତ୍ର ଗୋଦାମ ଘର ଭାଙ୍ଗି ମାଟିରେ ମିଶିଗଲାଣି। ବାକିଥିବା ଘର ଗୁଡିକ ଆଉ କିଛି ବର୍ଷ ପରେ ଲକ୍ଷାଧିକ ଟଙ୍କାର ସମ୍ପତ୍ତି ମାଟି ରେ ମିଶିଯିବାର ଆଶଙ୍କା ଦେଖାଦେଇଛି। ସରକାରଙ୍କ ତୃଟିପୂର୍ଣ ନୀତି ଯୋଗୁଁ ୨୦୦୪ ମସିହାରେ ରେଙ୍ଗାଲି କେନ୍ଦୁପତ୍ର ରେଞ୍ଜକୁ ବନ୍ଦ କରି ଦିଆଗଲା। ଫଳରେ ଏଠାରେ ଥିବା ରେଞ୍ଜ ଅଫିସ, ରେଞ୍ଜର, ଫରେଷ୍ଟର ଏବଂ ଫରେଷ୍ଟ ଗାର୍ଡ ମାନଙ୍କର କ୍ୱାର୍ଟର ଓ ଦୁଇଟି କେନ୍ଦୁପତ୍ର ଗୋଦାମ ଗୃହ ଗତ ୧୩ ବର୍ଷ ହେଲା ପରିତ୍ୟକ୍ତ ଅବସ୍ଥାରେ ପଡ଼ିରହିଛି। କୌଣସି ପ୍ରକାର ରକ୍ଷଣା ବେକ୍ଷଣ କରାଯାଉ ନ ଥିବା ତଥା କୌଣସି କର୍ମଚାରୀଙ୍କ ଏହାର ଦାୟିତ୍ୱ ଦିଅଯାଇ ନ ଥିବାରୁ ସବୁ ଘର ଗୁଡିକ ଜରାଜିର୍ଣ୍ଣ ହୋଇ ପଡିଛି, ଆଉ କିଛି ବର୍ଷ ପରେ ମାଟିରେ ମିଶିଯିବାର ଆଶଙ୍କା ଦେଖାଦେଇଛି। ୧୨ ବର୍ଷ ହେଲା ସମ୍ପୂର୍ଣ୍ଣ ପରିତ୍ୟକ୍ତ ଅବସ୍ଥାରେ ପଡ଼ିଥିବା ଏହି କେନ୍ଦୁପ୍ତର କାର୍ଯ୍ୟାଳୟ ଅସାମାଜିକ ତତ୍ତ୍ୱମାନଙ୍କ ନିରାପଦ ଆଡ୍ଡା ସ୍ଥଳି ପାଳଟିଛି। କେନ୍ଦୁପତ୍ର ବିଭାଗ ଅଧିନରେ ଥିବା ଏହି ଘର ଗୁଡିକ ବନ ବିଭାଗ (ଟେରିଟୋରିଆଲ୍‍)କୁ ୨୦୦୭ ମସିହାରୁ ହସ୍ତାନ୍ତର କରାଯାଇଛି ବୋଲି କୁହାଯାଉଛି। କିନ୍ତୁ କ୍ଷୋଭର ବିଷୟ ଯେ, ବନବିଭାଗ ମଧ୍ୟ ଏହାର ରକ୍ଷଣା ବେକ୍ଷଣ କରୁନାହିଁ। ରେଞ୍ଜରେ ମିଶାଇ ଦେବା ସମୟରେ ରେଙ୍ଗାଲି ରେଞ୍ଜ ଦାୟିତ୍ୱରେ ଥିବା ରେଞ୍ଜର ଚାର୍ଜ ଝାରସୁଗୁଡା ରେଞ୍ଜରଙ୍କୁ ହସ୍ତାନ୍ତର ନ କରି ଅବସର ନେଇ ଯାଇଥିଲେ। ଫଳର ସ୍ଥାବର ଅସ୍ଥାବର ସମ୍ପତ୍ତି ଏଠାରେ ପଡ଼ି ଖତ ଖାଉଛି। ରେଙ୍ଗାଲିରେ ଟାଉନ୍‍ ହଲ୍‍ ଏବଂ କଲ୍ୟାଣ ମଣ୍ଡପ ନ ଥିବାରୁ ଲୋକେ ବହୁତ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏହି ପରିପ୍ରେକ୍ଷୀରେ ଅକାରଣରେ ଖତ ଖାଉଥିବା କେନ୍ଦୁପତ୍ର ବିଭାଗର ଏହି କୋଠାବାଡି କୁ କଲ୍ୟାଣ ମଣ୍ଡପ କିମ୍ବା ଟାଉନ୍‍ ହଲ୍‍ ରୂପେ ବ୍ୟବହାର ପାଇଁ ବ୍ୟବସ୍ଥା କରାଗଲେ ଅନ୍ତତଃ ଭୁତ କୋଠି ପାଳଟି ଥିବା ଲକ୍ଷାଧିକ ଟଙ୍କାର ସମ୍ପତ୍ତି ରକ୍ଷଣାବେକ୍ଷଣ ହୋଇ ପାରନ୍ତା ବୋଲି ବିଭିନ୍ନ ମହଲରେ ଦାବି ହେଉଛି।

- Advertisement -

ଉଲ୍ଲେଖ ଯୋଗ୍ୟ ଯେ, ୧୯୭୩ ମସିହାରେ ସରକାର କେନ୍ଦୁପତ୍ର ଜାତୀୟ କରଣ କଲା ଦିନ ଠାରୁ ରେଙ୍ଗାଲିରେ କେନ୍ଦୁପତ୍ର ରେଞ୍ଜ ଅଫିସ ଖୋଲା ଯାଇଥିଲା। ଏହା ବ୍ୟତିତ ୭୫୦ ବର୍ଗଫୁଟର ଦୁଇଟି ଫରେଷ୍ଟର କ୍ୱାର୍ଟର ଏବଂ ୪ଶହ ବର୍ଗଫୁର ଷ୍ଟୋର୍‍ ରୁମ୍‍ ମଧ୍ୟ ତିଆରି ହୋଇଥିଲା। ତେବେ ରକ୍ଷଣା ବେକ୍ଷଣ ଅଭାବରୁ ଦୁଇଟି ଗୋଦାମ ଭାଙ୍ଗି ମାଟିରେ ମିଶିଗଲାଣି। ବାକିଥିବା ଗୋଦାମ ଏବଂ କ୍ୱାର୍ଟର ଗୁଡିକ ଜରାଜୀର୍ଣ୍ଣ ଅବସ୍ଥାରେ ଅନାବନା ଗଛ ବୁଦା ଜଙ୍ଗଳରେ ଆଚ୍ଛାଦିତ ହୋଇ ବିଳୁପ୍ତିର ଦ୍ୱାର ଦେଶରେ ଉପନୀତ। ଏଦିଗ ରେ ସ୍ୱତନ୍ତ୍ର ଦୃଷ୍ଟି ଦେଇ କେନ୍ଦୁପତ୍ର ବିଭାଗ ପାଇଁ ନିର୍ମିତ କୋଠାବାଡିର ଉପଯୁକ୍ତ ରକ୍ଷଣାବେକ୍ଷଣ କରାଯିବାକୁ ଦାବି ହେଉଛି।

Hot this week

ଭୋଟ ଚୋରି ଜାତୀୟତା ବିରୋଧୀ କାର୍ଯ୍ୟ: ରାହୁଲ

ନୂଆଦିଲ୍ଲୀ: ନିର୍ବାଚନ ଆୟୋଗଙ୍କ ପକ୍ଷରୁ ଦେଶର ବିଭିନ୍ନ ରାଜ୍ୟରେ ଚାଲିଥିବା ସ୍ବତନ୍ତ୍ର...

ଆଇପିଏଲ୍‌ ନିଲାମ ତାଲିକାରେ ୩୫୦ ଖେଳାଳି

ନୂଆଦିଲ୍ଲୀ: ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ର ୨୦୨୬ ସଂସ୍କରଣ ଲାଗି ମିନି...

ଓଡ଼ିଶା ମାଷ୍ଟର୍ସ ବ୍ୟାଡ୍‌ମିଣ୍ଟନ ଟୁର୍ଣ୍ଣାମେଣ୍ଟ ଆରମ୍ଭ

କଟକ: କଟକର ଜବାହରଲାଲ ନେହେରୁ ଇନ୍‌ଡୋର ଷ୍ଟାଡିୟମ୍‌ରେ ଅନ୍ତର୍ଜାତୀୟ ବ୍ୟାଡ୍‌ମିଣ୍ଟନ ଟୁର୍ଣ୍ଣାମେଣ୍ଟ...

ବୁଧବାର ରାଶିଫଳ: କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ପାଇବେ ଏହି ଦୁଇ ରାଶି

ମେଷ: ଆଜି ଦିନଟି ଆପଣଙ୍କ ପାଇଁ ଅତ୍ୟନ୍ତ ସୁଖଦାୟକ ହେବ। କର୍ମ କ୍ଷେତ୍ରରୁ...

ରାଖେଲଗୁଡ଼ା-ଏମ୍‌ଭି-୨୬ ଗାଁରେ ଉତ୍ତେଜନା ଘଟଣା: ମାଟି ମୁଣ୍ଡ ଲଗାଇ କଲେ ଅନ୍ତିମ ସଂସ୍କାର

ମାଟି ମୁଣ୍ଡ ଲଗାଇ କଲେ ଅନ୍ତିମ ସଂସ୍କାର ମାଲକାନଗିରି/କୋରୁକୋଣ୍ଡା: ମାଲକାନଗିରି ଜିଲା ପୋଟେରୁ...

Related Articles

Popular Categories