www.samajalive.in
Saturday, December 6, 2025
14.1 C
Bhubaneswar

ନାବାଳିକା ଗଣଦୁଷ୍କର୍ମ ମାମଲା; ଓଟିଭିର ୨ କର୍ମଚାରୀଙ୍କ ସମେତ ୪ ଗିରଫ, ପୁଲିସ ବାବୁଙ୍କୁ ମାଫ୍‌ !

ଭୁବନେଶ୍ଵର: ଭୁବନେଶ୍ଵରରେ ଜଣେ ନାବାଳିକାଙ୍କୁ ଗଣଦୁଷ୍କର୍ମ ମାମଲାରେ କ୍ରାଇମବ୍ରାଞ୍ଚ ୪ ଅଭିଯୁକ୍ତଙ୍କୁ ଗିରଫ କରିଛି। ସେମାନଙ୍କ ମଧ୍ୟରେ ଓଟିଭିର ୨ କର୍ମଚାରୀ ଓ ଦୁଇ ଜଣ ସିକ୍ୟୁରିଟି ଗାର୍ଡ ରହିଛନ୍ତି। ଅଭିଯୁକ୍ତ କର୍ମଚାରୀଙ୍କ ମଧ୍ୟରେ ଜଣେ ହେଲେ ଅନିରୁଦ୍ଧ ପଣ୍ଡା ଏବଂ ଅନ୍ୟ ଜଣଙ୍କ ନାମ ଜଣାପଡ଼ିନାହିଁ।

୨ ସିକ୍ୟୁରିଟି ଗାର୍ଡ ହେଲେ କୃଷ୍ଣ ଚନ୍ଦ୍ର ବେହେରା ଓ ବିଜୟ ରାଉତ। ଅନିରୁଦ୍ଧଙ୍କୁ ରବିବାର ବିଳମ୍ବିତ ରାତିରେ କ୍ରାଇମବ୍ରାଞ୍ଚର ଏସଆଇଟି ଗୋପ ଅଞ୍ଚଳରେ ଚଢ଼ାଉ କରି ଗିରଫ କରିଛି। ଆଜି ସେମାନଙ୍କୁ କୋର୍ଟରେ ହାଜର କରାଯାଇପାରେ।

- Advertisement -

ସୂଚନା ଅନୁସାରେ, ଓଟିଭିର ଜଣେ ପୂର୍ବତନ ମହିଳା କର୍ମଚାରୀ ତାଙ୍କ ଝିଅକୁ ଗଣବଳାତ୍କାର କରାଯାଇଥିବା ନେଇ ଇନ୍‌ଫୋସିଟି ଥାନାରେ ଅଭିଯୋଗ କରିଥିଲେ। ପୁଲିସ ନ ଶୁଣିବାରୁ ସେ ଗତ ଅଗଷ୍ଟ ୩୦ରେ ମହିଳା ଥାନାରେ ଅଭିଯୋଗ କରିଥିଲେ। ଜଣେ ପୁଲିସ କର୍ମଚାରୀ, ତାଙ୍କର ୨ ସହଯୋଗୀଙ୍କ ସମେତ ଓଟିଭିର ୨ ଜଣ କର୍ମଚାରୀ ଏବଂ ଦୁଇ ଜଣ ସିକ୍ୟୁରିଟି ଗାର୍ଡ ଘଟଣାରେ ସମ୍ପୃକ୍ତ ଥିବା ସେ ଅଭିଯୋଗରେ ଦର୍ଶାଇଥିଲେ।

ଜଣେ ଅଭିଯୁକ୍ତ ମହିଳାଙ୍କ ପଡ଼ୋଶୀ ହୋଇଥିବାବେଳେ ତାଙ୍କ ଘରେ ଏହି ଘଟଣା ଘଟିଥିବା ମହିଳା ଜଣକ ଏତଲାରେ ଉଲ୍ଲେଖ କରିଥିଲେ। ଘଟଣାର ସମ୍ବେଦନଶୀଳତାକୁ ଦୃଷ୍ଟିରେ ରଖି କ୍ରାଇମବ୍ରାଞ୍ଚକୁ ମାମଲା ପଠାଯାଇଥିଲା। କ୍ରାଇମବ୍ରାଞ୍ଚ ଏହି ଘଟଣାର ତଦନ୍ତ କରୁଛି।

ଅନ୍ୟପଟେ ଏହି ଘଟଣାକୁ ନେଇ ହାଇକୋର୍ଟରେ ମଧ୍ୟ ପିଟିଶନ ଦାୟର ହୋଇଥିଲା। ହାଇକୋର୍ଟ ପୁଲିସ ଡିଜି ଏବଂ କ୍ରାଇମବ୍ରାଞ୍ଚ ଏଡିଜିଙ୍କୁ ହାଜର ହେବାକୁ ନିର୍ଦେଶ ଦେଇଥିଲେ। ଗତ ନଭେମ୍ବର ୧୪ରେ ହାଇକୋର୍ଟ ମାମଲାର ଶୁଣାଣି କରି ଡିସେମ୍ବର ୧୬ ସୁସ୍ଥା ତଦନ୍ତ ରିପୋର୍ଟ ଦାଖଲ କରିବାକୁ କ୍ରାଇମବ୍ରାଞ୍ଚଙ୍କୁ ନିର୍ଦେଶ ଦେଇଥିଲେ। ଏହି ପରିପ୍ରେକ୍ଷୀରେ କ୍ରାଇମବ୍ରାଞ୍ଚ ୪ ଅଭିଯୁକ୍ତଙ୍କୁ ଗିରଫ କରିଛି। ତେବେ ଅଭିଯୁକ୍ତ ପୁଲିସ କର୍ମଚାରୀ ଏବଂ ତାଙ୍କର ୨ ସହଯୋଗୀଙ୍କୁ ଗିରଫ କରାଯାଇ ନାହିଁ।

ଓଟିଭି ପକ୍ଷରୁ କୁହାଯାଇଛି ଯେ, ମାମଲାର ତଦନ୍ତରେ ଓଟିଭିର ସମସ୍ତ  କର୍ମଚାରୀ ସହଯୋଗ କରିଛନ୍ତି। ସଂସ୍ଥାର ଏମ୍‌ଡି ଜଗୀ ମଙ୍ଗତ ପଣ୍ଡା ମହିଳା କମିଶନରେ ହାଜର ହୋଇଛନ୍ତି। କିନ୍ତୁ ପ୍ରମାଣ ନ ଥାଇ ଏହାର କର୍ମଚାରୀଙ୍କୁ ଗିରଫ କରାଯାଇଛି। ନାବାଳିକାଙ୍କ ମା’ ଅଭିଯୋଗରେ ଜଣେ ପୁଲିସ କର୍ମଚାରୀ ଏବଂ ତାଙ୍କର ୨ ସହଯୋଗୀଙ୍କ ନାମ ନେଇଥିଲେ। ସମ୍ପୃକ୍ତ ପୁଲିସ କର୍ମଚାରୀ ୟୁନିଫର୍ମରେ ଥାଇ ନାବାଳିକାଙ୍କୁ ଦୁଷ୍କର୍ମ କରିଥିଲେ ବୋଲି ଅଭିଯୋଗ ହୋଇଥିଲା। କିନ୍ତୁ କ୍ରାଇମବ୍ରାଞ୍ଚ ପକ୍ଷରୁ ସମ୍ପୃକ୍ତ ପୁଲିସ କର୍ମଚାରୀଙ୍କୁ କାହିଁକି ଜେରା କରାଯାଉ ନାହିଁ କି ତାଙ୍କ ନାମ ପ୍ରକାଶ କରାଯାଇ ନାହିଁ ବୋଲି ଓଟିଭି ପକ୍ଷରୁ ପ୍ରଶ୍ନ କରାଯାଇଛି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories