www.samajalive.in
Tuesday, December 9, 2025
26.1 C
Bhubaneswar

ଯଦୁପୁର ଗାଁରୁ ବାହାରିଲା ପରୀ ନ୍ୟାୟ ରଥ

ନୟାଗଡ଼ : ‘ପରୀ’ ହତ୍ୟା ଘଟଣାରେ  ରାଜ୍ୟ ସରକାରଙ୍କ ବିଫଳତାକୁ ଦାୟୀ କରି ପରୀ ପରିବାରକୁ ନ୍ୟାୟ ପ୍ରଦାନ ଦାବିରେ ଜିଲା କଂଗ୍ରେସ ତରଫରୁ ଆଜି ଯଦୁପୁର ଗାଁରୁ ପରିରଥ ବାହାରିଛି । ଜିଲା କଂଗ୍ରେସ ସଭାପତି ରଣଜିତ ଦାଶଙ୍କ ନେତୃତ୍ୱରେ ‘ପରୀ ରଥ’ ଖଣ୍ଡପଡ଼ା, ଗଣିଆ, ଦଶପଲ୍ଲା, ନୂଆଗାଁ ଏବଂ ଜିଲାର ବିଭିନ୍ନ ସ୍ଥାନ ପରିକ୍ରମା କରି ସଚେତନତା ସୃଷ୍ଟି କରିବ। ଏହି ସମୟରେ ୫୦୦୦୦ ଲୋକଙ୍କ ଦସ୍ତଖତ ସଂଗ୍ରହ କରାଯାଇ ରାଷ୍ଟ୍ରପତିଙ୍କ ଉଦେଶ୍ୟରେ ପ୍ରଦାନ କରାଯିବ । ପରୀର ବାପା ଅଶୋକ ସାହୁ ଓ ମା’ ସୌଦାମିନୀ ସାହୁ ଜିଲାର ଆରାଧ୍ୟ ମା’ ଦକ୍ଷିଣକାଳୀଙ୍କ ମନ୍ଦିରରେ ପୂଜାର୍ଚ୍ଚନା କରିଥିଲେ।

ଏହି ଅବସରରେ ଜିଲା ପ୍ରଭାରୀ ନିଶିକାନ୍ତ ମିଶ୍ର, ରାଜ୍ୟ ମହିଳା କଂଗ୍ରେସର ସଭାପତି ବନ୍ଦିତା ପରିଡ଼ା, କଂଗ୍ରେସନେତା କମଳ ସାହୁ, ମହିଳା କଂଗ୍ରେସନେତ୍ରୀ ସ୍ୱରୂପା ତ୍ରିପାଠୀ, କୁସୁମ ପ୍ରଧାନ, ଶ୍ରୀୟାସ୍ମିତା ପଣ୍ଡା, ସରପଞ୍ଚ ଦିଲୀପ ଜେନା ଓ ରାଜ୍ୟ କଂଗ୍ରେସର ବହୁ ମହିଳା ନେତ୍ରୀ ଏବଂ କର୍ମୀ ଉପସ୍ଥିତ ଥିଲେ।  ଏହି ରଥ ଜିଲା ପରିକ୍ରମା ସାରି ୧୭ ତାରିଖରେ ଜିଲା ମହକୁମାରେ ପହଞ୍ଚିବ । ନୟାଗଡ଼ ଛକରେ ପରୀ ହତ୍ୟା ଘଟଣା ପ୍ରତିବାଦରେ ସାଧାରଣ ସଭା ଆୟୋଜନ କରାଯିବ ବୋଲି ଶ୍ରୀ ଦାଶ କହିଛନ୍ତି। ଯଦୁପୁରରେ ରାଜ୍ୟ ମହିଳା କଂଗ୍ରେସ ନେତ୍ରୀମାନେ ଏହି ଘଟଣାରେ ରାଜ୍ୟ ସରକାରଙ୍କୁ କଠୋର ସମାଲୋଚନା କରିଥିଲେ । ସ୍ଥାନୀୟ ସରପଞ୍ଚ ଇଂ.ସୌମ୍ୟରଞ୍ଜନ ପ୍ରଧାନଙ୍କ ନେତୃତ୍ୱରେ ଜନସାଧାରଣଙ୍କଠାରୁ ଦସ୍ତଖତ ସଂଗ୍ରହ କରାଯାଇଥିଲା । ଘଟଣାରେ ନିରବଦ୍ରଷ୍ଟା ସାଜିଥିବା ଜିଲାପାଳ ଓ ଏସ୍‌ପିଙ୍କୁ ତୁରନ୍ତ ଜିଲା ଛାଡ଼ନ୍ତୁ ବୋଲି ଦାବି କରିଥିଲେ। ‘ପରୀ’କୁ ନ୍ୟାୟ ନମିଳିବା ପର୍ଯ୍ୟନ୍ତ ମହିଳା କଂଗ୍ରେସ ତା’ର ଆନ୍ଦୋଳନ ଜାରି ରଖିବ ବୋଲି ସେମାନେ କହିଥିଲେ ।

Hot this week

ବିଧାୟକଙ୍କ ଦରମା ବୃଦ୍ଧି: ଭତ୍ତା ସହ ପାଇବେ ୩.୨୬ ଲକ୍ଷ

ସମାଜଲାଇଭ ଡେସ୍କ: ବିଧାନସଭା ବାଚସ୍ପତି, ଉପବାଚସ୍ପତି, ମନ୍ତ୍ରୀ ଓ ସଦସ୍ୟମାନଙ୍କ ଦରମା,...

ଖୋଲିଲା ଦର୍ଶକ ଗ୍ୟାଲେରୀ ଗେଟ୍

କଟକ: ଆଉ ମାତ୍ର କିଛି ଘଣ୍ଟାର ଅପେକ୍ଷା। କଟକ ବାରବାଟୀ ଷ୍ଟାଡିୟମରେ...

ବଢ଼ିବନି ପାଚିକାଙ୍କ ଦରମା

ସମାଜଲାଇଭ ଡେସ୍କ: ପାଚିକାମାନଙ୍କ ଦରମା ଆଉ ବୃଦ୍ଧି କରାଯିବ ନାହିଁ। ବୁଧବାର...

ବାଚସ୍ପତି ଓ ଉପବାଚସ୍ପତିଙ୍କ ଦରମା ବଢ଼ିଲା: ଭତ୍ତା ସହ ପାଇ​‌ବେ ୪.୨୮ ଲକ୍ଷ

ସମାଜଲାଇଭ ଡେସ୍କ: ବିଧାନସଭାର ବାଚସ୍ପତି, ଉପବାଚସ୍ପତି ଏବଂ ବିଧାୟକମାନଙ୍କ ଦରମା ବୃଦ୍ଧି...

ଶିକାରୀ ଫାଶରେ କଲରାପତରିଆ ମୃତ

ଅନୁଗୁଳ : ଶିକାରୀ ଫାଶରେ ପଡି କଲରାପତରିଆ ବାଘ ମୃତ। ଅନୁଗୋଳ...

Related Articles

Popular Categories