କୁଚିଣ୍ଡା : କୁଚିଣ୍ଡା ଓକିଲ ସଂଘର କାର୍ଯ୍ୟକର୍ତ୍ତା ନିର୍ବାଚନ ଅନୁଷ୍ଠିତ ହୋଇଯାଇଛି। ଏଥିରେ ନଳୀନ୍ଦ୍ର ପଟେଲ ସଭାପତି, ଖଗେଶ୍ୱର ବେହେରା ଉପସଭାପତି, ବ୍ରଜମୋହନ ଅଗ୍ରୱାଲା ସାଧାରଣ ସଂପାଦକ, ତୁଲାରାମ ବାଘ କୋଷାଧ୍ୟକ୍ଷ ଭାବେ ନିର୍ବାଚିତ ହୋଇଛନ୍ତି। ସଭାପତି ଓ ସଂପାଦକ ପଦବୀ ସକାଶେ କଡା ମୁକାବିଲାରେ ନିର୍ବାଚନ ହୋଇଥିବା ବେଳେ ଅନ୍ୟ ଦୁଇ ପଦବୀ ଗୁଡିକ ବିନା ପ୍ରତିଦ୍ୱନ୍ଦିତାରେ ଅନୁଷ୍ଠିତ ହୋଇଥିଲା। ନିର୍ବାଚନରେ ବରିଷ୍ଠ ଓକିଲ ଦେବେନ୍ଦ୍ର ପଟେଲ ଏବଂ ପ୍ରଶାନ୍ତ କର ନିର୍ବାଚନ ଅଧିକାରୀ ଭାବେ ପରିଚାଳନା କରିଥିଲେ।
Popular Categories



