www.samajalive.in
Monday, December 8, 2025
14.1 C
Bhubaneswar

ଗ୍ରାହକ ଅସଲି, ତେଲ ନକଲି!

ସାରନଗରୀ : ତେଲ ବଜାରରେ ଲାଗିଛି ନିଆଁ। ଓଡ଼ିଶା ସମେତ ବିଭିନ୍ନ ରାଜ୍ୟ ତଥା ମହାନଗରୀ ଦିଲ୍ଲୀ, ମୁମ୍ବାଇ, କଲିକତାରେ ପେଟ୍ରୋଲ, ଡିଜେଲ ଦର ୧୦୦ ପାଖପାଖି ହେଲାଣି । ରାଉରକେଲା ସମେତ ଦକ୍ଷିଣ ରାଉରକେଲାର ବିଭିନ୍ନ ପେଟ୍ରୋଲ ପମ୍ପରେ ପେଟ୍ରୋଲ ଦର ୮୦ ଟଙ୍କା ଉପରେ ରହିଛି, ଯାହାକି ଗ୍ରାହକଙ୍କ ପକେଟକୁ ସିଧାସଳଖ ବାଧୁଛି। ଜଣେ ଗ୍ରାହକ ୧ ଲିଟର ତେଲ ପକାଇ ଘେରାଏ ଘୁରି ଆସିଲେ ଗାଡ଼ି ଠିଆ ହୋଇଯିବା ଭଳି ପରିସ୍ଥିତି ସୃଷ୍ଟି ହେଉଛି । ଟିକସ ବୃଦ୍ଧି ଯୋଗୁ ପେଟ୍ରୋଲ ଓ ଡିଜେଲ ଦରରେ ବୃଦ୍ଧି ଘଟୁଛି ବୋଲି ଅନେକ ବୁଦ୍ଧିଜିବୀ ମତ ଦେଇଛନ୍ତି । ବଜାରରେ ଗୋଟିଏ ପଟେ ତୈଳ ଦର ଉଚ୍ଚା ରହିଥିବା ବେଳେ ଏହାର ଭରପୁର ଫାଇଦା ଉଠାଇଛନ୍ତି କିଛି ମୁନାଫାଖୋର ଓ ଅସାଧୁ ବ୍ୟବସାୟୀ। ଏଭଳି ବ୍ୟବସାୟୀମାନେ ପେଟ୍ରୋଲ ପମ୍ପରୁ ପେଟ୍ରୋଲ ଆଣିବା ପରେ ଏଥିରେ ବିଭିନ୍ନ ପ୍ରକାର ରାସାନିୟକ ଯେପରି କିରୋସିନ, ମୋବିଲ ଆଦି ମିଶାଇ ଏହାକୁ ପ୍ରକୃତ ତୈଳ ଦରଠାରୁ ୨୦ ରୁ ୩୦ ଟଙ୍କା ଅତିରିକ୍ତ ଦରରେ ବିକ୍ରି କରୁଥିବା ଅଭିଯୋଗ ହୋଇଛି । ରାଉରକେଲା ସମେତ ଦକ୍ଷିଣ ରାଉରକେଲାର ବିଭିନ୍ନ ଛକରେ ଥିବା ପାନ ଦୋକାନ, ଅଣ୍ଡା ଦୋକାନ ଓ ଅନ୍ୟ କିଛି ହାର୍ଡୱେର ଓ ରାସନ ଦୋକାନରେ ପେଟ୍ରୋଲ ବିକ୍ରି ବେଧଡ଼କ ଚାଲିଥିବା ସ୍ଥାନୀୟ ବାସିନ୍ଦାମାନଙ୍କ ପକ୍ଷରୁ ଅଭିଯୋଗ ହୋଇଛି ।

ବିଶେଷ କରି ଏଭଳି ଠକାମୀର ଶୀକାର ମହିଳା ବାଇକଧାରୀ ଓ ବୟସ୍କ ମାନଙ୍କୁ ହେବାକୁ ପଡ଼ୁଛି। ଏକ ଲିଟର ଖାଲିଥିବା ପାଣି ବୋତଲରେ ଭର୍ତିଥିବା ୯୦୦ରୁ ୯୫୦ ଗ୍ରାମ ପେଟ୍ରୋଲକୁ ୧ ଲିଟର ଦାମ ଦର୍ଶାଇ ବିକ୍ରି କରାଯାଉଥିବା ଅଭିଯୋଗ ହୋଇଛି । ଦକ୍ଷିଣ ରାଉରକେଲା ଅଂଚଳରେ କେବଳ ୨ଟି ପେଟ୍ରୋଲ ପମ୍ପ ରହିଛି । ଏପରିସ୍ଥଳେ ଯଦି କୌଣସି ଗାଡ଼ି ଚାଳକଙ୍କ ପେଟ୍ରୋଲ ଦୈବାତ ସରି ଯାଉଛି, ତେବେ ସେହି ଗ୍ରାହକ ଜଣଙ୍କ ବାଧ୍ୟବାଧକତାରେ ଖୋଲା ବଜାରରୁ ତେଲ ଭର୍ତି କରିବାକୁ ପଡ଼ୁଛି । ମାତ୍ର ଏହି ତେଲ କିଛି ମାତ୍ରାରେ ଅପମିଶ୍ରଣ ଓ ଭେଜାଲ ବୋଲି ଗ୍ରାହକ ଜଣଙ୍କ ସଠିକ ରୂପେ ନଜାଣିବାରୁ ଠକାମୀର ଶୀକାର ହେବାକୁ ପଡୁଛି ବୋଲି ନିୟମିତ ବାଇକ ଚାଳନା କରୁଥିବା ସାରନଗରୀର ସୁମନ୍ତ ବାରିକ ନିଜ ପ୍ରତିକ୍ରିୟାରେ ପ୍ରକାଶ କରିଛନ୍ତି । କେବଳ ଯେ, ପାଣି ବୋତଲରେ ନୁହେଁ, ପେଟ୍ରୋଲ ବିଭିନ୍ନ ନାମିଦାମୀ କମ୍ପାନୀର ମୃଦୁପାନୀୟ ବୋତଲରେ ଭର୍ତି କରି ଅସଲି ଗ୍ରାହକଙ୍କୁ ନକଲି ତେଲ ବିକ୍ରି କରାଯାଉଥିବା ଅଭିଯୋଗ ହୋଇଛି । ତେଲରେ ଅପମିଶ୍ରଣ ହେବା କାରଣରୁ ସମୟ ସମୟରେ କିଛି ବାଟ ଗଲାପରେ ବାଇକ ସ୍ୱଂୟ ବନ୍ଦ ହୋଇ ଯାଉଛି, ଅବା ଇଂଜିନ ସିଜ୍ ହୋଇ ଯାଉଛି, ଯାହା ଫଳରେ ବାଇକଧାରୀ ଜଣଙ୍କୁ ଅଧା ରାସ୍ତାରେ ହଇରାଣ ହରକତର ସମ୍ମୁଖୀନ ହେବାକୁ ପଡୁଛି। ଏପରିସ୍ଥଳେ, ଗୋଟିଏ ପଟେ ପେଟ୍ରୋଲ ଓ ଡିଜେଲ ଦର ଆକାଶଛୁଆଁ ହୋଇଥିବା ବେଳେ, ଅପମିଶ୍ରଣ ପେଟ୍ରୋଲ ଅବା ଡିଜେଲ ବିକ୍ରି କରୁଥିବା ଅସାଧୁ ବେପାରୀଙ୍କ ପ୍ରତି ଦୃଢ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସାଧାରଣରେ ଦାବି ହୋଇଛି ।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories