www.samajalive.in
Sunday, December 14, 2025
23.1 C
Bhubaneswar

ଖୁବଶୀଘ୍ର ଖୋଲିବ ଶ୍ରୀମନ୍ଦିର: ଜିଲା ବାହାର ଲୋକଙ୍କୁ ଦେବାକୁ ପଡ଼ିବ କୋଭିଡ୍‌ ନେଗେଟିଭ୍‌ ରିପୋର୍ଟ, ଜାଣନ୍ତୁ କ’ଣ ରହିଛି କଟକଣା

ପୁରୀ: ଜଗନ୍ନାଥପ୍ରେମୀଙ୍କ ପାଇଁ ଖୁସି ଖବର। ଖୁବ୍‌ଶୀଘ୍ର ଖୋଲିବାକୁ ଯାଉଛି ଶ୍ରୀମନ୍ଦିର। ଦୀର୍ଘ ୯ମାସ ଧରି ଶ୍ରୀମନ୍ଦିରରେ ଦର୍ଶନ ବନ୍ଦ ରହିବା ପରେ ତାହାକୁ ପୁନଃ ଆରମ୍ଭ କରିବାକୁ ପ୍ରଶାସନିକ ସ୍ତରରେ ଉଦ୍ୟମ ଆରମ୍ଭ ହୋଇଛି। ଶନିବାର ଏ ନେଇ ଛତିଶା ନିଯୋଗ ବୈଠକରେ ନିଷ୍ପତ୍ତି ହୋଇଥିବା ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ମିଳିଛି।

ଛତିଶାନିଯୋଗ ବୈଠକ ପରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ସୂଚନା ଦେଇ କହିଛନ୍ତି, ଶ୍ରୀମନ୍ଦିର ଖୋଲିବା ନେଇ ରାଜ୍ୟ ସରକାରଙ୍କୁ ସୁପାରିସ କରାଯିବ। ସରକାର ଅନୁମତି ଦେବା ପରେ ମନ୍ଦିର ଖୋଲାଯିବ। ମନ୍ଦିର ଖୋଲିବାର ପ୍ରଥମ ୪/୫ ପୁରୀବାସୀଙ୍କୁ ଅଗ୍ରାଧିକାର ଦିଆଯିବ। ଜାନୁୟାରୀ ୧ ଓ ୨ ତାରିଖରେ ମନ୍ଦିର ବନ୍ଦ ରହିବ। ପୁଣି ୩ ତାରିଖରୁ ସମସ୍ତଙ୍କ ପାଇଁ ଦର୍ଶନ ଆରମ୍ଭ ହେବ।

- Advertisement -

ସୂଚନା ଅନୁସାରେ, ଆସନ୍ତା ୨୨ରୁ ୨୫ ତାରିଖ ମଧ୍ୟରେ ମନ୍ଦିର ଖୋଲିପାରେ। ନୂଆ ବର୍ଷରେ ପ୍ରବଳ ଭିଡ଼ ହେବା ଆଶଙ୍କାରେ ମନ୍ଦିରରେ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ। ୧ ଓ ୨ ତାରିଖ ବନ୍ଦ ରହିବା ପରେ ୩ ତାରିଖରୁ ପୁଣି ଥରେ ସାଧାରଣ ଦର୍ଶନ ଆରମ୍ଭ ହେବ। ତେବେ ଦର୍ଶନ ଚାଲିଲେ ମଧ୍ୟ କିଛି କଟକଣା ଜାରି ରହିବ। ଦର୍ଶନ ବ୍ୟବସ୍ଥା ପାଇଁ ଏସଓପି ଜାରି କରାଯିବ। ଦର୍ଶନାର୍ଥୀ ମୁହଁରେ ମାସ୍କ ପିନ୍ଧିବା ସହିତ ସାନିଟାଇଜର ବ୍ୟବହାର କରିବେ। ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ୪ ଦ୍ବାରରେ ସାନିଟାଇଜର ବ୍ୟବସ୍ଥା କରାଯିବ।

୩ ତାରିଖରୁ ପ୍ରତିଦିନ ୫ ହଜାର ଶ୍ରଦ୍ଧାଳୁଙ୍କୁ ଦର୍ଶନ ପାଇଁ ଅନୁମତି ଦିଆଯିବ। ଏହା ପରେ ଶ୍ରଦ୍ଧାଳୁଙ୍କ ସଂଖ୍ୟାରେ ବୃଦ୍ଧି କରାଯିବ। ମାସେ କିମ୍ବା ୨ ମାସ ପରେ ଅଧିକ ଶ୍ରଦ୍ଧାଳୁଙ୍କୁ ଅନୁମତି ପ୍ରଦାନ କରାଯିବ। ଜିଲା ବାହାର ଲୋକଙ୍କୁ କୋଭିଡ ନେଗେଟିଭ୍‌ ରିପୋର୍ଟ ଦେବାକୁ ପଡ଼ିବ। ୬୫ ବର୍ଷରୁ ଅଧିକ ବୟସ୍କ ବ୍ୟକ୍ତି ଏବଂ ପିଲାମାନଙ୍କୁ ନ ଆସିବାକୁ ଅନୁରୋଧ କରାଯାଉଛି ବୋଲି ମୁଖ୍ୟ ପ୍ରଶାସକ  କହିଛନ୍ତି।

Hot this week

କଟକରେ ପହଞ୍ଚିଲେ ପ୍ରଧାନ ବିଚାରପତି

ସମାଜ ଲାଇଭ ଡ଼େସ୍କ : କଟକରେ ପହଞ୍ଚିଲେ ଭାରତର ସର୍ବୋଚ୍ଚ ନ୍ୟାୟଳୟ...

ନକଲି ଔଷଧ ରାକେଟର ପର୍ଦ୍ଦାଫାଶ, ମାଲିକ ଏବଂ ଅନ୍ୟ ଦୁଇ ଗିରଫ

ନୂଆଦିଲ୍ଲୀ: ଗାଜିଆବାଦରେ ଏକ ନକଲି ଔଷଧ ରାକେଟର ପର୍ଦ୍ଦାଫାଶ ହୋଇଛି। ଦିଲ୍ଲୀ...

ନକଲି ସିମ୍ ବିକ୍ରି ଅଭିଯୋଗ; ୨ ଜଣଙ୍କୁ ଧରିଲା ଦିଲ୍ଲୀ ପୁଲିସ

ଭଣ୍ଡାରିପୋଖରୀ: ମଞ୍ଜୁରୀରୋଡ ବଜାରରେ ମୋବାଇଲ ଦୋକାନ କରି ନକଲି ସିମ କାର୍ଡ...

ଦିଲ୍ଲୀରେ ଗ୍ରାପ୍‌-୩ କଟକଣା

ନୂଆଦିଲ୍ଲୀ : ରାଜଧାନୀ ଦିଲ୍ଲୀର ବାୟୁମଣ୍ଡଳ ଶନିବାର ଅତ୍ୟଧିକ ପ୍ରଦୂଷିତ ହୋଇପଡିଥିବାରୁ...

୧୫୫ଟି ବାର୍ ରେ ଅବକାରୀ ବିଭାଗର ଚଢାଉ

ସମାଜ ଡିଜିଟାଲ ଡେସ୍କ: ନୂଆ ବର୍ଷ ପୂର୍ବରୁ ରାଜଧାନୀ ଭୁବନେଶ୍ୱରରେ ବିଭିନ୍ନ...

Related Articles

Popular Categories