www.samajalive.in
Saturday, December 13, 2025
26.1 C
Bhubaneswar

ବିଶ୍ୱ ସ୍ୱାସ୍ଥ୍ୟ ସେବାରେ ନୂଆ ମାଇଲଖୁଣ୍ଟ, ହାତ ମିଳାଇଲେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଓ ରେଡକ୍ରସ୍

ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଏବଂ ଆନ୍ତର୍ଜାତୀୟ ଫେଡେରେସନ୍ ଅଫ୍ ରେଡକ୍ରସ୍ ଓ ରେଡ୍ କ୍ରିସେଣ୍ଟ୍ ସୋସାଇଟିଜ ମାନବିକ ସଙ୍କଟ ସମୟରେ ଜରୁରୀକାଳୀନ ଚିକିତ୍ସା ଏବଂ ସ୍ୱାସ୍ଥ୍ୟ ସେବା ଯୋଗାଣକୁ ମଜବୁତ କରିବା ପାଇଁ ବୁଝାମଣା ପତ୍ର ସ୍ଵାକ୍ଷର କରିଛନ୍ତି। ‘ହୁ’ ମହାନିର୍ଦ୍ଦେଶକ ଡକ୍ଟର ଟେଡ୍ରୋସ୍ ଆଧନୋମ୍ ଗେବ୍ରେସସ୍ ଏବଂ ଆଇଏଫଆରସି ସଚିବ ଜଗନ୍ କାପାଗେନ୍ ‘ଜରୁରୀକାଳୀନ ମେଡିକାଲ୍ ଟିମ୍’ ବ୍ୟବସ୍ଥା କାର୍ଯ୍ୟକାରୀ କରିବାରେ ସହଯୋଗ କରିବାକୁ ଏହି ବୁଝାମଣା ପତ୍ର ସ୍ୱାକ୍ଷର କରିଛନ୍ତି।

ଡକ୍ଟର ଟେଡ୍ରୋସ ‘ଜରୁରୀକାଳୀନ ମେଡିକାଲ୍ ଟିମ୍’ ବ୍ୟବସ୍ଥା ପାଇଁ ସେମାନଙ୍କର ସହାୟତା ପାଇଁ ଆଇଏଫଆରସିକୁ ଧନ୍ୟବାଦ ଦେବା ସହ କହିଛନ୍ତି ଯେ ଜରୁରୀକାଳୀନ ପରିସ୍ଥିତିରେ ଉନ୍ନତ ମାନର ଚିକିତ୍ସା ଯୋଗାଇ ଦେବା ନିମନ୍ତେ ନିରନ୍ତର ସହଭାଗିତାକୁ ଅପେକ୍ଷା କରିଛୁ। ସେ କହିଛନ୍ତି, କୋଭିଡ-୧୯ ମହାମାରୀ ଯୋଗୁ ସମଗ୍ର ବିଶ୍ୱରେ ଜରୁରୀକାଳୀନ ପରିସ୍ଥିତିରେ ଏହି ସହଭାଗିତା ହୋଇପାରିଲା ନାହିଁ।

- Advertisement -

ଆନ୍ତର୍ଜାତୀୟ ଫେଡେରେସନ୍ ଅଫ୍ ରେଡକ୍ରସ୍ ସଚିବ ଜଗନ୍ କାପାଗେନ୍ କହିଛନ୍ତି ଯେ ମାନବିକ ଜରୁରୀକାଳୀନ ପରିସ୍ଥିତିରେ ପ୍ରଭାବିତ ସମ୍ପ୍ରଦାୟକୁ ଜୀବନ ରକ୍ଷାକାରୀ ସ୍ୱାସ୍ଥ୍ୟ ସେବା ଯୋଗାଇବାରେ ରେଡକ୍ରସ୍, ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ସହିତ କାର୍ଯ୍ୟ କରିବାକୁ ପ୍ରତିଶ୍ରୁତିବଦ୍ଧ। ସେ କହିଛନ୍ତି ଯେ ଏହି ବୁଝାମଣା ପତ୍ର ଜରୁରୀକାଳୀନ ସ୍ୱାସ୍ଥ୍ୟ ଆବଶ୍ୟକତାକୁ ଆହୁରି ଗୁଣବତ୍ତା ସମ୍ପନ୍ନ କରିବା ଏବଂ ନ୍ୟାସନାଲ ରେଡକ୍ରସ୍ ଏବଂ ରେଡ କ୍ରେସେଣ୍ଟ ସୋସାଇଟି ପାଇଁ ଅଧିକ ସହାୟତା ପ୍ରଦାନ କରିବା କ୍ଷେତ୍ରରେ ସଫଳ ସାବ୍ୟସ୍ତ ହେବ। ସେ କହିଛନ୍ତି, ଗୁଣାତ୍ମକ ଜରୁରୀକାଳୀନ ସ୍ୱାସ୍ଥ୍ୟ ସେବା ଯୋଗାଇବା ପାଇଁ ‘ହୁ’ ସହିତ ମିଳିତ ଭାବେ କାର୍ଯ୍ୟ କରିବାକୁ ଆମେ ଅତ୍ୟନ୍ତ ପ୍ରତିବଦ୍ଧ।

ରେଡ ଚ୍ୟାନେଲ ଚୁକ୍ତିନାମା ଭାବରେ ସ୍ୱାକ୍ଷରିତ ଏହି ଚୁକ୍ତିନାମା ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ମେଡିକାଲ ଟିମ୍ ଇନିସିଏଟିଭ୍ ଓ ଆନ୍ତର୍ଜାତୀୟ ଫେଡେରେସନ୍ ଅଫ୍ ରେଡକ୍ରସ୍ ମଧ୍ୟରେ ଦୀର୍ଘ ବର୍ଷର ସହଯୋଗର ଫଳ ଅଟେ। ନୂତନ ଚୁକ୍ତିନାମା ଅନୁଯାୟୀ ଦୁଇ ଆନ୍ତର୍ଜାତୀୟ ସଂଗଠନ ମଧ୍ୟରେ ଜରୁରୀକାଳୀନ ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ଅଧିକ ସମନ୍ୱୟ ଆଣିବା ସହ ବୈଷୟିକ ଗୁଣବତ୍ତା ରକ୍ଷା ଏବଂ ଉତ୍ତରଦାୟିତ୍ୱ ପ୍ରତି ଅଧିକ ଧ୍ୟାନ ଦିଆଯାଇ ପାରିବ।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories