www.samajalive.in
Friday, December 5, 2025
20.1 C
Bhubaneswar

ଡିସେମ୍ୱର ୨୧ରୁ ଖୋଲିପାରେ ଶ୍ରୀମନ୍ଦିର! ଆଜି ଛତିଶା ନିଯୋଗ ବୈଠକରେ ନିଷ୍ପତ୍ତି ହେବା ସମ୍ଭାବନା

ପୁରୀ : କେବେ ଭକ୍ତଙ୍କ ପାଇଁ ଖୋଲିବ ଜଗନ୍ନାଥଙ୍କ ଦ୍ବାର ? କରୋନା ମହାମାରୀ ପାଇଁ ଦିର୍ଘ ଦିନ ହେଲାଣି ବନ୍ଦ ରହିଥିବା ଶ୍ରୀମନ୍ଦିର ଖୋଲିବା ପାଇଁ ପ୍ରକ୍ରିଆ ଆରମ୍ଭ ହୋଇଥିବା ଜଣାପଡିଛି। ମିଳିଥିବା ସୂଚନାନୁସାରେ ଡିସେମ୍ୱର ୨୧ରୁ ଭକ୍ତଙ୍କ ପାଇଁ ଖୋଲିପାରେ ଶ୍ରୀମନ୍ଦିର! ତେବେ ମନ୍ଦିର ଖୋଲିବା ସମ୍ପର୍କରେ ଆଜି ନିଆଯିବ ନିଷ୍ପତି । ଆଜି ମଧ୍ୟାହ୍ନ ୧୨ ଟାରେ ନୀଳାଦ୍ରି ଭକ୍ତ ନିବାସରେ ଶ୍ରୀମନ୍ଦିର ଛତିଶା ନିଯୋଗ ବୈଠକ ଅନୁଷ୍ଠିତ ହେବା ନେଇ ସୂଚନା ମିଳିଛି।

ଶ୍ରୀ ମନ୍ଦିରର ଦ୍ବାର  ଡିସେମ୍ବର ୨୧ରୁ ଖୋଲିଲେ ମଧ୍ୟ ସୀମିତ ସଂଖ୍ୟକ ଭକ୍ତଙ୍କୁ ମନ୍ଦିର ପ୍ରବେଶ  ପାଇଁ  ଅନୁମତି ମିଳିପାରେ। ଏକ ନିର୍ଭରଯୋଗ୍ୟ ସୁତ୍ରରୁ ମିଳିଥିବା ସୂଚନାଅନୁସାରେ ଦିନକୁ ୪ ହଜାର ଶ୍ରଦ୍ଧାଳୁଙ୍କୁ ଶ୍ରୀମନ୍ଦିରକୁ ପ୍ରବେଶ ଅନୁମତି ମିଳିବ। କରୋନା ପୂର୍ବରୁ ଶ୍ରୀମନ୍ଦିରକୁ ଦିନକୁ ପ୍ରାୟ ୪୦ ହଜାର ଭକ୍ତ ପ୍ରବେଶ କରୁତିବା ବେଳେ କରୋନା ପାଇଁ ବର୍ତ୍ତମାନ ୧୦ପ୍ରତିଶତ ଭକ୍ତଙ୍କୁ ମନ୍ଦିରକୁ ଛାଡିବା ନେଇ ନିଷ୍ପତ୍ତି ହୋଇପାରେ ।

- Advertisement -

ସୂଚନାନୁସାରେ, ଆଜି ମଧ୍ୟାହ୍ନ ୧୨ ଟାରେ ନୀଳାଦ୍ରି ଭକ୍ତ ନିବାସରେ ଶ୍ରୀମନ୍ଦିର ଛତିଶା ନିଯୋଗ ବୈଠକରେ ଶ୍ରୀମନ୍ଦିର ଖୋଲିବା ନେଇ ଆଲୋଚନା ହେବ । ପୂର୍ବରୁ ଏ ସମ୍ପର୍କରେ ଶ୍ରୀମନ୍ଦିର ପ୍ରଶାସନ ପରିଚାଳନା କମିଟି ସଦସ୍ୟ, ବରିଷ୍ଠ ସେବାୟତ ଓ ଅନ୍ୟ ମାନଙ୍କ ସହ ଆଲୋଚନା କରିଥିଲେ ମଧ୍ୟ ଆଜିର ନିଷ୍ପତି ରାଜ୍ୟ ସରକାରଙ୍କୁ ଅବଗତ କରାଯିବ ବୋଲି କୁହାଯାଇଛି।

ଏହା ସହ ଚଳିତ ମାସ ୧୫ ତାରିଖରୁ ଜାନୁଆରୀ ୧୩ ପର୍ଯ୍ୟନ୍ତ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ପହିଲିଭୋଗ ହେବାକୁ ଥିବା ବେଳେ ଏହି ବୈଠକରେ ଏହାର ନୀତି ନିର୍ଘଣ୍ଟ କରାଯିବ । ଜାନୁଆରୀ ୧୪ ରେ ମକର ସଂକ୍ରାନ୍ତି ପଡୁଥିବାରୁ ତାର ନୀତି ନିର୍ଘଣ୍ଟ ଓ ସେହି ମାସ ୨୮ ରେ ମହାପ୍ରଭୁଙ୍କ ଦେବାଭିସେକ ନୀତି ନିର୍ଘଣ୍ଟ ପ୍ରଭୃତି ଆଜିର ବୈଠକରେ କରାଯିବ ବୋଲି ଜଣାପଡିଛି ।

Hot this week

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

୧୦ ଗୁଣା ବଢ଼ିଲା ବିମାନ ଟିକେଟ ଦର

ସମାଜଲାଇଭ ଡେସ୍କ: ବିଦେଶ ଯାତ୍ରାଠୁ ମହଙ୍ଗା ହେଲା ଭାରତୀୟ ସହରକୁ ବିମାନ...

ଆଜି ଇଣ୍ଡିଗୋର ୧ ହଜାରରୁ ଊର୍ଦ୍ଧ୍ବ ବିମାନ ରଦ୍ଦ, ତଦନ୍ତ କମିଟି ଗଠନ କଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନର ପରିଚାଳନାଗତ ସଙ୍କଟ ଜାରି ରହିଛି। ଇଣ୍ଡିଗୋ...

ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ

କଟକ :ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ । ଜାତିଆଣ ଆକ୍ଷେପ ଓ ଧର୍ମୀୟ...

ଜାତିସଂଘରେ ଭାରତର ସ୍ଥାୟୀ ସଦସ୍ୟତାକୁ ପୁଟିନଙ୍କ ସମର୍ଥନ

ସମାଜଲାଇଭ ଡେସ୍କ: ଭାରତ-ରୁଷ ମଧ୍ୟରେ ଶୁକ୍ରବାର ଶିଖର ସମ୍ମିଳନୀ ଶେଷ ହୋଇଛି।...

Related Articles

Popular Categories