www.samajalive.in
Saturday, December 6, 2025
23.1 C
Bhubaneswar

ସମ୍ବିତ ପାତ୍ରଙ୍କ କାର୍‌କୁ ଆକ୍ରମଣ

ଭୁବନେଶ୍ଵର: ବିଜେପିର ବରିଷ୍ଠ ନେତା ତଥା ମୁଖପାତ୍ର ସମ୍ବିତ ପାତ୍ରଙ୍କ କାର୍‌କୁ ଆକ୍ରମଣ କରାଯାଇଛି। ସେ ପଶ୍ଚିମବଙ୍ଗରେ ଥିବାବେଳେ ଏହି ଆକ୍ରମଣ ହୋଇଛି। ପାତ୍ର ଦଳୀୟ କାର୍ଯ୍ୟକର୍ତ୍ତମାନଙ୍କ ସହିତ କାରରେ ଯାଉଥିବାବେଳେ କିଛି ବ୍ୟକ୍ତି ତାଙ୍କ ଗାଡ଼ିକୁ ଅଟକାଇ କାଚ ଭାଙ୍ଗି ଦେଇଛନ୍ତି।

- Advertisement -

ଏହାର ଫଟୋ ସହିତ ଘଟଣା ବିଷୟରେ ନିଜେ ସମ୍ବିତ ଟ୍ବିଟ୍‌ରରେ ସୂଚନା ଦେଇଛନ୍ତି। କାର୍‌ରେ ବିପେତି ନେତା ଶିବପ୍ରକାଶ, ସଞ୍ଜୟ ମାୟୁଖ ଉପସ୍ଥିତ ଥିଲେ। ଆକ୍ରମଣରେ ଜଣେ କାର୍ଯ୍ୟକର୍ତ୍ତା ରକ୍ତାକ୍ତ ହୋଇପଡ଼ିଥିବା ପାତ୍ର କହିଛନ୍ତି। ଏହା କ’ଣ ଗଣତନ୍ତ୍ର ବୋଲି ସେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ପ୍ରଶ୍ନ କରିଛନ୍ତି।

ବିଜେପି ଅଧ୍ୟକ୍ଷ ଜେ.ପି. ନଡ୍ଡା ୨ ଦିନିଆ ପଶ୍ଚିମବଙ୍ଗ ଗସ୍ତରେ ଯାଇଥିବାବେଳେ ସେଠାରେ ଟିଏମସି କର୍ମକର୍ତ୍ତାମାନେ ତାଙ୍କୁ ପ୍ରବଳ ବିରୋଧ କରିଛନ୍ତି। ଗତକାଲି ଟିଏମସି କର୍ମୀମାନେ ନଡ୍ଡାଙ୍କୁ କଳା ପତାକା ଦେଖାଇଥିଲେ। ଆଜି ଗସ୍ତର ଶେଷ ଦିନରେ ବିଜେପିର ରାଲି ବାହାରିବାର ଥିଲା। ଏହା ପୂର୍ବରୁ କାର୍ଯ୍ୟକର୍ତ୍ତାମାନଙ୍କୁ ଆକ୍ରମଣ କରାଯାଇଛି।

Hot this week

ଶିଶୁଙ୍କ ସୁନ୍ଦରତା ସହିପାରିଲାନି : ଏମିତି କରିଲା ନିଜ ପିଲାଙ୍କୁ ହତ୍ୟା

ସମାଜ ଡିଜିଟାଲ ଡେସ୍କ: ସେ ବୋଧହୁଏ ଦେଶର ପ୍ରଥମ ମହିଳା ସିରିଏଲ୍...

ଇଣ୍ଡିଗୋ ବିମାନ ଅଚଳାବସ୍ଥା : ଚିଠି ଲେଖିଲା କଂଗ୍ରେସ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ସେବାରେ ବ୍ୟାପକ ବାଧା...

ମୁମ୍ବଇ, ଦିଲ୍ଲୀ… ଆଜି ଏହି ସହରରେ ବି ଇଣ୍ଡିଗୋ ବିମାନ ଉଡାଣ ବାତିଲ

ସମାଜ ଡିଜିଟାଲ ଡେସ୍କ: ଦେଶର ସର୍ବବୃହତ ବିମାନ କମ୍ପାନୀ ଇଣ୍ଡିଗୋରେ ହୋଇଥିବା...

ଭାରତ-ଦକ୍ଷିଣ ଆଫ୍ରିକା ନିର୍ଣ୍ଣାୟକ ଦିନିକିଆ ଆଜି

ବିଶାଖାପାଟଣା : ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦିନିକିଆ...

ରାଶିଫଳ: ଏହି ଦୁଇ ରାଶିଙ୍କୁ କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ

ମେଷ: ଅଧ୍ୟାପନାର ପ୍ରସ୍ତୁତି ସ୍ବରୂପ ଅଧ୍ୟୟନରତ ହୋଇପାରନ୍ତି। କର୍ମକ୍ଷେତ୍ର ସହିତ ଅନ୍ୟାନ୍ୟ ବିଭିନ୍ନ...

Related Articles

Popular Categories