www.samajalive.in
Saturday, December 6, 2025
15.1 C
Bhubaneswar

ଶୀତଦିନେ ନିଶ୍ଚୟ ଖାଆନ୍ତୁ ଅଦା ବରଫି

ଶୀତଦିନେ ନିଜ ଖାଦ୍ୟପେୟ ପ୍ରତି ବିଶେଷ ଧ୍ୟାନ ରଖିବା ଆବଶ୍ୟକ। ଏହିଦିନ ଶରୀରକୁ ଉଷ୍ଣ ଦେଉଥିବା ଖାଦ୍ୟ ଖାଇବା ମଧ୍ୟ ଆବଶ୍ୟକ। ଶରୀରକୁ ଏହି ଦିନରେ ବାହାର ସହ ଭିତରର ଉଷ୍ଣତା ମଧ୍ୟ ଆବଶ୍ୟକ। ରୋଗପ୍ରତିରୋଧକ ଶକ୍ତି ବୃଦ୍ଧି କରୁଥିବା ଖାଦ୍ୟ ମଧ୍ୟ ଖାଇବା ଆବଶ୍ୟକ। ଅଦାକୁ ସାଧାରଣତଃ ଚା’ରେ ପକାଇ ଖିଆଯାଏ। ମାତ୍ର ଅଦାର ବରଫି ହେଉଛି ଏକ ସ୍ୱତନ୍ତ୍ର ଖାଦ୍ୟ। ଏହାକୁ ଖାଇବା ଦ୍ୱାରା ଥଣ୍ଡା, ଜ୍ୱର, ଆଦି ଶରୀରରୁ ଦୂରେଇ ରହିବା ସହ ରୋଗପ୍ରତିରୋଧକ ଶକ୍ତି ମଧ୍ୟ ବୃଦ୍ଧି ହୋଇଥାଏ।
ସ୍ୱାସ୍ଥ୍ୟ ପାଇଁ ଅଦାର ବହୁ ସ୍ୱାସ୍ଥ୍ୟ ଉପକାରୀ ଗୁଣ ରହିଛି। ଏହାର ସେବନ ଦ୍ୱାରା ପେଟ ସଫା ରହିବା ସହ ସଠିକ ପରିମାଣରେ ଭୋକ ଲାଗିଥାଏ। ଖାଦ୍ୟ ହଜମ ହୋଇନଥିଲେ ଓ ପେଟ ଖରାପ ଥିଲେ ମଧ୍ୟ ଏହା ବେଶ ଲାଭଦାୟକ। ନିୟମିତ ଏହାର ସେବନ କଲେ ପାଚନ ତନ୍ତ୍ର ସୁସ୍ଥ ରହିଥାଏ। ଏହା ମାଇଗ୍ରେନ ଯନ୍ତ୍ରଣାକୁ ମଧ୍ୟ ଦୂର କରିଥାଏ। ଜାଣନ୍ତୁ କିଭଳି ପ୍ରସ୍ତୁତ କରିବେ ଅଦା ବରଫି
ଅଦା – ୨୦୦ ଗ୍ରାମ
ଚିନି – ୩୦୦ ଗ୍ରାମ
ଘିଅ – ୨ ଚାମଚ
ଗୁଜୁରାତି – ୧୦ଟି
ଅଦାକୁ ଭଲ ଭାବେ ଧୋଇ, ଏହାକୁ ବଡ଼ ଖଣ୍ଡରେ କାଟି ଦିଅନ୍ତୁ। ଏହାକୁ ଏବେ ସାମାନ୍ୟ ଖିର ପକାଇ ଭଲ ଭାବେ ପେଷି ଦିଅନ୍ତୁ। ଏବେ ଗ୍ୟାସରେ ଏକ କଡେଇ ବସାଇ ଘିଅ ଗରମ କରନ୍ତୁ। ଘିଅ ଗରମ ହେବା ପରେ ଏଥିରେ ପେଷି ଥିବା ଅଦାକୁ ପକାଇ ଭଲ ଭାବେ ଗୋଳାନ୍ତୁ। ଏବେ ଏଥିରେ ଚିନି, ଗୁଜୁରାତି ପକାଇ କିଛି ସମୟ ଗ୍ୟାସରେ ବସାଇ ଏକ ପାତ୍ରରେ ଘିଅ ଲଗାଇ ଏହାକୁ କାଢି ଦିଅନ୍ତୁ। କିଛି ସମୟ ରଖି ଥଣ୍ଡା ହେବା ପରେ ଏହାକୁ ଛୋଟ ଛୋଟ ଖଣ୍ଡରେ କାଟି ଦିଅନ୍ତୁ। ପ୍ରସ୍ତୁତ ହୋଇଗଲା ଅଦା ବରଫି।

 

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories