www.samajalive.in
Saturday, December 6, 2025
26.1 C
Bhubaneswar

ବ୍ରିଟେନରେ ଆରମ୍ଭ ହେଲା କରୋନା ଟୀକାକରଣ

ଲଣ୍ଡନ: ବ୍ରିଟେନରେ ମଙ୍ଗଳବାର କରୋନା ଟିକାକରଣ ଆରମ୍ଭ ହୋଇଛି। ବ୍ରିଟେନ୍‌ ସରକାର ଫାଇଜର-ବାୟୋଏନଟେକ୍‌ ଦ୍ବାରା ପ୍ରସ୍ତୁତ ଫାଇଜର ଟିକାକୁ ଗତ ସପ୍ତାହରେ ଅନୁମତି ଦେବା ପରେ ଆଜି ତାହା ଲୋକଙ୍କୁ ଦିଆଯାଇଛି।

- Advertisement -

ଯେଉଁମାନଙ୍କ ଜୀବନ ପ୍ରତି ଅଧିକ ବିପଦ ରହିଛି, ସେହିମାନଙ୍କୁ ପ୍ରାଥମିକ ପର୍ଯ୍ୟାୟରେ ଟିକା ଦିଆଯାଉଛି। ୮୦ ବର୍ଷରୁ ଊର୍ଦ୍ଧ୍ଵ ବୟସ୍କ ବ୍ୟକ୍ତି ଏବଂ ଜାତୀୟ ସ୍ବାସ୍ଥ୍ୟ ସେବା(ଏନଏଚଏସ)ର କାର୍ଯ୍ୟକର୍ତ୍ତାମାନଙ୍କୁ ଟିକାକରଣ ପାଇଁ ଗୁରୁତ୍ଵ ଦିଆଯାଇଛି।

ବ୍ରିଟେନ୍‌ ପ୍ରଧାନମନ୍ତ୍ରୀ ବୋରିସ ଜନ୍‌ସନ୍‌ ଆଜିର ଦିନକୁ ଭି-ଡେ ବା ଭ୍ୟାକ୍ସିନ-ଡେ ଭାବେ ଘୋଷଣା କରିଛନ୍ତି। ଲମ୍ବା ସମୟ ଧରି ବ୍ରିଟେନ ଜାରି ରଖିଥିବା କରୋନା ଯୁଦ୍ଧର ଅସଲି ଲଢ଼େଇ ଆଜିଠାରୁ ଆରମ୍ଭ ହେଲା ଏବଂ ଏହା କରୋନା  ମୁକାବିଲା ଦିଗରେ ସବୁଠୁ ବଡ଼ ପଦକ୍ଷେପ ବୋଲି ପ୍ରଧାନମନ୍ତ୍ରୀ ଜନସନ୍‌ କହିଛନ୍ତି।

ସୂଚନା ଅନୁସାରେ, ବ୍ରିଟେନରେ ବର୍ତ୍ତମାନ ସୁଦ୍ଧା ବ୍ରିଟେନରେ ୧୭ ଲକ୍ଷ ୩୭ ହଜାର ୯୬୦ କରୋନା ପଜିଟିଭ୍‌ ଚିହ୍ନଟ ହୋଇସାରିଛନ୍ତି। ୬୧ ହଜାର ୪୩୪ ଜଣଙ୍କ ମୃତ୍ୟୁ ଘଟିଛି।

Hot this week

ବିଗ୍ ବସ୍ ୧୯ ଗ୍ରାଣ୍ଡ ଫିନାଲେ; କିଏ ହେବେ ବିଜେତା ?

ନୂଆଦିଲ୍ଲୀ: ସଲମାନ ଖାନଙ୍କ ରିଆଲିଟି ଶୋ, ବିଗ୍ ବସ୍ ୧୯ର ଗ୍ରାଣ୍ଡ...

ନିୟମିତ କରନ୍ତୁ ଏହି ଯୋଗାସନ, ଦୂର ହେବ ମଧୁମେହ…

ନୂଆଦିଲ୍ଲୀ: ସୁସ୍ଥ ଏବଂ ନିରୋଗ ରହିବାକୁ ଲୋକେ ବିଭିନ୍ନ ଉପାୟ ଅବଲମ୍ବନ...

ଇଣ୍ଡିଗୋ ଅଚଳାବସ୍ଥା ଘଟଣାରେ ଦାୟୀବ୍ୟକ୍ତି କ୍ଷତି ଭରିବାକୁ ମନ୍ତ୍ରୀଙ୍କ ନିଷ୍ପତ୍ତି

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ଅଚଳାବସ୍ଥା ଘଟଣାରେ ବଡ...

ରସୁଣ ଏବଂ ମୂଳା ଚଟଣି: ଶୀତରେ ପାଟିକୁ ସୁଆଦିଆ

ସମାଜ ଡିଜିଟାଲ ଡେସ୍କ: ଶୀତ ଋତୁରେ ମୂଳା ବହୁଳ ଭାବରେ ବଜାରରେ...

୧୦ପିସ୍ତଲ ଓ ଗୋଟିଏ କାର୍ବାଇନ ସହ ବନ୍ଧୁକ ମାଫିଆ ଜବତ

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରରେ ଏକ ବଡ ଧରଣର ଆନ୍ତଃରାଜ୍ୟ...

Related Articles

Popular Categories