www.samajalive.in
Saturday, December 6, 2025
14.1 C
Bhubaneswar

ଚାଷୀଙ୍କ ପାଇଁ ଜନ୍ମଦିନ ପାଳିବେନି ସୋନିଆ

ନୂଆଦିଲ୍ଲୀ: କଂଗ୍ରେସର ଅନ୍ତରୀଣ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ଡିସେମ୍ବର ୯ ତାରିଖରେ ନିଜର ଜନ୍ମଦିନ ପାଳିବେ ନାହିଁ। କୃଷି ଆଇନ ବିରୋଧରେ ଚାଷୀ ଆନ୍ଦୋଳନକୁ ସମର୍ଥନ କରିବା ସହିତ କରୋନା ଭୂତାଣୁର ସ୍ଥିତିକୁ ଦୃଷ୍ଟିରେ ରଖି ସେ ଏହି ନିଷ୍ପତ୍ତି ନେଇଛନ୍ତି। କୃଷି ଆଇନ ବିରୋଧରେ ଦିଲ୍ଲୀର ସୀମାରେ ଚାଷୀମାନେ ଧାରଣାରେ ବସି ଆନ୍ଦୋଳନ ଚଳାଇଛନ୍ତି।


କେନ୍ଦ୍ରର କୃଷି ଆଇନକୁ ବିରୋଧ କରି ବିଭିନ୍ନ କୃଷକ ସଂଗଠନ ମଙ୍ଗଳବାର ଦେଶବ୍ୟାପୀ ଭାରତ ବନ୍ଦ ପାଳନ କରୁଛନ୍ତି। ପୂର୍ବାହ୍ନ ୧୧ଟାରୁ ଅପରାହ୍ନ ୩ଟା ଯାଏ ବନ୍ଦ ପାଳନ ଜାରି ରହିବ। ଏହାକୁ ୨୪ଟି ରାଜନୈତିକ ଦଳ ସମେତ ବିଭିନ୍ନ ସଂଗଠନ ସମର୍ଥନ କରିଛନ୍ତି। ଏହି ପରିପ୍ରେକ୍ଷୀରେ କୃଷି ଆଇନକୁ ବିରୋଧ କରି ଚାଷୀଙ୍କ ସ୍ବାର୍ଥକୁ ଦୃଷ୍ଟି​‌ରେ​ ଦେଇ ସୋନିଆ ଗାନ୍ଧୀ ଏବର୍ଷ ଜନ୍ମଦିନ ପାଳି​‌ବେ ନାହିଁ ବୋଲି କହିଛନ୍ତି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories