www.samajalive.in
Tuesday, December 9, 2025
15.1 C
Bhubaneswar

ଶିକ୍ଷାବିତଙ୍କ ପରଲୋକ

ଗୁରୁଡିଝାଟିଆ: କୁଷ୍ପଙ୍ଗି ପ୍ରାଥମିକ ବିଦ୍ୟାଳୟର ପୂର୍ବତନ ପ୍ରଧାନଶିକ୍ଷକ ଓରନ୍ଦା ଗ୍ରାମର ଅନ୍ୟତମ ମୁରବୀ ଖିରୋଦ ଚନ୍ଦ୍ର ବେହେରା(୮୫)ଙ୍କ ପରଲୋକ ଘଟିଛି। ଅସୁସ୍ଥତା ହେତୁ ସ୍ୱର୍ଗତ ବେହେରାଙ୍କ ମୃତ୍ୟୁ ଘଟିଥିବା ବେଳେ ମୃତ୍ୟୁଶଯ୍ୟା ନିକଟରେ ପରିବାରର ସମସ୍ତ ସଦସ୍ୟ ଉପସ୍ଥିତ ଥିଲେ। କୁଷ୍ପଙ୍ଗିରେ ଦୀର୍ଘଦିନ ଧରି ଶିକ୍ଷକତା କରି ଜଣେ ଆଦର୍ଶ ଶିକ୍ଷକ ଭାବରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଥିଲେ। ବରିଷ୍ଠ ନାଗରିକ ମଞ୍ଚ ଆଠଗଡ ନବେଢାର ଜଣେ ଆଗଧାଡିର ସଦସ୍ୟ ଭାବରେ କାର୍ଯ୍ୟକରିଥିଲେ। ସ୍ୱର୍ଗତ ବେହେରାଙ୍କ ବିୟୋଗରେ ଗାଁ ସଭାପତି ପ୍ରତାପ ଚନ୍ଦ୍ର ସାମଲ, ଅସୀତ ମହାରାଜ, ପ୍ରେମାନନ୍ଦ ବେଉରା, ଗୁରୁଚରଣ ପ୍ରଧାନ, ଉଦୟନାଥ ମହାନ୍ତି, ପଞ୍ଚାୟତର ପୂର୍ବତନ ସରପଞ୍ଚ ମାଗୁଣୀ ରାଉତ ପ୍ରମୁଖ ଶେଷ ଦର୍ଶନ କରି ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରିଥିଲେ। ପରିବାରର ସମସ୍ତ ସଦସ୍ୟ, ଜ୍ୱାଇଁ, ନାତିନାତୁଣୀ ଉପସ୍ଥିତ ରହିଥିଲେ। ଗାଁ ଶ୍ମଶାନରେ ଅନ୍ତ୍ୟୋଷ୍ଟି କ୍ରିୟା ସମାପନ ହୋଇଥିବା ବେଳେ ପୁଅ ସତ୍ୟବ୍ରତ ମୁଖାଗ୍ନୀ ଦେଇଥିଲେ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories