www.samajalive.in
Tuesday, December 9, 2025
15.1 C
Bhubaneswar

ଆହତ କୃଷ୍ଣସାର ମୃଗକୁ ଉଦ୍ଧାର କଲା ବନ ବିଭାଗ

ବୁଗୁଡ଼ା : ବୁଗୁଡ଼ା ବ୍ଲକ ଅନ୍ତର୍ଗତ ରାମଗଡ଼ ରାସ୍ତାରେ ରବିବାର ରାତିରେ ସ୍ଥାନୀୟ ବନ ବିଭାଗ ପକ୍ଷରୁ ଆହତ ଅବସ୍ଥାରେ ଗୋଟିଏ ଅଣ୍ଡିରା କୃଷ୍ଣସାର ମୃଗକୁ ଉଦ୍ଧାର କରାଯାଇଛି। ମୃଗଟିର ବୟସ ୨ ବର୍ଷ ହେବ ବୋଲି କୁହାଯାଇଛି। କୃଷ୍ଣସାର ମୃଗଟି ରାମଗଡ଼ ନିକଟରେ ରାସ୍ତା ପାର ହେଉଥିବା ବେଳେ କୌଣସି ଯାନ ଧକ୍କା ଦେବାରେ ତା’ର ଗୋଡରେ ଆଘାତ ଲାଗିଥିବାରୁ ସେ ଯାଇ ନ ପାରି ଆହତ ଅବସ୍ଥାରେ ସେଠାରେ ପଡ଼ିରହିଥିଲା। ରାସ୍ତାରେ ଯାଉଥିବା ଗ୍ରାମବାସୀ ବନ ବିଭାଗକୁ ଖବର ଦେବାରେ ବୁଗୁଡା ବନାଞ୍ଚଳ ଅଧିକାରୀ ଫକୀର ଚରଣ ବେହରାଙ୍କ ନିର୍ଦେଶରେ ବାଲିପଦର ବନପାଳ କ୍ଷୀରୋଦ କୁମାର ଗୌଡ ଏବଂ ଫରେଷ୍ଟ ସ୍କ୍ୱାଡ଼୍‍ କର୍ମଚାରୀ ଘଟଣା ସ୍ଥଳରେ ପହଞ୍ଚି ମୃଗଟିକୁ ଉଦ୍ଧାର କରି ବାଲିପଦର ପ୍ରାଣୀ ଚିକତ୍ସା କେନ୍ଦ୍ରରେ ଭର୍ତ୍ତି କରିଥିଲେ। ପ୍ରାଣୀ ଚିକିତ୍ସକ ନୀଳାଞ୍ଚଳ ଖାଡ଼ଙ୍ଗା ମୃଗଟିର ଚିକତ୍ସା କରିଥିଲେ। ମୃଗଟିକୁ ବର୍ତ୍ତମାନ ଅନ୍ତରପଡା ନର୍ସରୀରେ ରଖାଯାଇଛି। ସେ ସମ୍ପୂର୍ଣ୍ଣ ସୁସ୍ଥ ହେବା ପରେ ତାକୁ ଛଡା ଯିବ ବୋଲି ଜଣାପଡିଛି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories