www.samajalive.in
Sunday, December 14, 2025
14.1 C
Bhubaneswar

‘ସହାୟ’ ପକ୍ଷରୁ ବିଶ୍ୱ ଭିନ୍ନକ୍ଷମ ଦିବସ ପାଳିତ

କଟକ : ଭାରତୀୟ ରେଡକ୍ରସ ସୋସାଇଟି ଓଡ଼ିଶା ରାଜ୍ୟ ଶାଖା ଦ୍ବାରା ପରିଚାଳିତ ‘ସହାୟ’ ସ୍ଵତନ୍ତ୍ର ବିଦ୍ୟାଳୟ, ମଙ୍ଗଳାବାଗ, କଟକଠାରେ ‘ବିଶ୍ବ ଭିନ୍ନକ୍ଷମ ଦିବସ – ୨୦୨୦’ ପାଳିତ ହୋଇଯାଇଛି। ଏହି ଦିବସ ଉପଲକ୍ଷେ ଏକ ରାଜ୍ୟସ୍ତରୀୟ ଭର୍ଚୁଆଲ ଓ୍ବେବିନାର ମାଧ୍ୟମରେ ଏକ ସଭା ଅନୁଷ୍ଠିତ ହୋଇଥିଲା। ଏଥିରେ କଟକ, ଭୁବନେଶ୍ବର, କେନ୍ଦ୍ରାପଡା, ରାଉରକେଲା,ସମ୍ବଲପୁର ଓ କଳାହାଣ୍ଡି ସମେତ ରାଜ୍ୟ ବାହାରୁ ମହାରାଷ୍ଟ୍ର ଏବଂ ଆନ୍ଧ୍ର ପ୍ରଦେଶର ସ୍ବତନ୍ତ୍ର ବିଦ୍ୟାଳୟର କର୍ମକର୍ତ୍ତା ଭାଗ ନେଇଥିଲେ।

ଭିନ୍ନକ୍ଷମ ସଙ୍ଗୀତଜ୍ଞ ଗୋପାଳ ସାହୁଙ୍କ ଦ୍ଵାରା ସର୍ବ ପ୍ରଥମେ ଗଣେଶ ବନ୍ଦନା ପରିବେଷଣ କରାଯାଇଥିଲା।  ସହାୟର ସମ୍ପାଦିକା ମୃଣାଳିନୀ ପାଢ଼ୀ ସ୍ବାଗତ ସମ୍ଭାଷଣ ପ୍ରଦାନ କରିଥିଲେ ଓ ସଭା ପରିଚାଳନା କରିଲେ। ଏଥିରେ ରାଜ୍ୟ ଭିନ୍ନକ୍ଷମ ବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀ ଭାସ୍କର ଜ୍ୟୋତି ଶର୍ମା ମୁଖ୍ୟବକ୍ତା ଭାବେ ଯୋଗ ଦେଇ ଭିନ୍ନକ୍ଷମତା ଓ କୋଭିଡ-୧୯ ଉପରେ ବକ୍ତବ୍ୟ ରଖିଥିଲେ।

- Advertisement -

 

ଏହାପରେ ବିଶିଷ୍ଟ ଓଡ଼ିଶୀ ନୃତ୍ୟାଙ୍ଗନା ପଦ୍ମଶ୍ରୀ ଡା. ଇଲିଆନା ସିଟାରିସ୍ଟ ‘ପରଫର୍ମିଂ ଆର୍ଟସ ଓ ଭିନ୍ନକ୍ଷମତା’ ଉପରେ ତାଙ୍କର ବକ୍ତୃତା ପ୍ରଦାନ କରିଥିଲେ । ଶ୍ରୀ ହର୍ଷ ଶୁକ୍ଲା ଓ ଶୀଦ୍ଧାର୍ଥ ଶୁକ୍ଲା, ବାକ୍ ଶ୍ରବଣ ବାଧିତ ଚିତ୍ରଶିଳ୍ପୀ ଆମେରିକା ଓ ୟୁରୋପରେ ସେମାନଙ୍କର ଚିତ୍ର କଳାର ପ୍ରଦର୍ଶନୀ ଜନିତ ଅଭିଜ୍ଞତା ବିଷୟରେ ବର୍ଣ୍ଣନା କରିଥିଲେ। ଦୃଷ୍ଟି ଶକ୍ତିହୀନ ସଙ୍ଗୀତଜ୍ଞ ଗୋପାଳ ସାହୁ ତାଙ୍କ ଜୀବନର ସଂଘର୍ଷ ବିଷୟରେ ଆଲୋକପାତ କରିଥିଲେ ।

ଏହାପରେ ସହାୟର ଏକ ସ୍ବପରାୟଣ ବା ଅଟିସ୍ଟିକ୍ସ ପିଲା ଦୀପକ ଦାସର ସଙ୍ଗୀତ ଶିକ୍ଷା ଓ ତାର ସଙ୍ଗୀତ ଗୁଡ଼ିକ ଚମ୍ପୁ, ଛାନ୍ଦ ଇତ୍ୟାଦି କିପରି ଲୋକପ୍ରିୟ ସାର୍ଥକ ଏଫ୍.ଏମ୍. ଚାନେଲ୍‌ରେ ଲୋକାର୍ପିତ ହୋଇଥିଲା, ଶ୍ରୀମତୀ ପାଢ଼ୀ ତା’ଉପରେ ଆଲୋଚନା କରିଥିଲେ । ଶେଷରେ ସହାୟର କୋଷାଧ୍ୟକ୍ଷା ଓ ଇନର ହୁଇଲ୍ କୁବ ୩୨୬ର ଜିଲ୍ଲା ଅଧ୍ୟକ୍ଷା ଶ୍ରୀମତୀ ଇନା ପୁରୋହିତଙ୍କ ଦ୍ବାରା ଧନ୍ୟବାଦ ଅର୍ପଣ କରାଯାଇଥିଲା । ଏହାପରେ ଭିନ୍ନକ୍ଷମମାନଙ୍କ ଦ୍ବାରା ସଙ୍ଗୀତ ଓ ନୃତ୍ୟ ପରିବେଷଣ କରାଯାଇ ଏହି ୱେବିନାରକୁ ସମ୍ପୂର୍ଣ୍ଣ କରାଯାଇଥିଲା।

 

 

 

 

 

 

 

 

ଅପରାହ୍ନରେ ଭାରତୀୟ ରେଡ଼କ୍ରସ୍ ସୋସାଇଟି, ଓଡ଼ିଶା ରାଜ୍ୟ ଶାଖାର ସହଯୋଗରେ ସହାୟ ଅନୁଷ୍ଠାନରେ ବିଶ୍ୱ ଭିନ୍ନକ୍ଷମ ଦିବସ ପାଳିତ ହୋଇଥିଲା । ଏହି ଅବସରରେ ଅଜୟ କୁମାର ତ୍ରିପାଠୀ, ଏଷ୍ଟାବ୍ଲିସମେଟ୍ ଅଧିକାରୀଙ୍କ ତତ୍ତ୍ଵାବଧାନରେ ଏକ ପ୍ରତିନିଧି ଦଳ ଭିନ୍ନକ୍ଷମଙ୍କ ଗହଣରେ ସେମାନଙ୍କର ବହୁମୂଲ୍ୟ ସମୟ ଅତିବାହିତ କରିଥିଲେ। କେନ୍ଦ୍ରୀୟ ରକ୍ତ ଭଣ୍ଡାରର ନିର୍ଦ୍ଦେଶକ ବିନାୟକ ପ୍ରସାଦ ପୃଷ୍ଟି ମୁଖ୍ୟ ଅତିଥି ରୂପେ ଭିନ୍ନକ୍ଷମ ଦିବସ ଉପଲକ୍ଷେ ତାଙ୍କର ବକ୍ତବ୍ୟ ପ୍ରଦାନ କରିଥିଲେ ।

 

ମୁଖ୍ୟବକ୍ତା ଅଜୟ କୁମାର ତ୍ରିପାଠୀ ଭିନ୍ନକ୍ଷମଙ୍କ ଉଦ୍ଦେଶ୍ୟରେ ତାଙ୍କର ହୃଦୟ ସ୍ପର୍ଶୀ ଆଭିମୁଖ୍ୟ ପ୍ରକାଶ କରିଥିଲେ। ସହାୟର ସମ୍ପାଦିକା ମୃଣାଳିନୀ ପାଢ଼ୀ ତାଙ୍କର ବକ୍ତବ୍ୟ ପ୍ରଦାନ କରିଥିଲେ । ଲାୟନ୍ସ କ୍ଲବ୍ ପର୍ଲ  ଇଣ୍ଟରନ୍ୟାସନାଲ୍ କଟକର ସଭାନେତ୍ରୀ, ସମ୍ପାଦିକା ସମ୍ପତି ମୋଡ଼ା ଓ ସେମାନଙ୍କର ପ୍ରତିନିଧିମାନେ ଏହି ଅବସରରେ ପିଲାମାନଙ୍କୁ ବହି, ଖାତା, ପେନସିଲ, ବିସ୍କୁଟ୍ ପ୍ରଦାନ କରିଥିଲେ। ଏହାପରେ ‘ହାପି ମାନିଆ’ ଗ୍ରୁପର ପିଲାମାନଙ୍କୁ ପ୍ରମାଣ ପତ୍ର ପ୍ରଦାନ କରାଯାଇଥିଲା । ସହାୟର ପ୍ରଧାନ ଶିକ୍ଷୟିତ୍ରୀ ଓ ସମସ୍ତ କର୍ମଚାରୀ ଏହି କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।

Hot this week

ଭତ୍ତା ଅପେକ୍ଷାରେ ୭,୨୮,୭୨୯

ଭୋଟର କାର୍ଡରେ ତ୍ରୁଟିପୂର୍ଣ୍ଣ ବୟସ ଭୁବନେଶ୍ବର : ୬୦ ବର୍ଷ ପୂରଣ କରିଥିବା...

ସୁଭଦ୍ରା ନା ବାର୍ଦ୍ଧକ୍ୟ ଭତ୍ତା : ଆଶଙ୍କାରେ ୯୪ହଜାର ଆଶାୟୀ

ଓକାକ୍‌କୁ ତଥ୍ୟ ଅପଲୋଡ ନିର୍ଦେଶ ଅଯୋଗ୍ୟଙ୍କୁ ଭତ୍ତା ପ୍ରଦାନ ନିୟମ...

ଆଜି ଭାରତ-ଦକ୍ଷିଣ ଆଫ୍ରିକା ତୃତୀୟ ଟି୨୦

ଧର୍ମଶାଳା: ଟ୍ବେଣ୍ଟି୨୦ ଶୃଙ୍ଖଳାର ପ୍ରଥମ ମ୍ୟାଚ୍‌ରେ ବୋଲରଙ୍କ ସଫଳତା ବଳରେ ଘରୋଇ...

ନୂଆ ବର୍ଷରେ ନୂଆ ମୁଖ୍ୟ ସଚିବ !

ଭୁବନେଶ୍ବର : ରାଜ୍ୟର ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କ କାର୍ଯ୍ୟକାଳ...

ଗମ୍ଭୀରଙ୍କ ଯୋଜନାକୁ ତିଳକଙ୍କ ସମର୍ଥନ

ଧର୍ମଶାଳା: ମୁଖ୍ୟ ପ୍ରଶିକ୍ଷକ ଗୌତମ ଗମ୍ଭୀର ଟ୍ବେଣ୍ଟି୨୦ କ୍ରିକେଟ୍‌ରେ ଭାରତୀୟ ବ୍ୟାଟିଂ...

Related Articles

Popular Categories